ଇସ୍ରୋର ମିଶନ ମୁନକୁ ଆଉ ଏକ ସଫଳତା : ଅର୍ବିଟରରୁ ଅଲଗା ହେଲା ଲ୍ୟାଣ୍ଡର ବିକ୍ରମ

ନୂଆଦିଲ୍ଲୀ: ସଫଳତାର ଗୋଟିଏ ପରେ ଗୋଟିଏ ସିଡ଼ି ଚଢିଚାଲିଛି ଚନ୍ଦ୍ରଯାନ-୨ । ଚନ୍ଦ୍ରଯାନ ୨ ଚନ୍ଦ୍ର ଅଭିଯାନରେ ଆଉ ଏକ ପାଦ ଆଗେଇଛି । ଇସ୍ରୋର ପୂର୍ବ ଆକଳନ ପରି ଆଜି ଅର୍ବିଟରରୁ ଅଲଗା ହୋଇଯାଇଛି ଲାଣ୍ଡର ବିକ୍ରମ । ଚନ୍ଦ୍ର ଅଭିଯାନରେ ଚନ୍ଦ୍ର ଯାନ ୨ରୁ ଅର୍ବିଟରରୁ ଲ୍ୟାଣ୍ଡର ବିକ୍ରମ ଅଲଗା ହେବା ସବୁଠାରୁ ଥିଲା ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା । ଯାହାକୁ ସଫଳତାର ସହ ସଂପାଦନ କରିଛି ଇସ୍ରୋ । ଗତକାଲି ପଞ୍ଚମ ତଥା ଚୂଡାନ୍ତ କକ୍ଷ ପଥରେ ପ୍ରବେଶ କଲାପରେ ଆଜି ଅର୍ବିଟରରୁ ଅଲଗା ହୋଇଛି ଲାଣ୍ଡର୍ ବିକ୍ରମ । ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ପ୍ରକୃଷ୍ଟ ସମୟ ଧୀରେ ଧୀରେ ପାଖେଇ ଆସୁଛି । ଚନ୍ଦ୍ରପୃଷ୍ଠର ନିକଟତର ହୋଇଚାଲିଛି ଚନ୍ଦ୍ରଯାନ । ଦୀର୍ଘ ୪୨ ଦିନର ଯାତ୍ରା ପରେ ଆଜି ଦିନ ୧୨ ଟା ୪୫ରୁ ଗୋଟାଏ ୪୫ ମଧ୍ୟରେ ଅର୍ବିଟର ଠାରୁ ଅଲଗା ହୋଇଛି ଲ୍ୟାଣ୍ଡର ବିକ୍ରମ । ୨୦ ଘଣ୍ଟା ପର୍ଯ୍ୟନ୍ତ ବିକ୍ରମ ଲ୍ୟାଣ୍ଡର ଅର୍ବିଟରର ପଛେ ପଛେ ଚନ୍ଦ୍ର ଚାରିପଟେ ୨କିମି ପ୍ରତି ସେକେଣ୍ଡ ଘୁରି ବୁଲିବ । ଏବେ ବିକ୍ରମ ଲାଣ୍ଡର ୧୧୯ କିମି ଏପୋଜି ଓ ୧୨୭ କିମି ପେରୋଜିରେ ଘୁରୁଛି ।ଇସ୍ରୋର ଆକଳନ ଅନୁସାରେ ଏବେଠାରୁ ଆରମ୍ଭ ହୋଇଯିବ ଲାଣ୍ଡର ବିକ୍ରମର ଅବତରଣର ଅବଗଣନା । ୪ ଦିନ ଧରି ଗୋଲାକାର ପଥରେ ଚନ୍ଦ୍ର ଚାରିପଟେ ମାତ୍ର ୧୦୦ କିଲୋମିଟର ଦୂରତାରେ ଘୁରି ବୁଲିବ ଲାଣ୍ଡର ।
ଧୀରେ ଧୀରେ ଲାଣ୍ଡରର ଗତି ନିୟନ୍ତ୍ରିତ ହେବ । ଯଦି ସବୁକିଛି ଠିକ୍ ଭାବେ ଚାଲେ, ୭ ତାରିଖ ରାତି ପ୍ରାୟ ଗୋଟାଏ ୫୫ ମିନିଟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଲାଣ୍ଡର । ତେବେ ଅବତରଣ କରିବାର ଶେଷ ୧୫ ମିନିଟକୁ ଟେରିଫାଇଙ୍ଗ୍ ମୋମେଂଟ କୁହାଯାଉଛି, ଯାହାକି ଏହି ମିସନର ସବୁଠୁ ଅଧିକ ଜଟିଳ ପ୍ରକ୍ରିୟା । ସବୁକିଛି ଯୋଜନା ମୁତାବକ ଚାଲିଲେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଲାଣ୍ଡର । ଏହାପରେ ଲାଣ୍ଡର ବିକ୍ରମରୁ ଅଲଗା ହୋଇଯିବ ରୋଭର ‘ପ୍ରଜ୍ଞାନ୍’ । ଚନ୍ଦ୍ରର ଦକ୍ଷିଣ ମେରୁରେ ୧୪ ଦିନ ଧରି ଅନୁଧ୍ୟାନ କରିବ ରୋଭର । ଫଟୋ ଓ ତଥ୍ୟ ଲାଣ୍ଡରକୁ ପଠାଇବ । ଲାଣ୍ଡରରୁ ଅର୍ବିଟର ଓ ଅର୍ବିଟରରୁ ଇସ୍ରୋକୁ ମିଳିବ ତଥ୍ୟ । ଏହି ଐତିହାସିକ ମୁହୁର୍ତକୁ ଅପେକ୍ଷା କରିଛି ସାରା ଦେଶ । କେବଳ ଭାରତ ନୁହେଁ ଇସ୍ରୋର ଏହି ଅଭିଯାନର ସଫଳତାକୁ ସାରା ବିଶ୍ୱ ଅନେଇ ବସିଛି ।

Share Now:

Kalinga News Beuro

Leave a Reply

Next Post

ପୁରୀ ବିସ୍ଥାପିତଙ୍କ ପାଇଁ ଥଇଥାନ ଯୋଜନା : ଆଖି ଝଲ୍‌ସା ପ୍ୟାକେଜ୍‌:ମୁଖ୍ୟମନ୍ତ୍ରୀଙ୍କ ଗଣେଶ ପୂଜା ଭେଟି

Tue Sep 3 , 2019
ଭୁବନେଶ୍ୱର/ପୁରୀ : କ୍ଷତିଗ୍ରସ୍ତ ହେଉଥିବା ପ୍ରତି ଲଜ୍‌ ବର୍ଗଫୁଟ ପିଛା ୨୫ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପାଇବେ, ତା’ ପୁଣି ୧୮ ମାସ ଯାଏ। ଆଜି ଦିନରେ ବଡ଼ ବଡ଼ ସହରରେ ଆଇଟି କରିଡରରେ ମଧ୍ୟ ଏତେ ଦରରେ ଭଡ଼ା ନିର୍ଧାରିତ ହେଉଥିବା ନଜିର ବହୁତ କମ୍। ବିସ୍ଥାପିତ ପରିବାରକୁ ଏକକାଳୀନ ୩୦ଲକ୍ଷ ଟଙ୍କା ସହାୟତା ଦିଆଯିବ। ଅଥବା ଶ୍ରୀମନ୍ଦିରର ଦେଢ଼ କିଲୋମିଟର ମଧ୍ୟରେ ୫୨୦ ବର୍ଗଫୁଟ ପରିମିତ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial