ଦକ୍ଷିଣ ଏସିଆର ପ୍ରଥମ ସୀମାପାର ପେଟ୍ରୋଲିୟମ ପାଇପଲାଇନର ଉଦଘାଟନ କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମୋତିହାରୀ ଓ ଅମଲେଖଗଞ୍ଜ (ନେପାଳ) ମଧ୍ୟରେ ଏକ ପେଟ୍ରୋଲିୟମ ଉତ୍ପାଦ ପାଇପଲାଇନର ଶୁଭ ଉଦଘାଟନ କରିଛନ୍ତି । ସେ ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସହ ଭିଡ଼ିଓ କନଫେରେନ୍ସିଂ ଜରିଆରେ ଏହି ପାଇପଲାଇନର ଉଦଘାଟନ କରିଛନ୍ତି ।ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଏହା ବହୁତ ଖୁସିର କଥା ଯେ ଦକ୍ଷିଣ ଏସିଆର ପ୍ରଥମ କ୍ରସ ବର୍ଡର (ସୀମାପାର) ପେଟ୍ରୋଲିମ ପାଇପଲାଇନର କାମ ନିର୍ଦ୍ଧାରିତ ସମୟର ଅଧା ସମୟରେ ହିଁ ପ୍ରସ୍ତୁତ ହୋଇସାରିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହାର ଶ୍ରେୟ ନେପାଳ ସରକାରଙ୍କ ନେତୃତ୍ୱ ସମର୍ଥନ ଓ ଆମ ମିଳିତ ପ୍ରୟାସ ଯୋଗୁଁ ସମ୍ଭବ ହୋଇଛି।
୨୦୧୫ରେ ସଂଘଠିତ ପ୍ରଳୟଙ୍କରୀ ଭୂମିକମ୍ପ ପରେ ନେପାଳ ଯେତେବେଳେ ପୁନର୍ଗଠନ ପାଇଁ ଅଣ୍ଟା ଭିଡ଼ିଥିଲା ସେହି ସମୟରେ ପଡୋଶୀ ଓ ବନ୍ଧୁ ଭାବରେ ଭାରତ ସହଯୋଗର ହାତ ବଢ଼ାଇଥିଲା । ଭାରତର ସହଯୋଗ କାରଣରୁ ନେପାଳର ଗୋରଖା ଓ ନୁୱାକୋଟ ଜିଲ୍ଲାରେ ପୁଣି ଘର ତଥା ଜନବସତି ଗଢି ଉଠିଥିବାରୁ ଖୁସି ଥିବା ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।

Share Now:

Kalinga News Beuro

Leave a Reply

Next Post

ସରକାର ଭିତ୍ତିଭୂମି ନ ସଜାଡ଼ି ଜରିମାନା ଆଦାୟକୁ ଅଧିକ ଧ୍ୟାନ ଦେଉଥିବାରୁ ଜନତାଙ୍କ ପ୍ରଶ୍ନ : ସରକାର କେତେ ଜରିମାନା ଦେବେ?

Tue Sep 10 , 2019
ଭୁବନେଶ୍ୱର : ରାଜଧାନୀର ଯେଉଁ ରାସ୍ତାରେ ଯିବ ସେଠାରେ ଆଣ୍ଠୁଏ ଉଚ୍ଚର ଖାଲ, କିଛି ବର୍ଷ ତଳେ ଯେଉଁ ରାସ୍ତା କଙ୍କ୍ରିଟ ଓ ପିଚୁ ଥିଲା ତାହା ଏବେ ମାଟି ରାସ୍ତା। ଅସରାଏ ବର୍ଷା ହେଲେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚରେ ପାଣି ଚାଲୁଛି, ସବୁଠି ରାସ୍ତା ଉପରେ ଗାଈ, ଷଣ୍ଢ ଶୋଉଛନ୍ତି, ବୁଲା କୁକୁର ଗାଡ଼ି ଆଗକୁ ମାଡ଼ି ଆସୁଛନ୍ତି। ଅଧିକାଂଶ ଅଞ୍ଚଳରେ ଷ୍ଟ୍ରିଟ ଲାଇଟ୍ ଜଳୁନି, ସର୍ଭିସ୍ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial