ପାକିସ୍ତାନକୁ ରାଜନାଥଙ୍କ ଚେତାବନୀ, ଏଣିକି ପିଓକେ ପାଇଁ କଥାବାର୍ତ୍ତା

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଯିବା ପରେ ବିବ୍ରତ ପାକିସ୍ତାନ ଭାରତ ବିରୋଧରେ ବିଷୋଦ୍‌ଗାର ଜାରି ରଖିଥିବା ବେଳେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପାକ୍‌କୁ କଡ଼ା ଚେତାବନୀ ଦେଇଛନ୍ତି। ଏବେ ପାକିସ୍ତାନ ସହ ଭାରତ ଯାହା ବି କଥାବାର୍ତ୍ତା କରିବ ତାହା କେବଳ ପାକ୍‌ ଅଧିକୃତ କଶ୍ମୀର (ପିଓକେ)କୁ ନେଇ ହେବ ବୋଲି ରାଜନାଥ କହିଛନ୍ତି। ହରିୟାଣାରେ ଏକ ଜନସଭାକୁ ଉଦ୍‌ବୋଧନ ଦେଇ ରାଜନାଥ କହିଛନ୍ତି, ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ତା’ର ରାଷ୍ଟ୍ର ପ୍ରାୟୋଜିତ ଆତଙ୍କବାଦକୁ ଶେଷ କରିନାହିଁ, ସେ ପର୍ଯ୍ୟନ୍ତ କଥାବାର୍ତ୍ତା ହେବନାହିଁ। ଭବିଷ୍ୟତରେ ଯଦି ବି କଥାବାର୍ତ୍ତା ହେବ ତାହା କେବଳ ପିଓକେରେ ସୀମିତ ରହିବ ବୋଲି ରାଜନାଥ ଚେତାଇ ଦେଇଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ନିକଟରେ ପିଓକେରେ କହିଥିଲେ ଯେ ଭାରତ ବାଲାକୋଟଠାରୁ ବଡ଼ ଆକ୍ରମଣ ପିଓକେରେ କରିବାକୁ ଚାହୁଛି ଏବଂ ପାକିସ୍ତାନ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି।
ରାଜନାଥ ଏହାର ଜବାବରେ କହିଛନ୍ତି ଯେ ପୁଲୱାମା ପରେ ଇଟାର ଜବାବ ପଥରରେ ଦିଆଯିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଷ୍ପତ୍ତି ନେଇସାରିଛନ୍ତି ଏବଂ ଆତଙ୍କବାଦୀଙ୍କୁ ନିପାତ ଅଭିଯାନ ଜୋର୍‌ଦାର ହୋଇଛି। ବାଲାକୋଟରେ ଆତଙ୍କବାଦୀ ଆଡ଼ା ଧ୍ୱଂସ କରିବାକୁ ଭାରତ ବଡ଼ କାର୍ଯ୍ୟାନୁଷ୍ଠାନ କରିଥିଲା ବୋଲି ପାକିସ୍ତାନ ସ୍ୱୀକାର କରିଛି ଏବଂ ଏବେ ପିଓକେକୁ ନେଇ ପାକିସ୍ତାନକୁ ଚିନ୍ତା ଘାରିଛି ବୋଲି ରାଜନାଥ କହିଛନ୍ତି। ଧାରା ୩୭୦ ହଟାଯିବା ପରେ ବିଚଳିତ ପାକିସ୍ତାନ ଭାରତ ବିରୋଧରେ ବିଶ୍ୱ ସମୁଦାୟକୁ ବିଭ୍ରାନ୍ତ କରିବାକୁ ଯେଉଁ ଅପଚେଷ୍ଟା କରିଥିଲା ତାହାକୁ ଭାରତ ପଣ୍ଡ କରିଦେଇଛନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି।

Share Now:

Kalinga News Beuro

Leave a Reply

Next Post

ନିଜ ଜାଲରେ ଫସିଲା ପାକିସ୍ତାନ, ଏଫ୍‌ଏଟିଏଫ୍‌ କଟକଣାରୁ ବର୍ତ୍ତି ପାରିବ ନାହିଁ

Mon Aug 19 , 2019
ନକଲି ଏଫ୍‌ଆଇଆର୍‌ ଧରା ପଡ଼ିଲା, ଆତଙ୍କବାଦୀଙ୍କ ପ୍ରତି ଦରଦ ଇସ୍‌ଲାମାବାଦ: ଇସ୍‌ଲାମିକ ଆତଙ୍କବାଦକୁ ପ୍ରୋତ୍ସାହନ ଦେଇ ଚାଲିଥିବା ପାକିସ୍ତାନ ସରକାର, ସେନା ଏବଂ ଗୁଇନ୍ଦା ସଂଗଠନ ଆଇଏସ୍‌ଆଇର ଅନେକ କୁତ୍ସିତ କାର୍ଯ୍ୟ ଏବେ ସାମ୍ନାକୁ ଆସିଛି। ଭାରତ, ଆଫଗାନିସ୍ତାନ ଏବଂ ବାଂଲାଦେଶ ବିରୋଧରେ ସକ୍ରିୟ ଥିବା ପ୍ରମୁଖ ଆତଙ୍କବାଦୀ ସଂଗଠନଗୁଡ଼ିକୁ ପାକିସ୍ତାନ ସରକାର ଆର୍ଥିକ ସହାୟତା ଯୋଗାଇ ଚାଲିଥିବା ବେଳେ ଏହାର ସେନା ଏବଂ ଗୁଇନ୍ଦା ବିଭାଗ ଆତଙ୍କବାଦୀଙ୍କୁ ତାଲିମ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial