ପୁଲିସ ମୁଖ୍ୟାଳୟରେ ମହିଳାଙ୍କ ଧାରଣା

କଟକ: ଚନ୍ଦ୍ରଶେଖରପୁର ଅଞ୍ଚଳରେ ଜଣେ ମହିଳାଙ୍କ ଘରେ ବନ୍ଧୁକ ଦେଖାଇ ଦୁର୍ବ୍ୟବହାର ଓ ଲୁଟ୍‌ ଘଟଣାରେ ପୁଲିସ ଦୁର୍ବୃତ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଅଭିଯୋଗକାରିଣୀ ପୁଲିସ ମୁଖ୍ୟାଳୟରେ ଆଜି ଧାରଣାରେ ବସିଥିଲେ। ତେବେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ପ୍ରଭାତୀ ବିହାରୀ ୨୦୧୮ ମାର୍ଚ୍ଚରୁ ରହି ଆସୁଥିଲେ। ଅଗଷ୍ଟ ୭ ତାରିଖରେ ଦଳେ ଦୁର୍ବୃତ୍ତ ସ˚ଘବଦ୍ଧ ଭାବେ ତାଙ୍କ ଘରେ ପଶି ଆକ୍ରମଣ କରିବା ସହିତ ଲାଇନ୍‌ କାଟି ଦେଇଥିଲେ। ସମ୍ପୃକ୍ତ ମହିଳାଙ୍କୁ ବନ୍ଧୁକ ଦେଖାଇ ସୁନା ଚେନ୍‌ ଦୁର୍ବୃତ୍ତମାନେ ଲୁଟିବା ସହିତ ଦୁର୍ବ୍ୟବହାର କରିଥିଲେ। ଏ ସ˚କ୍ରାନ୍ତରେ ସେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ। ଜୋନ୍‌ ୬ ଏସିପି ଏବ˚ ପୁଲିସ କମିସନରଙ୍କୁ ଭେଟି ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା। ଶେଷରେ ଆଜି ସେ ପୁଲିସ ମୁଖ୍ୟାଳୟ ସାମ୍ନା‌‌ରେ ଧାରଣାରେ ବସିଥିଲେ। କ୍ୟାଣ୍ଟନ୍‌ମେଣ୍ଟ ଥାନା ପୁଲିସ ପ୍ରଭାତୀଙ୍କୁ ଥାନାକୁ ଉଠାଇ ନେଇଥିଲା। ଆନ୍ତର୍ଜାତୀୟ ମାନବାଧିକାର ପରିଷଦ ଓ ଓଡ଼ିଶା ନାରୀ ସୁରକ୍ଷା ମଞ୍ଚ ପକ୍ଷରୁ ରାଜ୍ୟ ସଭାପତି ସସ୍ମିତା ଦାସ, ସ୍ଵୟଂପ୍ରଭା ସାହୁ, ସସ୍ମିତା ସାହୁ ପ୍ରମୁଖ ଥାନାରେ ପହଞ୍ଚି ଆଲୋଚନା କରିଥିଲେ। ଚନ୍ଦ୍ରଶେଖରପୁର ପୁଲିସ ସହିତ ଆଲୋଚନା ପରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ପାଇଁ ପ୍ରତିଶ୍ରୁତି ମିଳିଲା ପରେ ଅଭିଯୋଗକାରିଣୀ ଧାରଣାରୁ ଓହରିଥିବା ସୂଚନା ମିଳିଛି।

Share Now:

Kalinga News Beuro

Leave a Reply

Next Post

ବୀର ଜୟରାମଙ୍କୁ ହରାଇ ଝୁରୁଛି ଶୋରିଷମାଳି ଗାଁ : ‘ପୁଲିସରେ ଭର୍ତ୍ତି ହୋଇ ପ୍ରତିଶୋଧ ନେବି’

Sat Aug 31 , 2019
ପୁଲିସ ପକ୍ଷରୁ ୧୬ ଲକ୍ଷ ଟଙ୍କା ସହାୟତା ପ୍ରଦାନ ମାଲକାନଗିରି : ଯେଉଁ ପୁଅକୁ ନେଇ ଗାଁ ଗର୍ବ କରୁଥିଲା ସେହି ବୀର ପୁଅକୁ ହରାଇ ଆଜି ସମସ୍ତେ ଝୁରୁଛନ୍ତି। ପୁଲିସ ଓ ନକ୍ସଲ ଗୁଳି ବିନିମୟରେ ଜୟରାମ ସହିଦ ହେବା ପରେ ତାଙ୍କ ନିଜ ଗ୍ରାମ ଶୋରିଷମାଳି ଆଜି ସ୍ତବ୍ଧ ହୋଇଯାଇଛି। ତେବେ ବୀର ଜୟରାମଙ୍କ ବିଧବା ପତ୍ନୀ ଚମ୍ପା ସ୍ୱାମୀଙ୍କ ମୃତ୍ୟୁରେ ମ୍ରିୟମାଣ ‌ହୋଇ ପଡ଼ିଥିଲେ ବି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial