୯/୧୧ ଆକ୍ରମଣକୁ ୧୭ ପୂରିଲା : ଦେହାବଶେଷ ଖୋଜା ସରିନି

ନ୍ୟୁୟର୍କ : ଆମେରିକାର ବିଶ୍ୱ ବାଣିଜ୍ୟ କେନ୍ଦ୍ର (ଡବ୍ଲ୍ୟୁଟିସି) ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ (୯/୧୧) ଘଟଣାକୁ ମଙ୍ଗଳବାର ୧୭ ବର୍ଷ ପୂରୁଛି। ୨୦୦୧ ସେପ୍ଟେମ୍ବର ୧୧ ତାରିଖ (ମଙ୍ଗଳବାର)ରେ ଆତଙ୍କବାଦୀ ସଂଗଠନ ଅଲ୍‌-କାଏଦା ଦ୍ୱାରା ଏହି ଆକ୍ରମଣ ହୋଇଥିଲା। ଏଥିରେ ୧୯ ଆତଙ୍କବାଦୀଙ୍କ ସମେତ ମୋଟ ୨,୯୯୬ ଜଣ ପ୍ରାଣ ହରାଇଥିଲେ। ୬,୦୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ଇତିମଧ୍ୟରେ ଆକ୍ରମଣକୁ ୧୭ ବର୍ଷ ପୂରଣ କରିଥିବା ବେଳେ ଏବେ ବି ୧,୧୧୧ ମୃତକଙ୍କ ଦେହାବଶେଷ ମିଳିନଥିବାରୁ ସେମାନଙ୍କୁ ଚିହ୍ନଟ କରାଯାଇ ପାରିନାହିଁ। ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରି ଏକ ଟିମ୍‌ ଏବେ ଏହାର ସନ୍ଧାନ କରୁଛି। ଆକ୍ରମଣ ପରଠାରୁ ୨୨,୦୦୦ରୁ ଅଧିକ ଦେହାବଶେଷ ସଂଗ୍ରହ କରାଯାଇଛି। ଆମେରିକା ଇତିହାସରେ ଏହାକୁ ସବୁଠାରୁ ଭୟଙ୍କର ତଥା ହୃଦୟବିଦାରକ ଘଟଣା ବୋଲି ବିବେଚନା କରାଯାଉଛି। ଆତଙ୍କବାଦୀମାନେ ୪ଟି ଉଡ଼ାଜାହାଜକୁ ହାଇଜ୍ୟାକ୍‌ କରିନେଇ ଏହି ଆକ୍ରମଣ ଘଟାଇଥିଲେ।

Share Now:

Kalinga News Beuro

Leave a Reply

Next Post

ଗାନ୍ଧୀମାର୍ଗକୁ ନେଇ ଅକଳରେ ପୁଲିସ

Tue Sep 11 , 2018
ପୁଲିସ କମିସନରଙ୍କ ସହ ଡିଜିଙ୍କ ଆଲୋଚନା, ଉଚ୍ଛେଦ ହେବ ଉଠା ଦୋକାନ ଭୁବନେଶ୍ୱର : ମହାତ୍ମାଗାନ୍ଧୀ ମାର୍ଗ ଆନ୍ଦୋଳନକାରୀଙ୍କ କବ୍‌ଜାକୁ ଚାଲିଯିବା ଘଟଣା ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଆଜି ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସଂଧ୍ୟାରେ ଡିଜି ଶର୍ମା ଏ ସମ୍ପର୍କରେ ପୁଲିସ କମିସନର ସତ୍ୟଜିତ ମହାନ୍ତିଙ୍କ ସହ ସବିଶେଷ ଆଲୋଚନା କରିଛନ୍ତି। ହାଇକୋର୍ଟରେ ଝୁଲି ଥିବା ମାମଲାର ସମୀକ୍ଷା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial