ବିଜେପିର ଅହଂକାର:‘୧୯ରେ ଜିତିବୁ, ଆଗାମୀ ୫୦ ବର୍ଷ ପର୍ଯ୍ୟନ୍ତ ଆମକୁ କେହି ହରାଇ ପାରିବେ ନାହିଁ ’

ନୂଆଦିଲ୍ଲୀ: ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନକୁ ନଜରରେ ରଖି ଏହାର ପ୍ରସ୍ତୁତି ନିମନ୍ତେ ବିଜେପି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ବିଜେପିର ଦୁଇଦନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶେଷ ଦିନରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କହିଛନ୍ତି ଯେ, ୨୦୧୯ ନିର୍ବାଚନରେ ବିଜେପି ବହୁମତ ହାସଲ କରି ପୁଣି ଥରେ କ୍ଷମତାକୁ ଆସିବ। କେବଳ ସେତିକି ନୁହଁ ଆଗାମୀ ୫୦ ବର୍ଷ ପର୍ଯ୍ୟନ୍ତ ବିଜେପିକୁ କେହି ହରାଇପାରିବେ ନାହିଁ। କାର୍ଯ୍ୟକ୍ରମର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦଳୀୟ ନେତା ଓ କର୍ମୀଙ୍କୁ ସମ୍ବୋଧନ କରିଥିଲେ। ସେହିପରି କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ୍‌ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସରକାରଙ୍କ ପ୍ରଦର୍ଶନ ଏବଂ ସାଙ୍ଗଠନିକ ଶକ୍ତିକୁ ଆଧାର କରି ଦଳ ୨୦୧୯ ନିର୍ବାଚନରେ ବାଜିମାତ କରିବା।
ଆଉ ୫୦ ବର୍ଷ ପର୍ଯ୍ୟନ୍ତ ଆମକୁ କେହି ହରାଇ ପାରିବେ ନାହିଁ। ସେ କହିଛନ୍ତି ଯେ,ଏହା ଆମର ଅହଙ୍କାର ନୁହେଁ ବରଂ ପ୍ରଦର୍ଶନ ଆଧାରରେ ଆମେ ଏହା ଦାବି କରୁଛେ। ସେହିପରି ବୈଠକରେ ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ୍‌ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକର କହିଛନ୍ତି ଯେ, ବିଜେପିକୁ ହରାଇବା ପାଇଁ ବିରୋଧୀମାନେ ଯେଉଁ ସ୍ୱପ୍ନ ଦେଖୁଛନ୍ତି, ତାହା ଦିବାସ୍ୱପ୍ନ ହୋଇ ରହିଯିବ। ବୈଠକର କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ରାଜନୈତିକ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଏଥିରେ ୨୦୨୨ ସୁଦ୍ଧା ଦେଶରୁ ଜାତିବାଦ, ସାଂପ୍ରଦାୟିକତା, ଆତଙ୍କବାଦ ଏବଂ ନକ୍ସଲବାଦକୁ ମୂଳୋତ୍ପାଟନ କରାଯିବା ନେଇ ପ୍ରସ୍ତାବ ରହିଛି।

Share Now:

Kalinga News Beuro

Leave a Reply

Next Post

ବାବାଙ୍କ ବେଆଇନ ବେପାର: ଗୋଦାମରୁ ୮୦ ସିଲିଣ୍ଡର ଜବତ

Mon Sep 10 , 2018
ଖଣ୍ଡଗିରି: ରବିବାର ଯାଁଳା ଫାଣ୍ଡି ପୁଲିସ ସ୍ଥାନୀୟ ଓଗାଳପଡ଼ା ମା’ ବାଟ ଭୁଆସୁଣୀ ମନ୍ଦିର ନିକଟ ବଜାରରୁ ଏକ ବେଆଇନ ଗ୍ୟାସ୍‌ ସିଲିଣ୍ଡର ଡିପୋ ଠାବ କରିଛି। ସେଠାରୁ ପୁଲିସ ୮୦ଟି ଗ୍ୟାସ୍‌ ଭର୍ତି ସିଲିଣ୍ଡର ଜବତ କରିଛି। ବେଆଇନ ଭାବେ ଗ୍ୟାସ ମହଜୁଦ୍‌ ରଖିବା ଓ ବିକ୍ରି କରିବା ଅଭିଯୋଗରେ ପୁଲିସ ସ୍ଥାନୀୟ ବାବା ଅଜୟ ପଟ୍ଟନାୟକଙ୍କୁ ଫାଣ୍ଡିରେ ଅଟକ ରଖି ପଚରାଉଚରା ଚଳାଇଛି। ଲାଇସେନ୍‌ସ ନଥିବା ବାବାଙ୍କ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial