ମିସାଇଲ ପରୀକ୍ଷା କରିବାକୁ ଗୋପନରେ ପ୍ରସ୍ତୁତି ଚଳାଇଛି ପାକିସ୍ତାନ

କରାଚୀ :ଭାରତ ସରକାର ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଠାଇଦେବା ପରେ ଭାରତ ଉପରେ ରାଗ ସୁଝାଇବାକୁ ପାକିସ୍ତାନ ସୁଯୋଗ ଅପେକ୍ଷାରେ ରହିଛି । କେବଳ ଆତଙ୍କବାଦୀ ଆକ୍ରମଣ ନୁହେଁ, ଭାରତ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ପାକିସ୍ତାନ ପ୍ରସ୍ତୁତି କରୁଥିବା ଭାରତୀୟ ଗୁଇନ୍ଦା ସଂସ୍ଥାମାନେ ରିପୋର୍ଟ ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ପାକିସ୍ତାନ କରାଚୀ ନିକଟସ୍ଥ ସୋନମିଆନି ପରୀକ୍ଷାଘାଟିରୁ ଏକ ନାଭାଲ ମିସାଇଲ ପରୀକ୍ଷଣ କରିପାରେ । ଏ ନେଇ ଗୁଇନ୍ଦା ଏଜେନ୍ସିମାନେ ସୂଚନା ଦେଇଛନ୍ତି ।
ଏହି ପରୀକ୍ଷଣ ପାଇଁ ପାକିସ୍ତାନ ସରକାରଙ୍କ ପକ୍ଷରୁ ବିମାନ ଓ ଜାହାଜମାନଙ୍କ ପାଇଁ ସତର୍କତା ଜାରି କରାଯାଇଛି । ଗତକାଲି ସୂଚନା ମିଳିଥିଲା ଯେ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ପ୍ରାୟ ୧୦୦ରୁ ଅଧିକ ଲଢୁଆ ସ୍ପେସାଲ ସର୍ଭିସେସ ଗ୍ରୁପ(ଏସଏସଜି) କମାଣ୍ଡୋମାନଙ୍କୁ ମୁତୟନ କରିଛି । ଏହି କମାଣ୍ଡୋମାନେ ଭାରତୀୟ ସେନା ଉପରେ ଆକ୍ରମଣ କରିବାକୁ ସୁଯୋଗ ଅପେକ୍ଷାରେ ଅଛନ୍ତି । ଏହା ସହିତ ପାକିସ୍ତାନ ପକ୍ଷରୁ ବିଭିନ୍ନ ଓଜନିଆ ଯୁଦ୍ଧ ସାମଗ୍ରୀ ନିୟନ୍ତ୍ରଣ ରେଖା ସେପଟେ ଠୁଳ କରୁଥିବା ଜଣାଯାଇଛି ।

Share Now:

Kalinga News Beuro

Leave a Reply

Next Post

ଇତିହାସ ରଚିଲେ ଓଡ଼ିଆ ଯୁବକ ଏସ୍‌ ଅଶ୍ୱଥ, ବିଶ୍ୱକୌଶଳ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଲେ

Thu Aug 29 , 2019
ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଭାରତକୁ ୧୯ ପଦକ, ୬୩ ରାଷ୍ଟ୍ର ମଧ୍ୟରେ ତ୍ରୟୋଦଶ ସ୍ଥାନରେ ଭାରତ ନୂଆଦିଲ୍ଲୀ : ଓଡ଼ିଆ ଯୁବକ ଏସ୍‌. ଅଶ୍ୱଥ ନାରାୟଣ ଆଜି ଇତିହାସ ରଚିଛନ୍ତି। ରୁଷ୍‌ର କଜାନ୍‌ଠାରେ ଅନୁଷ୍ଠିତ ୪୫ତମ ବିଶ୍ୱ କୌଶଳ ପ୍ରତିଯୋଗିତା-୨୦୧୯ରେ ଅଂଶଗ୍ରହଣ କରି ସେ ସ୍ୱର୍ଣ୍ଣପଦକ ଜିତିଛନ୍ତି। ଅଶ୍ୱଥ ଜଳ ପ୍ରଯୁକ୍ତି ବର୍ଗରେ ୧୧ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ସ୍ୱର୍ଣ୍ଣ ପଦକ ଜିଣିଛନ୍ତି। ବିଶ୍ୱ କୌଶଳ ପ୍ରତିଯୋଗିତାରେ ଏହା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial