ଅଶାନ୍ତ ଏଲ୍‌ଓସି, ସେନା ଉଡ଼ାଇଲା ପାକ୍‌ ପୋଷ୍ଟ୍‌

ପାକ୍‌ ଗୁଳିମାଡ଼ରେ ଜଣେ ଯବାନ ସହିଦ, ସୀମାବର୍ତ୍ତୀ ଗ୍ରାମରୁ ଲୋକଙ୍କୁ ସ୍ଥାନାନ୍ତର

ଶ୍ରୀନଗର: ଜମ୍ମୁ କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଅଧିକ ଉଗ୍ର ହୋଇପଡ଼ିଛି। କଶ୍ମୀର ପ୍ରସଙ୍ଗରେ ଭାରତ ନେଇଥିବା ନିଷ୍ପତ୍ତି ବିରୋଧରେ ବିଶ୍ୱ ସମୁଦାୟଠାରୁ ସହଯୋଗ ନ ପାଇବା ପରେ ପାକିସ୍ତାନ ଏବେ ସୀମାରେ ତୁହାକୁ ତୁହା ଅସ୍ତ୍ରବିରତି ଉଲ୍ଲଂଘନ କରିଚାଲିଛି। ପାକ୍‌ ସେନାର ଗୁଳିମାଡ଼ରେ ଆଜି ଜଣେ ଭାରତୀୟ ଯବାନ ସହିଦ ହେବାପରେ ଭାରତ ଏହାର କଡ଼ା ଜବାବ ଦେଇ ରାଜୌରି ସେକ୍ଟରରେ ପାକିସ୍ତାନର ଏକ ପୋଷ୍ଟ୍‌କୁ ଧ୍ୱଂସ କରିଦେଇଛି। ସେନା ସୂତରୁ ଜଣାପଡ଼ିଛି ଯେ ରାଜୌରି ସେକ୍ଟର ନିକଟସ୍ଥ ଏଲ୍‌ଓସିର ଅପର ପାର୍ଶ୍ବରେ ଥିବା ପାକିସ୍ତାନୀ ପୋଷ୍ଟ୍‌କୁ ଭାରତୀୟ ସେନା ଭାରୀ ଯୁଦ୍ଧାସ୍ତ୍ର ବ୍ୟବହାର କରି ଧ୍ୱଂସ କରିଛି। ପାକିସ୍ତାନ ପଟେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ଏଥିରେ କେତେକ ପାକ୍‌ ସୈନିକ ମଧ୍ୟ ନିହତ ହୋଇଥିବା କୁହାଯାଉଛି। ସେହିଭଳି ଗତ ରାତିରେ ଭାରତୀୟ ସେନା ଦ୍ବାରା ବିଭିନ୍ନ ସ୍ଥାନରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରାଯାଇଛି। ସେନାର ବିଭିନ୍ନ ଘାଟିରେ ମଧ୍ୟ ସୁରକ୍ଷା କଡ଼ାକଡ଼ି କରାଯାଇଛି। ସେନାମୁଖ୍ୟ ଜେନେରାଲ ବିପିନ ରାୱତ ଚେତାବନୀ ଦେଇ କହିଛନ୍ତି ଯେ ପାକିସ୍ତାନ ଯଦି କିଛି ଦୁଃସାହସିକ କାମ କରିବ ତା’ହେଲେ ଏହାକୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ।
ପାକ୍‌ ସେନାର ଲଗାତାର ଗୁଳିଗୋଳା ବର୍ଷା ଯୋଗୁଁ ଏଲ୍‌ଓସି ଏବେ ଅଶାନ୍ତ ହୋଇପଡ଼ିଛି। ବିଗତ ୩ ଦିନ ମଧ୍ୟରେ ପାକିସ୍ତାନ ଲଗାତାର ଆଗୁଆ ଘାଟି ଏବଂ ସୀମାନ୍ତ ଗ୍ରାମଗୁଡ଼ିକୁ ଟାର୍ଗେଟ୍‌ କରି ପାକିସ୍ତାନ ପ୍ରବଳ ଗୁଳିବର୍ଷା କରୁଥିବାରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଆଜି ପାକ୍‌ ଗୁଳିମାଡ଼ରେ ସହିଦ୍‌ ହୋଇଥିବା ଯବାନ ହେଉଛନ୍ତି ଲାନ୍ସ ନାଏକ ସନ୍ଦୀପ ଥପ୍ପା ଏବଂ ତାଙ୍କ ଘର ଡେରାଡ଼ୁନ୍‌ରେ ବୋଲି ଜଣାପଡ଼ିଛି। ୩୫ ବର୍ଷୀୟ ଥପ୍ପା ସେନାରେ ୧୫ ବର୍ଷ ଧରି ସେବାରତ ଥିଲେ। ଅନେକ ଆତଙ୍କବାଦୀ ନିରୋଧ କାର୍ଯ୍ୟାନୁଷ୍ଠାନରେ ସେ ସାମିଲ ଥିଲେ ବୋଲି ପ୍ରତିରକ୍ଷା ମୁଖପାତ୍ର ଲେପ୍ଟନାଣ୍ଟ କର୍ନେଲ୍‌ ଦେବେନ୍ଦ୍ର ଆନନ୍ଦ କହିଛନ୍ତି। ଉଲ୍ଲେଖଯୋଗ୍ୟ ଭାରତୀୟ ସେନା ଗୁଳିରେ ୪ ପାକ୍‌ ରେଂଜର୍ସ ନିହତ ହେବାର ୨ ଦିନ ପରେ ପାକିସ୍ତାନ ଆଜି ଏଲ୍‌ଓସି ନିକଟରେ ଭୟଙ୍କର ଗୁଳିବର୍ଷା କରିଥିଲା। ଆଜି ସକାଳ ୬.୩୦ରେ ପାକିସ୍ତାନ ପଟୁ ଗୁଳିବର୍ଷା ଆରମ୍ଭ ହୋଇଥିଲା। ଭାରତ ମଧ୍ୟ ଏହାର କଡ଼ା ଜବାବ ଦେଇ ପାକ୍‌ ‌ପୋଷ୍ଟ୍‌ ଧ୍ଵଂସ କରିବା ପରେ ଗୁଳି ବର୍ଷା ଥମିଛି।

Share Now:

Kalinga News Beuro

Leave a Reply

Next Post

ବର୍ଣ୍ଣବୋଧ ପୋଡ଼ିକୁ ନିନ୍ଦା କଲେ ହଳଧର

Sun Aug 18 , 2019
ବରଗଡ଼ : କୋଶଲି ସାହିତ୍ୟ ଡଟ୍‌ ଇନ୍‌ ନାମକ ଫେସ୍‌ବୁୁକ୍‌ ପେଜ୍‌ରେ ଛବିଳ ମଧୁ ବର୍ଣ୍ଣବୋଧ ପୋଡ଼ି ଦୃଶ୍ୟ ଅପ୍‌ଲୋଡ୍‌ କରାଯିବା ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ପଦ୍ମଶ୍ରୀ ହଳଧର ନାଗ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ତାଙ୍କ ପାଖରେ ଏକ ପୁରୁଣାକାଳିଆ ମୋବାଇଲ୍‌ ଅଛି। ସେଥିରେ ଇଣ୍ଟରନେଟ୍‌ ସୁବିଧା ନାହିଁ। ସେ ଫେସ୍‌ବୁକ୍‌ କିମ୍ବା କୌଣସି ସୋସିଆଲ୍‌ ମିଡିଆ ସହ ଅବଗତ ନାହାନ୍ତି। କେଉଁ ଫେସ୍‌ବୁକ୍‌ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial