ପ୍ରତିଷ୍ଠା ଦିବସରେ ଶକ୍ତି ପ୍ରଦର୍ଶନ କଲା ବିଜେଡି

ପୁରୀ : ପ୍ରତିଷ୍ଠା ଦିବସ ନାଁରେ ଶକ୍ତି ପ୍ରଦର୍ଶନ ପାଇଁ ଏହିଭଳି ସୁଯୋଗ ବିଜେଡି ଛାଡ଼ିବାକୁ ଚାହିଁ ନଥିଲା। ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ଜାତୀୟ ରାଜପଥରେ ବିଜେଡି ପତାକା, ତୋରଣ, ବିଜୁ ଓ ନବୀନଙ୍କ ଫଟୋ ଛାଇ ଯାଇଥିଲା। ଏହି ୬୦କିମି ରାସ୍ତା ଆଜି ପୂରା ବିଜେଡି କବ୍‌ଜାରେ ଥିବା ଭଳି ଅନୁଭୂତ ହେଉଥିଲା। ବିଭିନ୍ନ ଛକରେ ମହିଳାମାନେ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ମୁଖ୍ୟମନ୍ତ୍ରୀଙ୍କୁ ହୁଳହୁଳି ସହ ଫୁଲ ପକାଇ ସ୍ୱାଗତ କରିଥିଲେ। ବଡ଼ଦାଣ୍ଡରୁ ଆରମ୍ଭ କରି ତାଳବଣିଆ ପର୍ଯ୍ୟନ୍ତ ନବୀନଙ୍କୁ ଦିଆଯାଇଥିଲା ଉଚ୍ଛ୍ୱର୍ସିତ ସମ୍ବର୍ଦ୍ଧନା। ସଭାସ୍ଥଳୀରେ ବିଜେଡି ନେତାଙ୍କ ଭାଷଣବାଜି ଏପରି ଥିଲା ଯାହା ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଦଳର ପ୍ରସ୍ତୁତି ଆରମ୍ଭ ଭଳି ଲାଗୁଥିଲା। ଚାରି ପାଳି ଶାସନ ଭାର ସମ୍ଭାଳିଥିବା ବିଜେଡି ୫ମ ଥର ବି ଶାସନ କରିବ ଏହି ଦୃଢ ବିଶ୍ୱାସ ଦଳୀୟ ନେତାଙ୍କ ଭାଷଣରେ ସ୍ପଷ୍ଟ ଉଚ୍ଚାରଣ ହେଉଥିଲା। ଏଥିପାଇଁ ଗାଁ ଗାଁରେ ଲୋକଙ୍କ ପାଖରେ ପହଞ୍ଚିବାକୁ ଦଳ ଆଜି ଘୋଷଣା କରିଛି। ଲୋକଙ୍କ ସୁଖଦୁଃଖରେ ଭାଗିଦାରୀ ହୋଇ ବିଜେଡି ପ୍ରତି ଯେପରି ଢଳିବେ ସେଥିପାଇଁ କର୍ମୀମାନେ ତୃଣମୂଳ ସ୍ତରରେ କାର୍ଯ୍ୟ କରିବାକୁ ଆହ୍ଵାନ ଦିଆଯାଇଛି।

Share Now:

Kalinga News Beuro

Leave a Reply

Next Post

ଓଜେଏସ୍‌ ପରୀକ୍ଷାରେ ୧୧୦ କୃତକାର୍ଯ୍ୟ

Wed Dec 27 , 2017
କଟକ: ଓଡ଼ିଶା ଜୁଡିସିଆଲ ସର୍ଭିସ୍‌(ଓଜେଏସ୍‌) ପରୀକ୍ଷାଫଳ ପ୍ରକାଶ ପାଇଛି। ସିଭିଲ ଜଜ୍‌ ପଦରେ ନିଯୁକ୍ତି ପାଇଁ କୃତକାର୍ଯ୍ୟ ହୋଇଥିବା ୧୧୦ ଜଣ ପ୍ରାର୍ଥୀଙ୍କ ନାମ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ ସୁପାରିସ କରାଯାଇଛି। ଏହି ପରୀକ୍ଷାକୁ ନେଇ ହାଇକୋର୍ଟରେ ବିଚାରାଧୀନ ମାମଲା (ଡବ୍ଲୁପି(ସି) ନମ୍ବର ୧୮୫୨୧/ ୨୦୧୭)ର ଫଳାଫଳ ଉପରେ ପରୀକ୍ଷାଫଳର ଭବିଷ୍ୟତ ନିର୍ଭର କରିବ ବୋଲି ଓପିଏସସି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ୧୧୦ଟି ସିଭିଲ ଜଜ୍‌ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial