ଆଜି ନୂଆଁଖାଇ

ବଲାଙ୍ଗିର: ଆଜି ନୂଆଁଖାଇ। ଏଥିପାଇଁ ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା। ପୂଜାପାଠ, ଖିଆପିଆ ସହ ନାଚଗୀତର ତାଳେ ତାଳେ ଉଠିବ ପଡ଼ିବ ପଶ୍ଚିମ ଓଡ଼ିଶା। ଏଥିପାଇଁ ଦୂରଦୂରାନ୍ତରୁ ଆସି ଘରେ ପହଞ୍ଚିଲେଣି ପରିବାର ଲୋକେ।
ଆଜି ଭୋର ସାଢ଼େ ୪ଟାରେ ଖୋଲିଛି ମାଆ ସମଲେଶ୍ୱରୀଙ୍କ ମନ୍ଦିର। ନୂଆଶାଢ଼ୀ ସହ ଅଳଙ୍କାର ଧାରଣ ପରେ ଆରମ୍ଭ ହେବ ରୀତିନୀତିର ପୂଜାର୍ଚ୍ଚନା। ଧାର୍ଯ୍ୟ ଲଗ୍ନ ଅନୁଯାୟୀ, ସକାଳ ୮ଟା ୧୦ରେ ବାଜିବ କାହାଳୀ। ତା’ପରେ ମାଆଙ୍କ ନିକଟରେ ପୂଜାର୍ଚ୍ଚନା କରି ନିଜ ନିଜ ଘରେ ନୂଆଁ ଖାଇବେ ଲୋକେ।

Share Now:

Kalinga News Beuro

Leave a Reply

Next Post

ଜେଟଲୀଙ୍କୁ ଅଡ଼ୁଆରେ ପକାଇଲେ ସ୍ୱାମୀ

Fri Sep 14 , 2018
ନୂଆଦିଲ୍ଲୀ : ଦେଶ ଛାଡ଼ିବା ପୂର୍ବରୁ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଭେଟିଥିଲେ ବୋଲି ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ବୟାନକୁ ନେଇ ଜାତୀୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ଜେଟଲୀ ଏହାକୁ ଖଣ୍ଡନ କରିଥିଲେ ମଧ୍ୟ କଂଗ୍ରେସ ପାଖରେ ଏହାର ପ୍ରମାଣ ରହିଛି ବୋଲି ଦଳର ସଭାପତି ରାହୁଲ ଗାନ୍ଧୀ ଆଜି ଦାବି କରିଛନ୍ତି। ସେ କହିଛନ୍ତି ଯେ ସଂସଦ ଭବନରେ ଜେଟଲୀ ଏବଂ ମାଲ୍ୟାଙ୍କ ମଧ୍ୟରେ ୧୫ରୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial