ଟୁରିଷ୍ଟ୍‍ ବସ୍‌ ପୋଡ଼ିଦେଲେ ଦୁର୍ବୁର୍ତ୍ତ

ଭୁବନେଶ୍ୱର: ଗତ ମଧ୍ୟ ରାତ୍ରୀ ପରେ ବାଣୀବିହାର ଅନ୍ତର୍ଗତ ସତ୍‌ସଙ୍ଗ ବିହାର ମନ୍ଦିର ସମ୍ମୁଖ ରାସ୍ତାକଡ଼ରେ ରଖାଯାଇଥିବା ଏକ ଟୁରିଷ୍ଟ୍‍ ବସ୍‌ ଏବଂ ଏକ କ୍ୟାବିନ୍‌ରେ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବା କୌଣସି ଅଜ୍ଞାତ ଲୋକ ନିଅାଁ ଲଗାଇ ଦେଇଛନ୍ତି। ଖବର ପାଇ କଳ୍ପନା ଅଞ୍ଚଳରୁ ୨ଟା ଦମକଳ ଆସି ନିଅାଁ ଲିଭାଇ ଥିଲା। ଘଟଣାସ୍ଥଳରେ ସହିଦ ନଗର ପୁଲିସ ମଧ୍ୟ ପହଞ୍ଚି ଥିଲା। ନିଅାଁର ପ୍ରଭାବରେ କ୍ୟାବିନ୍‌ଟି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି। ପୋଡ଼ି ଛାରଖାର ହୋଇ ଯାଇଥିବା OD33F1810 ବସ୍‌ଟି ସ୍ଥାନୀୟ ବାସିନ୍ଦା ଦେବବ୍ରତ ଦାସଙ୍କର ବୋଲି ଜଣାପଡ଼ିଛି। ବସ୍‌ଟିକୁ ରାତିରେ ଓମ୍‌ ଲିଜର୍‌ ହଲିଡେଜ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଅଫିସ୍‌ କଡ଼ରେ ରଖାଯାଇଥିଲା। ପୁଲିସ ଘଟଣାର ଅନୁସନ୍ଧାନ ଚଳାଇଛି।

Share Now:

Kalinga News Beuro

Leave a Reply

Next Post

ଅଳିଆ ଉଠାଇଲେ ଜିଲ୍ଲାପାଳ

Mon Mar 26 , 2018
କେନ୍ଦ୍ରାପଡ଼ା: ପରିବେଶ ସୁସ୍ଥ ରହିଲେ ଆମେ ସମସ୍ତେ ସୁସ୍ଥ ରହିବା। ଏହି କ୍ରମରେ ସମଗ୍ର ଦେଶରେ ଚାଲିଥିବା ସ୍ୱଚ୍ଛ ଭାରତ ଅଭିଯାନକୁ ଆଉପାଦେ ଆଗକୁ ନେଇଛନ୍ତି ଜଣେ ଜିଲ୍ଲାପାଳ। ଏହି ବିରଳ ଦୃଶ୍ୟ ଆଜି କେନ୍ଦ୍ରାପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଥିଳା। ସବୁବେଳେ ଆମେ ସ୍ୱଚ୍ଛତା ପାଇଁ ସଫେଇ କର୍ମଚାରୀଙ୍କ ଉପରେ ନିର୍ଭର କରୁଥାନ୍ତି। ମାତ୍ର ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳ ରୁଘୁଜୀ ନିଜେ ହାତରେ ସଫେଇ ଗ୍ଳୋବ୍‌ ଲଗାଇ ନିଜର ଅନ୍ୟ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial