ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଭାବୁକ ହୋଇପଡିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ସୁଷମା ସ୍ୱରାଜଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇ ଭାବୁକ ହୋଇପଡିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ମୋଦୀ ସୁଷମାଙ୍କ ଝିଅ ଓ ଜ୍ୱାଇଁଙ୍କ ସହ କଥା ହେବାବେଳେ ଭାବୁକ ହୋଇପଡିଥିଲେ | ଏହାପୂର୍ବରୁ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁଷମାଙ୍କ ନିଧନରେ ଶୋକ ପ୍ରକାଶ କରିବା ସହ ତାଙ୍କ କାର୍ଯ୍ୟକାଳକୁ ପ୍ରଶଂସା କରିଥିଲେ | ମୋଦୀ ଲେଖିଥିଲେ ଯେ ଜଣେ ସୁଦକ୍ଷ ପ୍ରଶାସିକା ଭାବେ ସୁଷମା ଯେତେଗୋଟି ମନ୍ତ୍ରାଳୟର ଦାୟିତ୍ୱ ସମ୍ଭାଳିଛନ୍ତି ସବୁଥିରେ ଉନ୍ନତ କାମ କରିଛନ୍ତି | ବହୁ ରାଷ୍ଟ୍ରଙ୍କ ସହ ଭଲ ସମ୍ପର୍କ ସ୍ଥାପନ କରିବାରେ ତଥା ନୂଆ ଦିଗରେ ସେ ଅନେକ କାମ କରିଛନ୍ତି | ବିଶ୍ୱର ଯେ କୌଣସି ସ୍ଥାନରେ ଅସୁବିଧାରେ ପଡିଥିବା ଭାରତୀୟଙ୍କୁ ସାହାଯ୍ୟ କରିଥିଲେ | ମୋଦୀ ଲେଖିଛନ୍ତି ଯେ ଭାରତୀୟ ରାଜନୀତିର ଏକ ସୁନ୍ଦର ସମୟ ସମାପ୍ତ ହୋଇଯାଇଛି | ଭାରତ ଜଣେ ଭଲ ନେତାଙ୍କୁ ହରାଇ ଦୁଃଖୀ ହେବ ଯିଏ କି ନିଜର ଜୀବନ ସମାଜସେବା ଓ ଗରିବଙ୍କ ଜୀବନକୁ ସୁନ୍ଦର କରିବା ପାଇଁ ବିତାଇଥିଲେ | କୋଟି କୋଟି ଲୋକଙ୍କ ପାଇଁ ସୁଷମା ପ୍ରେରଣା ହୋଇ ରହିବେ ବୋଲି ମୋଦୀ ଟ୍ୱିଟରରେ ଲେଖିଥିଲେ |

Share Now:

Kalinga News Beuro

Leave a Reply

Next Post

ନୂଆ ରୂପରେ ଆସିଲା ସର୍ବକ୍ଷମା

Wed Aug 7 , 2019
ପୁରୁଣା ନିୟମକୁ ସଂଶୋଧନ କରି ବିଜ୍ଞପ୍ତି ପ୍ରକାଶ ପାଇଲା, ଆବେଦନ କରିବାକୁ ୬ମାସର ମହଲତ ଭୁବନେଶ୍ୱର: ବେଆଇନ ନିର୍ମାଣକୁ ନିୟମିତ କରିବା ଯୋଜନା-୨୦୧୮ ବା ସର୍ବକ୍ଷମା ଯୋଜନା ୨୦୧୮ ଏକରକମ ଫେଲ୍‌ ମାରିବା ପରେ ରାଜ୍ୟ ସରକାର ଏଥିରେ ବହୁ ମାତ୍ରାରେ ସଂଶୋଧନ ଆଣି ବେଆଇନ ନିର୍ମାଣକୁ ନିୟମିତ କରିବା ଯୋଜନା-୨୦୧୯ ବା ନୂଆ ସର୍ବକ୍ଷମା ଯୋଜନା ଆଣିଛନ୍ତି। ଆଜି ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠାରୁ ୬ମାସ ମଧ୍ୟରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial