ଦୁଇ ଥର ବିବାହ କରିଥିଲେ ରାନୁ, ବ୍ୟକ୍ତିଗତ ଜୀବନକୁ ନେଇ ଆସିଲା ଏଭଳି ସତ

ମୁମ୍ବାଇ : ରେଳ ଷ୍ଟେସନରୁ ବଲିଉଡ୍‌ରେ ପହଞ୍ଚିବାରେ ସଫଳ ହୋଇଛନ୍ତି ଇଣ୍ଟରନେଟ୍‌ ସେନ୍‌ସେସନ୍‌ ରାନୁ ମଣ୍ଡଳ । ଅନେକଙ୍କ ପାଇଁ ଏହା ସ୍ୱପ୍ନ ହୋଇଥିବା ବେଳେ ରାତାତାତି ଷ୍ଟାର ବନି ଯାଇଛନ୍ତି ରାନୁ । ଏବେ ତାଙ୍କୁ ଗୋଟିଏ ପରେ ଗୋଟିଏ ସଫଳତା ମିଳୁଥିବା ବେଳେ ପରିବାର ଲୋକ ମଧ୍ୟ ତାଙ୍କ ପାଖକୁ ଫେରୁଥିବା ଦେଖାଯାଇଛି । ୧୦ବର୍ଷ ତଳେ ଛାଡ଼ି ଚାଲି ଯାଇଥିବା ଝିଅ ଏବେ ରାନୁଙ୍କ ପାଖରେ ପହଞ୍ଚିଥିବା ବେଳେ ଅନ୍ୟ ସଦସ୍ୟ ମଧ୍ୟ ରାନୁଙ୍କ ପାଖକୁ ଆସୁଥିବା ଜଣାପଡ଼ିଛି । ଏବେ ଧିରେ ଧିରେ ତାଙ୍କ ବ୍ୟକ୍ତିଗତ ଜୀବନର ଉପରୁ ମଧ୍ୟ ପରଦା ଉଠିବାରେ ଲାଗିଛି ।
ରାନୁ ଦୁଇ ଥର ବିବାହ କରିବା ଖବର ଏବେ ସାମ୍ନାକୁ ଆସିବା ସହ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରଥମ ସ୍ୱାମୀ ରାନୁଙ୍କ କାମକୁ ପସନ୍ଦ କରୁ ନ ଥିବା ସହ ତାଙ୍କୁ ଭଲ ପାଉ ନଥିଲେ । ମାତ୍ର ୨୦ବର୍ଷ ବୟସରୁ ରାନୁ ବିଭିନ୍ନ କ୍ଲବ୍‌ରେ ଗୀତ ଗାଇବା ଆରମ୍ଭ କରିଥିବା ବେଳେ ତାଙ୍କ ସ୍ୱାମୀକୁ ଏ ସବୁ ପସନ୍ଦ ନଥିଲା । ପ୍ରଥମ ସ୍ୱାମୀଠାରୁ ଗୋଟେ ପୁଅ ଓ ଝିଅ ହେବା ପରେ ତାଙ୍କ ସ୍ୱାମୀ ତାଙ୍କୁ ଛାଡ଼ି ଚାଲି ଯାଇଥିଲେ । ଏହା ପରେ ରାନୁ ପଶ୍ଚିମବଙ୍ଗରୁ ମୁମ୍ବାଇ ଆସି ଫିରୋଜ୍‌ ଖାନ୍‌ଙ୍କ ଘରେ କାମ କରିବା ଆରମ୍ଭ କରିଥିଲେ । ସେଠାରେ ସେ ବବୁଲ ମଣ୍ଡଳଙ୍କୁ ଭେଟିବା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ହୋଇଥିଲା । ଏହା ପରେ ଦୁହେଁ ବିବାହ କରି ନେଇଥିଲେ । କିନ୍ତୁ ୨୦୦୩ରେ ବବୁଲଙ୍କ ଅକାଳ ମୃତ୍ୟୁ ରାନୁଙ୍କ ଜୀବନର ଗତିପଥକୁ ବଦଳାଇ ଦେଇଥିଲା । ବବୁଲଙ୍କ ମୃତ୍ୟୁ ପରେ ରାନୁ ପଶ୍ଚିମବଙ୍ଗ ଫେରିଯିବା ସହ ଗୀତ ଗାଇ ପେଟ ପୋଷିବା ଆରମ୍ଭ କରିଥିଲେ । ବବୁଲଙ୍କଠାରୁ ମଧ୍ୟ ରାନୁଙ୍କର ଗୋଟେ ପୁଅ ଓ ଗୋଟେ ଝିଅ ଥିବା ଜଣାପଡ଼ିଛି । ତେବେ ରାନୁଙ୍କୁ ନ୍ୟୁରୋଜିକାଲ ଡିଜ୍‌ଅର୍ଡର ଥିବାରୁ ତାଙ୍କୁ ଅନେକ ସମୟରେ ପାନିକ୍‌ ଆଟାକ୍‌ ଆସିଥାଏ । ଯାହା ପାଇଁ ତାଙ୍କ ପରିବାର ତାଙ୍କଠାରୁ ଦୂରରେ ରହୁଥିବା ଜଣା ପଡ଼ିଛି । କିନ୍ତୁ ଏବେ ତାଙ୍କୁ ସଫଳତା ମିଳିବା ପରେ ସମସ୍ତେ ତାଙ୍କ ପାଖକୁ ଫେରୁଥିବା ଦେଖାଯାଇଛି ।

Share Now:

Kalinga News Beuro

Leave a Reply

Next Post

ମୃତ୍ୟୁକୁ ଡାକୁଛି ମୁକୁଳା କଟ୍‌: ଡ୍ରୋନ୍‌ ଥାଉ, ଆଗ ଟ୍ରାଫିକ୍ ପୁଲିସ ଦିଅ

Sat Aug 31 , 2019
ଖଣ୍ଡଗିରି: ରାଜଧାନୀ ଛାତି ଉପର ଦେଇ ଅତିକ୍ରମ କରିଥିବା ୧୬ନମ୍ବର ଜାତୀୟ ରାଜପଥରେ କମିସନରେଟ୍‌ ପୁଲିସ ଚିହ୍ନଟ କରିଛି ୫ରୁ ଅଧିକ ବ୍ଲାକସ୍ପଟ୍‌। କିନ୍ତୁ ପଳାସୁଣୀରୁ ପିତାପଲ୍ଲୀ ଭିତରେ ରହିଛି ୧୦ରୁ ଅଧିକ ଅଧିକ ମରଣଘାଟି। ବିଶେଷକରି ମୁକୁଳା ପଡ଼ିଥିବା କଟ୍‌ଗୁଡ଼ିକ ହେଉଛି ଭୟଙ୍କର ମରଣଯନ୍ତା। ଶନିମନ୍ଦିର ଛକ, ପାତ୍ରପଡ଼ା, ଗୋହିରା, ରେତଙ୍ଗ, ଓଗାଳପଡ଼ା, ଗଙ୍ଗପଡ଼ା ଓ ପିତାପଲ୍ଲୀ ଭଳି ଛକମାନଙ୍କରେ ଥିବା କଟ୍‌ରେ ପ୍ରତିଦିନ ଦୁର୍ଘଟଣା ଘଟୁଛି। ତେଣୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial