କ୍ଷେପଣାସ୍ତ୍ର ପରୀକ୍ଷଣ ଆଜି

ବାଲେଶ୍ୱର : ଚାନ୍ଦିପୁର ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜ(ଆଇଟିଆର)ରୁ ଗୁରୁବାର ସ୍ୱଳ୍ପ ଦୂରଗାମୀ ମଧ୍ୟମ ରେଞ୍ଜର କ୍ଷେପଣାସ୍ତ୍ର ପରୀକ୍ଷଣ କରାଯିବାର ଯୋଜନା କରାଯାଇଛି। ଏହି ଦୃଷ୍ଟିରୁ ଜୟଦେବକସବା ମୌଜାର ସମୁଦ୍ର ଉପକୂଳବର୍ତ୍ତୀ ଏଲ୍‌ସି ୩ଠାରୁ ୨ କିଲୋମିଟର ପରିଧିକୁ ବିପଦ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ତେଣୁ ଏହି ଅଞ୍ଚଳରେ ବସବାସ କରୁଥିବା ଗାଁର ଜନସାଧାରଣ ଓ ଗୃହପାଳିତ ପଶୁଙ୍କୁ ଅସ୍ଥାୟୀ ଭାବେ ସ୍ଥାନାନ୍ତରିତ କରାଯିବ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

Share Now:

Kalinga News Beuro

Leave a Reply

Next Post

ଭାରତ-ପାକ ମଧ୍ୟରେ ଦ୍ୱି-ପାକ୍ଷିକ କଥାବାର୍ତ୍ତା ପାଇଁ ମୋଦିଙ୍କୁ ଚିଠି ଲେଖିଲେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌

Thu Sep 20 , 2018
ଇସ୍‌ଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ପତ୍ର ଲେଖିଥିବା ଜାଣିବାକୁ ମିଳିଛି। ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ତାଙ୍କ ପତ୍ରରେ ଦୁଇ ପଡ଼ୋଶୀ ଦେଶ ଭାରତ-ପାକ୍‌ ମଧ୍ୟରେ ସମ୍ପର୍କରେ ସୁଧାର ଆଣିବାକୁ ଆଗ୍ରହୀ ଥିବା ଉଲ୍ଲେଖ କରିବା ସହ ଉଭୟ ଦେଶର ବୈଦେଶିକ ମନ୍ତ୍ରୀ ସ୍ତରରେ ଦ୍ୱିପାକ୍ଷିକ କଥାବାର୍ତା ପାଇଁ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରସ୍ତାବ ଦେଇଛନ୍ତି। ଚଳିତ ମାସ ଶେଷ ଆଡ଼କୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial