ଅଳିଆ ଉଠାଇଲେ ଜିଲ୍ଲାପାଳ

କେନ୍ଦ୍ରାପଡ଼ା: ପରିବେଶ ସୁସ୍ଥ ରହିଲେ ଆମେ ସମସ୍ତେ ସୁସ୍ଥ ରହିବା। ଏହି କ୍ରମରେ ସମଗ୍ର ଦେଶରେ ଚାଲିଥିବା ସ୍ୱଚ୍ଛ ଭାରତ ଅଭିଯାନକୁ ଆଉପାଦେ ଆଗକୁ ନେଇଛନ୍ତି ଜଣେ ଜିଲ୍ଲାପାଳ। ଏହି ବିରଳ ଦୃଶ୍ୟ ଆଜି କେନ୍ଦ୍ରାପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଥିଳା। ସବୁବେଳେ ଆମେ ସ୍ୱଚ୍ଛତା ପାଇଁ ସଫେଇ କର୍ମଚାରୀଙ୍କ ଉପରେ ନିର୍ଭର କରୁଥାନ୍ତି। ମାତ୍ର ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳ ରୁଘୁଜୀ ନିଜେ ହାତରେ ସଫେଇ ଗ୍ଳୋବ୍‌ ଲଗାଇ ନିଜର ଅନ୍ୟ ସହକର୍ମୀଙ୍କ ସହିତ କେନ୍ଦ୍ରାପଡ଼ା ସହରରେ ସଫେଇ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଥିଲା।
କେନ୍ଦ୍ରାପଡ଼ା ସହରର ନୂଆ ବସଷ୍ଟାଣ୍ଡ ନିକଟରେ ଥିବା କାକଟ ଲକ୍‌ ଛକରେ ପଡ଼ିଥିବା ଅଳିଆ ଆବର୍ଜନାକୁ ଜିଲ୍ଲାପାଳ ରଘୁଜୀ ଓ ତାଙ୍କ ସହକର୍ମୀମାନେ ଉଠାଇ ମୁନିସିପାଲିଟିର ଟ୍ରାକ୍ଟରରେ ପକାଇବା ସହିତ ଏହାକୁ ସହର ବାହାରକୁ ପଠାଇଥିଲେ। ଜିଲ୍ଲାପାଳ ନିଜେ ମୁଣ୍ଡରେ ଟୋପି ଓ ହାତରେ ଗ୍ଲୋବ ଲଗାଇ ସଫେଇ କରୁଥିବା ଦେଖି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବହୁ କର୍ମଚାରୀ ଓ କେନ୍ଦ୍ରାପଡ଼ା ପୌରସଂସ୍ଥାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ମଧ୍ୟ ନିଜ ସହକର୍ମୀଙ୍କ ସହିତ ଆସି ଏହି ସଫେଇ ଅଭିଯାନରେ ସାମିଲ ହୋଇଛନ୍ତି। ଏହାକୁ ନେଇ ଆଜି ସକାଳୁ ସହରରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Share Now:

Kalinga News Beuro

Leave a Reply

Next Post

ସୀମା ନିର୍ଦ୍ଧାରଣନେଇ ବିଜେଡିରେ ଅନ୍ତର୍ଦ୍ୱନ୍ଦ

Mon Mar 26 , 2018
ଭୁବନେଶ୍ୱର: ବିଏମ୍‌ସିର ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ନେଇ ପ୍ରସ୍ତୁତ ହୋଇଥିବା ଚିଠା ପ୍ରସ୍ତାବକୁ ବିଜେଡି ଦଳରୁ ବିରୋଧ ଆରମ୍ଭ ହେଲାଣି। କେତେକ କର୍ପୋରେଟର ଭୟରେ ମୁହଁ ଖୋଲୁନଥିବାବେଳେ ଆଜି ଓ୍ଵାର୍ଡ ୪୩ର କର୍ପୋରେଟର ରାଜଲକ୍ଷ୍ମୀ ନାୟକ ଖୋଲାଖୋଲି ଭାବେ ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟାକୁ ବିରୋଧ କରିଛନ୍ତି। ଏପରିକି ଚିଠା ପ୍ରସ୍ତାବରେ ଯେଉଁ ସୀମା ନିର୍ଦ୍ଧାରଣ ହୋଇଛି ତାକୁ ପରିବର୍ତ୍ତନ କରିବା ଏବଂ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial