କାବୁଲରେ ଆତ୍ମଘାତୀ ଆକ୍ରମଣ, ୮ମୃତ

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲ ସହରରେ ସୋମବାର ଏକ ବଡ଼ଧରଣର ଆତ୍ମଘାତୀ ଆକ୍ରମଣ ହୋଇଛି। ଏଥିରେ ଅନ୍ୟୂନ ୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ଏହି ଆକ୍ରମଣ ପାଇଁ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍‌ ନିଜକୁ ଦାୟୀ କରିଛି। ଖବର ମୁତାବକ, ସକାଳ ପ୍ରାୟ ୮ଟାରେ ରାଷ୍ଟ୍ରୀୟ ସୁରକ୍ଷା ନିର୍ଦ୍ଦେଶାଳୟ(ଏନ୍‌ଡିଏସ୍‌) ସମ୍ମୁଖରେ ଏକ ଦୁର୍ବୃତ୍ତ ନିଜ ଦେହରେ ବୋମା ଖଞ୍ଜି ବିସ୍ଫୋରଣ କରାଇଥିଲା। ଉଲ୍ଲେଖଯୋଗ୍ୟ, ଆତଙ୍କବାଦୀ ସଂଗଠନ ତାଲିବାନ୍‌ ଓ ଆଇଏସ୍‌ ଦେଶରେ ଏଭଳି ଗଣହତ୍ୟା ଜାରି ରଖିଥିବା ବେଳେ ସେମାନେ ବିଶେଷ କରି ଦେଶର ସୁରକ୍ଷାକର୍ମୀଙ୍କୁ ନିଶାଣ କରି ଶାସନ ବ୍ୟବସ୍ଥାକୁ ନିଜ ହାତକୁ ନେବାକୁ ଉଦ୍ୟମ କରୁଛନ୍ତି।

Share Now:

Kalinga News Beuro

Leave a Reply

Next Post

ଫଟୋରେ କୁଲଭୂଷଣଙ୍କୁ ନିର୍ଯାତନାର ଚିତ୍ର ସ୍ପଷ୍ଟ

Tue Dec 26 , 2017
ନୂଆଦିଲ୍ଲୀ: ଦୀର୍ଘ ପ୍ରତୀକ୍ଷା ଓ ଅନେକ ବିବାଦର ଅନ୍ତ ଘଟାଇ ଆଜି ପୂର୍ବାହ୍ନରେ ପାକିସ୍ତାନ ଜେଲରେ ବନ୍ଦୀ ଥିବା କୁଲଭୂଷଣ ଯାଦବଙ୍କୁ ଭେଟିବା ପାଇଁ ତାଙ୍କ ମା’ ଓ ପତ୍ନୀଙ୍କୁ ସୁଯୋଗ ପ୍ରଦାନ କରିବା ପରେ, ନିଜ ସ୍ଥିତିକୁ ସୁଧାରିବା ପାଇଁ ପାକିସ୍ତାନ ଯେଉଁ ପ୍ରକାରର ହୀନ ଉଦ୍ୟମ ଆରମ୍ଭ କରିଛି, ତା’କୁ ନେଇ ବିଶ୍ୱ ବ୍ୟାପି ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହୋଇ ଯାଇଛି। କାରଣ, ପାକିସ୍ତାନ ବୈଦେଶିକ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial