ସଂଶୋଧିତ ଟ୍ରାଫିକ୍‌ ନିୟମ ଲାଗୁ ପରେ ୨ ଲକ୍ଷ ଟଙ୍କାରୁ ଊର୍ଧ୍ୱ ଜରିମାନା ଆଦାୟ କରିଛି କମିସନରେଟ୍ ପୁଲିସ୍‌

ଭୁବନେଶ୍ୱର: ଚଳିତ ମାସ ଆରମ୍ଭରୁ ଲାଗୁ ହୋଇଛି ନୂଆ ଟ୍ରାଫିକ୍‌ ନିୟମ। ଏହି ନିୟମ ଲାଗୁ ହଉ ହଉ ଲୋକେ ଉଲ୍ଲଂଘନ କରିବା ଆରମ୍ଭ କରି ସାରିଲେଣି। ଗତକାଲି ଲାଗୁ ହୋଇଥିବା ଏହି ନୂଆ ନିୟମ ପରେ କଟକ-ଭୁବନେଶ୍ୱର ଟ୍ଵିନ୍‌ ସିଟିର କମିସନରେଟ୍‌ ପୁଲିସ୍‌ ୨ ଲକ୍ଷ ଟଙ୍କାରୁ ଊର୍ଧ୍ୱ ଜରିମାନା ସଂଗ୍ରହ କରିଥିବା ସୂଚନା ରହିଛି।
୩୧୨ ଜଣ ଉଲ୍ଲଂଘନକାରୀଙ୍କ ଠାରୁ ସମୁଦାୟ ୨ ଲକ୍ଷ ୧୩ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ଆସନ୍ତା କିଛି ଦିନ ମଧ୍ୟରେ ଏହି ନିୟମ ଆହୁରି କଡ଼ାକକଡ଼ି ହେବ ବୋଲି ସୂଚନା ରହିଛି। ଉଲ୍ଳେଖଯୋଗ୍ୟ, ୨୦୧୯ ମସିହା ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଥିବା ଶଂସୋଧିତ ଟ୍ରାଫିକ୍‌ ନିୟମ ଅନୁଯାୟୀ ନିୟମ ଉଲ୍ଲଂଘନକାରୀଙ୍କୁ ପୂର୍ବାପେକ୍ଷା ଅଧିକ ଜରିମାନା ଦେବାକୁ ପଡ଼ିବ। ଏହି ନିୟମ ଲାଗୁ ହେବା ପରେ ଗତକାଲି ଦିଲ୍ଲୀ ପୁଲିସ୍‌ ୩୯୦୦ ଚାଲାଣ କାଟି ରେକର୍ଡ କରିଛି। ୩୯୦୦ ଲୋକ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରୁଥିବା ସମୟରେ ଦିଲ୍ଳୀ ପୁଲିସ୍‌ ହାତରେ ଧରା ପଡ଼ିଛନ୍ତି।

Share Now:

Kalinga News Beuro

Leave a Reply

Next Post

ଆରମ୍ଭ ହେଲା ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ: ୧ କୋଟି ସଭ୍ୟଙ୍କୁ କରାଯିବ ସାମିଲ

Mon Sep 2 , 2019
ଭୁବନେଶ୍ୱର: ବିଜୁ ଜନତା ଦଳକୁ ଆହୁରି ମଜବୁତ କରିବାକୁ ତଥା ଦଳୀୟ ସଦସ୍ୟଙ୍କ ସଂଖ୍ୟା ଦୁଇ ଗୁଣା କରିବାକୁ ସୋମବାର ବିଧିବଦ୍ଧ ଭାବେ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳ ମୁଖ୍ୟାଳୟରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଆଜିଠାରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଦଳ ନୂଆ ସଭ୍ୟ ସଂଗ୍ରହ କରିବ । ଛାତ୍ର, ମହିଳା ଓ ଯୁବକଙ୍କୁ ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ନିଆଯାଇଛି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial