ପାକିସ୍ତାନରେ ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୭ ଜଣଙ୍କର ମୃତ୍ୟୁ

ରାୱଲପିଣ୍ଡି: ପାକିସ୍ତାନର ରାୱଲପିଣ୍ଡିରେ ମଙ୍ଗଳବାର ସକାଳେ ଏକ ପାକିସ୍ତାନୀ ସେନାର ବିମାନ ଦୁର୍ଘଟଣାର ଶିକାର ହୋଇଛି | ଏହି ଦୁର୍ଘଟଣାରେ ଅତିକମରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବାର କୁହାଯାଉଛି | ଏହି ଦୁର୍ଘଟଣାରେ ୧୨ ଜଣ ଆହତ ହୋଇଛନ୍ତି ତେବେ ଦୁର୍ଘଟଣାର ଭୟାବହତାକୁ ଦେଖି ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ସୃଷ୍ଟି ହୋଇଛି |
ମୃତକଙ୍କ ମଧ୍ୟରେ ୫ ଜଣ ସୈନିକ ଥିବାବେଳେ ଅନ୍ୟମାନେ ସେନା କର୍ମଚାରୀ ହୋଇଥିବାର ଜଣାପଡିଛି | ତେବେ ବିମାନ ଦୁର୍ଘଟଣାର କାରଣ ଜଣାପଡ଼ିନଥିବାବେଳେ ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି | ରାୱଲପିଣ୍ଡିର କାଲୁ ଗାଁ ନିକଟରେ ଜନବସତି ନିକଟରେ ଏହି ବିମାନଟି ଖସିପଡିଥିଲା | ବିମାନଟି ପଡିବା ପରେ ପ୍ରଚଣ୍ଡ ଶବ୍ଦ ସାଙ୍ଗକୁ ନିଆଁ ଲାଗିଯାଇଥିଲା |
ପାକିସ୍ତାନ ସେନା ପକ୍ଷରୁ କୁହାଯାଇଛି ଯେ ବିମାନଟି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ନିୟୋଜିତ ଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲା | ଦୁର୍ଘଟଣାକୁ ଦେଖି ରାୱଲପିଣ୍ଡିରେ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଛି | ତେବେ ଉଦ୍ଧାରକାରୀ ଦଳ ପକ୍ଷରୁ କୁହାଯାଇଛି ଯେ ସେନାର ଏହି ଛୋଟ ବିମାନରେ ଅଧିକ ସଂଖ୍ୟାରେ ଲୋକ ବସିଥିବାରୁ ନିୟନ୍ତ୍ରଣ ହରାଇ ଦୁର୍ଘଟଣା ହୋଇଥିବାର ଆଶଙ୍କା କରାଯାଉଛି | କିନ୍ତୁ ଦୁର୍ଘଟଣାର ସଠିକ କାରଣ ଜଣାପଡିନାହିଁ |

Share Now:

Kalinga News Beuro

Leave a Reply

Next Post

ରାଜଧାନୀରେ ବି ହତ୍ୟା କରିଛି ଷ୍ଟୋନମ୍ୟାନ!

Tue Jul 30 , 2019
ମେଘେଶ୍ୱର ମନ୍ଦିର ପରିସରରେ ଭିକାରି ହତ୍ୟାକାଣ୍ଡର ଫିଟିବ ଗୁମର ଭୁବନେଶ୍ୱର : ଷ୍ଟୋନମ୍ୟାନକୁ ନେଇ ଆତଙ୍କ। କେବଳ କଟକରେ ଷ୍ଟୋନମ୍ୟାନ ୩ଟି ହତ୍ୟାକାଣ୍ଡ ଘଟାଇଛି ନା ଆଉ କେଉଁଠି କେଉଁଠି ହତ୍ୟାକାଣ୍ଡ ଘଟାଇଛି ସେ ନେଇ ତଥ୍ୟ ସଂଗ୍ରହ କରୁଛି କମିସନରେଟ ପୁଲିସ। ଭୁବନେଶ୍ୱର ସ୍ପେସାଲ ସ୍କ୍ବାଡ୍‌ର ଏକ ଟିମ୍‌ କଟକ ଯାଇ ତାକୁ ଜେରା ଆରମ୍ଭ କରିଛି। ଦୁଇ ବର୍ଷ ତଳେ ବଡ଼ଗଡ଼ ଥାନା ଅଧୀନ ମେଘଶ୍ୱର ମନ୍ଦିର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial