ଛଡ଼ାଇ ନେଲେ ମଙ୍ଗଳସୂତ୍ର, ପୋଛିଦେଲେ ସିନ୍ଦୁର

ନୂଆଦିଲ୍ଲୀ: ଦୀର୍ଘ କୂଟନୈତିକ କସରତ ପରେ ପାକିସ୍ତାନ ସରକାର ଶେଷରେ କୁଲଭୂଷଣ ଯାଦବଙ୍କୁ ଯେଉଁ ଢ଼ଙ୍ଗରେ ତାଙ୍କ ମା’ ଓ ପତ୍ନୀଙ୍କ ସହ ଭେଟ କରାଇଲେ, ତାକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ଆଜି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। କୁଲଭୂଷଣଙ୍କୁ ଭେଟିବାକୁ ପାକିସ୍ତାନ ଯାଇଥିବା ମା’ ଅଭନ୍ତୀ ଓ ପତ୍ନୀ ଚେତନ୍‌କୁଲଙ୍କ ପ୍ରତି ସୁରକ୍ଷାର ଆଳ ଦେଖାଇ ପାକିସ୍ତାନୀ ଅଧିକାରୀମାନେ ଯେଉଁ ପ୍ରକାରର ଆଚରଣ ଓ ବ୍ୟବହାର ପ୍ରଦର୍ଶନ କଲେ ତାହା ଆଦୌ ଗ୍ରହଣଯୋଗ୍ୟ ନୁହେଁ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ରଭିସ୍‌ କୁମାର ବେଶ୍‌ ସ୍ପଷ୍ଟ ଓ ଶାଣିତ ଭାବେ କହିଛନ୍ତି।

ଗତ ସୋମବାର ଦିନ ପାକିସ୍ତାନରେ ଘଟି ଯାଇଥିବା ଘଟଣା ସଂପର୍କରେ ସୂଚନା ଦେବାକୁ ଯାଇ ସେ କହିଛନ୍ତି ଯେ, ସୁରକ୍ଷା ଆଳରେ କୁଲଭୂଷଣଙ୍କ ସହ ସାକ୍ଷାତ ପୂର୍ବରୁ ତାଙ୍କ ପତ୍ନୀଙ୍କ ଠାରୁ ବଳପୂର୍ବକ ଭାବେ ପାକିସ୍ତାନୀ ଅଧିକାରୀମାନେ ମଙ୍ଗଳସୂତ୍ର ଠାରୁ ଆରମ୍ଭ କରି ଚୁଡ଼ି, ବିନ୍ଦି ଓ ଜୋତା ପର୍ଯ୍ୟନ୍ତ ସବୁକିଛି ଛଡ଼ାଇ ନେଇଥିଲେ। କୁଲଭୂଷଣଙ୍କୁ ସାକ୍ଷାତ ପାଇଁ ଯିବା କାଳରେ ସେମାନଙ୍କୁ ଲୁଗା ବଦଳାଇ ଅନ୍ୟ ଲୁଗା ପିନ୍ଧି ଯିବା ପାଇଁ ବାଧ୍ୟ କରା ଯାଇଥିଲା। ଏପରିକି ଫେରିବା ବେଳେ ତାଙ୍କର ଜୋତା ମଧ୍ୟ ତାଙ୍କୁ ଫେରସ୍ତ ମିଳି ନଥିଲା। ଏକ ଭୟାତୁର ବାତାବରଣ ଭିତରେ, ଏକ ମୋଟା କାଚର ଆଢ଼ୁଆଳରେ ସେମାନଙ୍କୁ ସାମନା ସାମନି ବସା ଯାଇଥିଲା।

Share Now:

Kalinga News Beuro

Leave a Reply

Next Post

ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା -ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗ

Fri Feb 23 , 2018
ଭୁବନେଶ୍ୱର : ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ୍ ପରୀକ୍ଷା। ଚଳିତବର୍ଷ ପରୀକ୍ଷା ଦେଉଛନ୍ତି ୬ଲକ୍ଷ ୮ହଜାର ୩୧ ଜଣ ଛାତ୍ରଛାତ୍ରୀ। ଏଥର ୨ ହଜାର ୮୧୮ ଟି କେନ୍ଦ୍ରରେ ପରୀକ୍ଷା ହେଉଛି। ଆଜି ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ। ସକାଳ ୮ଟାରୁ ବିଭିନ୍ନ ପରୀକ୍ଷା କେନ୍ଦ୍ର ଆଗରେ ପହଞ୍ଚିଥିଲେ ଛାତ୍ରଛାତ୍ରୀ। ୮ଟା ୩୦ରେ ଓଏମ୍ଆର୍ ସିଟ୍ ଦିଆଯାଇଥିଲା। ୮ଟା ୪୫ ମିନିଟରେ ପ୍ରଶ୍ନପତ୍ର ସଂଯୁକ୍ତ ଥିବା ଉତ୍ତରଖାତା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial