ଶୁଲିଆ ହେଲା ରକ୍ତ ରଂଜିତ

ବଲାଙ୍ଗୀର: କେଉଁ ଆବାହମାନ କାଳରୁ ଚାଲି ଆସିଥିବା ଆଦିବାସୀଙ୍କ ବଳି ପ୍ରଥା ଆଜି ବି ଜାରି ରହିଛି। କିଛି ବର୍ଷ ହେଲା ବଳିକୁ ନେଇ ସପକ୍ଷ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଟଣା ଓଟରା ବି ହେଇଥିଲା। କିନ୍ତୁ ଏଥର ପଥ ପରିଷ୍କାର। କେହି ଅଟକାଇବାକୁ ନଥିଲା। ଆଇନର ରକ୍ଷକମାନେ ଆଇନ ଅନୁସାରେ ଶୃଙ୍ଖଳା କାମ କରୁଥିଲେ। ପ୍ରଶାସନିକ ଅଧିକାରୀମାନେ ସ୍ଥିତି ଅନୁଧ୍ୟାନ କରୁଥିଲେ। ଆଉ ହଜାର ହଜାର ମାନସିକଧାରୀ କୁକୁଡ଼ା, ଛେଳି, ମେଣ୍ଢା, ପୋଢ ନେଇ ବଳି ଦେବା ପାଇଁ ଭିଡ ଜମାଇଥିଲେ। ମଙ୍ଗଳବାର ସକାଳୁ ରାତି ଯାଏ ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଖଇରଗୁଡ଼ାର ଶୁଲିଆ ପୀଠ ବଡଖଳା ଓ ସାନଖଳାରେ ଚାଲିଥିଲା ଶହ ଶହ ପଶୁ ପକ୍ଷୀଙ୍କ ବଳି।

Share Now:

Kalinga News Beuro

Leave a Reply

Next Post

ଗୁଜରାଟ ମୁଖ୍ୟମନ୍ତ୍ରୀ ହେଲେ ବିଜୟ ରୂପାନୀ

Wed Dec 27 , 2017
ଅହମ୍ମଦାବାଦ: ଷଷ୍ଠ ଥର ପାଇଁ ଗୁଜରାଟରେ ସରକାର ଗଠନ କରିଛି ବିଜେପି। ଆଜି ବିଜୟ ରୂପାନୀ ଦ୍ୱିତୀୟ ଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଓ. ପି. କୋହଲି ରୂପାନୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଗାନ୍ଧିନଗରରେ ଆୟୋଜିତ ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହା, ନୀତିଶ କୁମାରଙ୍କ ସମେତ ୧୮ ଏନ୍‌ଡିଏ ଶାସିତ ରାଜ୍ୟର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial