ହୀରାକୁଦ: ପୁଣି ୩ ଗେଟ୍‌ ବନ୍ଦ ହେଲା, ୪ ଖୋଲା

ସମ୍ବଲପୁର : ଗୁରୁବାର ସକାଳୁ ହୀରାକୁଦ ବନ୍ଧର ୩ଟି ଗେଟ୍ ବନ୍ଦ କରାଯାଇଛି। ବାମ ପାର୍ଶ୍ବ ସ୍ପିଲୱେ’ର ୩ ଓ ଡାହାଣ ପାର୍ଶ୍ବର ଗୋଟିଏକୁ ମିଶାଇ ମୋଟ ୪ଟି ଗେଟ୍‌ ଖୋଲା ରହିଛି। ଗୁରୁବାର ରାତି ୯ଟା ବେଳକୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୩.୧୯ ଫୁଟ୍‌ ରହିଥିଲା। ସେତିକି ବେଳକୁ ଜଳଭଣ୍ଡାର ମଧ୍ୟକୁ ସେକେଣ୍ଡ ପ୍ରତି ୯୭,୦୦୮ ଘନ ଫୁଟ୍‌ ଜଳ ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୮୫,୯୬୧ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ହାରାହାରି ୬.୮୮ ଓ ତଳ ମୁଣ୍ଡରେ ୪.୫୮ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

Share Now:

Kalinga News Beuro

Leave a Reply

Next Post

ଗୁପ୍ତ କୋଠରିକୁ ନେଇ ବଢୁଛି ଉତ୍କଣ୍ଠା, ଏମାର ମଠରେ ରାତି ସାରା ପୁଲିସ୍‌ ପହରା

Fri Aug 30 , 2019
ଅସୁରକ୍ଷିତ କୋଠାରୁ ବର୍ଷ ବର୍ଷ ଧରି ରଥଯାତ୍ରା ଦେଖୁଥିଲେ ଭକ୍ତ ପୁରୀ : ପାଖାପାଖି ୯୨ କୋଟିର ରୁପା ଇଟାକୁ ନେଇ ଏକଦା ଚର୍ଚ୍ଚିତ ଥିବା ବିତ୍ତଶାଳୀ ଏମାର ମଠ ପୁଣି ଥରେ ଗୁପ୍ତଧନକୁ ନେଇ ଚର୍ଚ୍ଚାକୁ ଆସିଛି, ଯଦିଓ ଏହାର ସତ୍ୟତା ସଂପର୍କରେ ବର୍ତ୍ତମାନ କିଛି ସ୍ପଷ୍ଟ ହୋଇନାହିଁ। କିନ୍ତୁ ମଠ ଯେତିକି ଭାଙ୍ଗୁଛି ଜନମାନସରେ ଉତ୍କଣ୍ଠା ସେତିକି ବଢିବାରେ ଲାଗିଛି। ଆଜି ମଠର ପଛପାର୍ଶ୍ୱ ମହନ୍ତଙ୍କ ଘର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial