ଲାବଣ୍ୟ ଚନ୍ଦ୍ର ସାହୁଙ୍କ ସିଡି ‘ଓଡ଼ିଶୀ ସଙ୍ଗୀତାମୃତ’ ଉନ୍ମୋଚିତ

ଭୁବନେଶ୍ୱର: ଭାରତୀୟ ସଙ୍ଗୀତ ସଂସ୍ଥାନ ଆନୁକୂଲ୍ୟରେ ଗୀତିକବି ଲାବଣ୍ୟ ଚନ୍ଦ୍ର ସାହୁଙ୍କ ଓଡ଼ିଶୀ ସଙ୍ଗୀତ ସିଡିି ‘ଓଡ଼ିଶୀ ସଙ୍ଗୀତାମୃତ’ ଆଜି ବୁଦ୍ଧ ମନ୍ଦିରରେ ଉନ୍ମୋଚିତ ହୋଇଯାଇଛି। କୀର୍ତ୍ତନ ନାରାୟଣ ପାଢ଼ୀଙ୍କ ନିର୍ଦ୍ଦେଶନା ଓ ଗୁରୁଶ୍ରୀ ନିମାକାନ୍ତ ରାଉତରାୟଙ୍କ ରଚିତ ୮ଟି ଗୀତ ଏଥିରେ ରହିଛି। ସାହିତ୍ୟିକ ପ୍ରଫେସର ରାଜକିଶୋର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶିକା ତମସାରାଣୀ ଦାସମହାପାତ୍ର, ସମ୍ମାନିତ ଅତିଥି ପ୍ରଫେସର ରାମହରି ଦାସ, ଶୈଳେଶ୍ୱର ନନ୍ଦ ଯୋଗଦେଇ ଓଡ଼ିଶୀ ସଙ୍ଗୀତର ପ୍ରାଚୀନତା ଓ ଶାସ୍ତ୍ରୀୟତା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଗୀତିକାର ଲାବଣ୍ୟ ଚନ୍ଦ୍ର ସାହୁ, ନିର୍ଦ୍ଦେଶକ କୀର୍ତ୍ତନ ନାରାୟଣ ପାଢ଼ୀ, ସହନିର୍ଦ୍ଦେଶକ ନିମାକାନ୍ତ ରାଉତରାୟ, ନୃତ୍ୟ ଅଧ୍ୟାପକ ଲିଙ୍ଗରାଜ ପ୍ରଧାନ, ସଙ୍ଗୀତ ପରିଚାଳକ ବୁଲୁ ମିଶ୍ର, ଗାୟିକା ଅନୁଜା ତାରିଣୀ ମିଶ୍ର ଓ ସୋନାଲି ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର ଉପସଭାପତି ପ୍ରଭାତ କୁମାର ନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ନିମାକାନ୍ତ ରାଉତରାୟ ଧନ୍ୟବାଦ ଦେଇଥିଲେ।

Share Now:

Kalinga News Beuro

Leave a Reply

Next Post

କ୍ଷେପଣାସ୍ତ୍ର ପରୀକ୍ଷଣ ଆଜି

Thu Sep 20 , 2018
ବାଲେଶ୍ୱର : ଚାନ୍ଦିପୁର ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜ(ଆଇଟିଆର)ରୁ ଗୁରୁବାର ସ୍ୱଳ୍ପ ଦୂରଗାମୀ ମଧ୍ୟମ ରେଞ୍ଜର କ୍ଷେପଣାସ୍ତ୍ର ପରୀକ୍ଷଣ କରାଯିବାର ଯୋଜନା କରାଯାଇଛି। ଏହି ଦୃଷ୍ଟିରୁ ଜୟଦେବକସବା ମୌଜାର ସମୁଦ୍ର ଉପକୂଳବର୍ତ୍ତୀ ଏଲ୍‌ସି ୩ଠାରୁ ୨ କିଲୋମିଟର ପରିଧିକୁ ବିପଦ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ତେଣୁ ଏହି ଅଞ୍ଚଳରେ ବସବାସ କରୁଥିବା ଗାଁର ଜନସାଧାରଣ ଓ ଗୃହପାଳିତ ପଶୁଙ୍କୁ ଅସ୍ଥାୟୀ ଭାବେ ସ୍ଥାନାନ୍ତରିତ କରାଯିବ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial