ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା -ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗ

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ୍ ପରୀକ୍ଷା। ଚଳିତବର୍ଷ ପରୀକ୍ଷା ଦେଉଛନ୍ତି ୬ଲକ୍ଷ ୮ହଜାର ୩୧ ଜଣ ଛାତ୍ରଛାତ୍ରୀ। ଏଥର ୨ ହଜାର ୮୧୮ ଟି କେନ୍ଦ୍ରରେ ପରୀକ୍ଷା ହେଉଛି। ଆଜି ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ। ସକାଳ ୮ଟାରୁ ବିଭିନ୍ନ ପରୀକ୍ଷା କେନ୍ଦ୍ର ଆଗରେ ପହଞ୍ଚିଥିଲେ ଛାତ୍ରଛାତ୍ରୀ। ୮ଟା ୩୦ରେ ଓଏମ୍ଆର୍ ସିଟ୍ ଦିଆଯାଇଥିଲା। ୮ଟା ୪୫ ମିନିଟରେ ପ୍ରଶ୍ନପତ୍ର ସଂଯୁକ୍ତ ଥିବା ଉତ୍ତରଖାତା ଦିଆଗଲା। ପ୍ରଶ୍ନ ପଢ଼ିବା ଲାଗି ଛାତ୍ରଛାତ୍ରୀଙ୍କୁ ୧୫ ମିନିଟ୍‌ ସମୟ ମିଳିଥିଲା। ଠିକ୍ ୯ଟାରୁ ଆରମ୍ଭ ହୋଇଛି ପରୀକ୍ଷା।
ପରୀକ୍ଷା ହଲ୍‌କୁ ଯିବା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଚେକ୍ କରାଯାଇ ଭିତରକୁ ଛଡାଯାଇଛି। କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ୱାଡ ଗଠନ କରାଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସ୍ତରରେ ୫୮ଟି ଫ୍ଲାଇ ସ୍କ୍ୱାଡ ଓ ୩୭ଟି କେନ୍ଦ୍ରୀୟ ସ୍କ୍ୱାଡ ଗଠନ କରାଯାଇଛି। ମାଟ୍ରିକ ପରୀକ୍ଷାରେ କପି ରୋକିବା ପାଇଁ ଗଠିତ ସ୍କ୍ୱାଡରେ ଅଧ୍ୟାପକମାନଙ୍କୁ ମଧ୍ୟ ସାମିଲ କରାଯାଇଛି। ମାଓପ୍ରବଣ କୋରାପୁଟ, ମାଲକାନଗିରି, ବଲାଙ୍ଗିର, ରାୟଗଡ଼ା, ଗଜପତି, କନ୍ଧମାଳ, ବୌଦ୍ଧ ଓ ଦେବଗଡ଼ ଜିଲ୍ଲାରେ ପରୀକ୍ଷା ପରିଚାଳନା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି। ସୁରକ୍ଷା ଦୃଷ୍ଟିରୁ କିଛି ପରୀକ୍ଷା କେନ୍ଦ୍ରକୁ ଆଜି ସକାଳେ ହିଁ ପ୍ରଶ୍ନପତ୍ର ପଠାଯାଇଥିଲା।

ସେହିପରି ଆଜି ମାଟ୍ରିକ୍ ପରୀକ୍ଷା ଆରମ୍ଭରୁ ବିଭ୍ରାଟ ଦେଖାଦେଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବଜାର ଅଞ୍ଚଳରେ ହ୍ୱାଟ୍‌ସ ଆପ୍‌ରେ ମାତୃଭାଷାର ପ୍ରଶ୍ନପତ୍ର ବୁଲୁ ଥିବା ଅଭିଯୋଗ ହେଉଛି।ପରୀକ୍ଷା ଆରମ୍ଭ ହେବାର ଘଣ୍ଟାଏ ପରେ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ସୂଚନା ମିଳିଛି। ଏହି ପ୍ରଶ୍ନପତ୍ର ଅସଲି କି ନକଲି, ତାହା ଜଣାପଡ଼ି ନାହିଁ। କିଏ ଏହି ପ୍ରଶ୍ନପତ୍ରକୁ ଭାଇରାଲ୍ କରିଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।

Share Now:

Kalinga News Beuro

Leave a Reply

Next Post

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲେ ଦୁଇ ଦଳ

Fri Feb 23 , 2018
ଭୁବନେଶ୍ୱର : ଆଜି ଏଠାରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ପରସ୍ପର ବିରୋଧରେ ପୁଣି ଫେରାଦ ହୋଇଛନ୍ତି ଦୁଇ ଦଳ ବିଜେଡି ଏବଂ ବିଜେପି। ବିଜେଡି ପକ୍ଷରୁ ଦିଆଯାଇଥିବା ସ୍ମାରକପତ୍ରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଛି। ସେହିଭଳି ପ୍ରଶାସନ ଓ ପୁଲିସ୍‌ର ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇଛି ବିଜେପି। ବିଜେଡି ଅଭିଯୋଗ କରିଛି, ଶ୍ରୀ ପ୍ରଧାନଙ୍କ ଦ୍ୱାରା ପେଟ୍ରୋଲ ପମ୍ପ, […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial