ଝାରସୁଗୁଡା ବିମାନ ବନ୍ଦରରୁ କୋଲକାତା ଓ ବେଙ୍ଗାଲୁରୁ ପାଇଁ ଉଡାଣ ସେବା ଆରମ୍ଭ

ଭୁବନେଶ୍ୱର: ଆଜିଠାରୁ ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ (ଭିଏସ୍‌ଏସ୍‌) ବିମାନ ବନ୍ଦରରୁ ଆଉ ଦୁଇଟି ସହରକୁ ନୂତନ ଭାବେ ବିମାନ ସେବା ଆରମ୍ଭ ହୋଇଥିବା ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ବୁଧବାର ସୂଚନା ଦେଇଛନ୍ତି। ମୁଖ୍ୟ ଶାସନ ସଚିବଙ୍କ କହିବାନୁସାରେ, ଝାରସୁଗୁଡା ବିମାନ ବନ୍ଦରରେ ଆରମ୍ଭ ହୋଇଥିବା ଏହି ନୂଆ ଉଡାଣ ସେବା କୋଲକାତା ଓ ବେଙ୍ଗାଲୁରୁ ପାଇଁ ରହିଛି। ଅର୍ଥାତ ଏବେ ଯାତ୍ରୀ ଝାରସୁଗୁଡା ବିମାନ ବନ୍ଦରରୁ ବି କୋଲକାତା ଓ ବେଙ୍ଗାଲୁରୁକୁ ବିମାନ ଯାତ୍ରା କରି ପାରିବେ। ବର୍ତ୍ତମାନ ସୁଦ୍ଧା ଝାରସୁଗୁଡାରୁ ୫ଟି ସ୍ଥାନକୁ ବିମାନ ସେବା ଜାରି ରହିଛି।
ଲୋକସେବା ଭବନରେ ଆୟୋଜିତ ବୈଠକରେ ଆଜି ଏହି ନିଷ୍ପତ୍ତି ନିଆଯାଇଛି। ଝାରସୁଗୁଡା ବିମାନ ବନ୍ଦର ବ୍ୟତୀତ ରାଉରକେଲା ଓ ଜୟପୁରର ଏୟାରଷ୍ଟ୍ରିପ୍‌ର ପ୍ରସାରଣକୁ ତ୍ୱରାନ୍ଵିତ କରିବା ପାଇଁ ଆଲୋଚନା ବି ଜାରି ରହିଛି। କୋରାପୁଟ ଜିଲ୍ଲାର ଜୟପୁର ଏୟାରଷ୍ଟ୍ରିପ୍‌ ପ୍ରକଳ୍ପ ପାଇଁ ୫୫କୋଟି ଟଙ୍କାର ଟେଣ୍ଡର ଶେଷ ହୋଇଛି। ଭତ୍ତିଭୂମି କାମ ଶେଷ ହୋଇଗଲେ ଏହି ଏୟାରଷ୍ଟ୍ରିପ୍‌ରୁ ବି ବିମାନ ଚଳାଚଳ ଆରମ୍ଭ ହେବ।

Share Now:

Kalinga News Beuro

Leave a Reply

Next Post

ଆଶୀର୍ବାଦ ବେହେରାଙ୍କ ପୁଅ ସଞ୍ଜୟ ବେହେରା ହେଲେ ଓସିଏ ସଂପାଦକ

Fri Sep 27 , 2019
କଟକ: ସଞ୍ଜୟ ବେହେରା ଓଡିଶା କ୍ରିକେଟ ଆସୋସିଏସନ୍‌ (ଓସିଏ)ର ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ସଂଜୟ ବେହେରା ୪୫ ଖଣ୍ଡ ଭୋଟ ପାଇଛନ୍ତି। ସେ ୨୦ ଖଣ୍ଡ ଭୋଟ ବ୍ୟବଧାନରେ ନବରଂଜନ ସ୍ୱାଇଁଙ୍କୁ ପରାସ୍ତ କରିଛନ୍ତି। ଅର୍ଥତତ୍ତ୍ୱ ଚିଟଫଣ୍ଡ (ଏଟି) ଠକେଇ ମାମଲାରେ ଗିରଫ ଆଶୀର୍ବାଦ ବେହେରାଙ୍କ ପୁଅ ହେଉଛନ୍ତି ସଞ୍ଜୟ ବେହେରା। ଯୁଗ୍ମ ସଂପାଦକ ଭାବେ ମେହେତାବ୍‌ ଖାନ୍‌ ନିର୍ବାଚିତ ହୋଇଛନ୍ତି। ମେହେତାବ୍‌ ଖାନ ନିର୍ବାଚନରେ ସୁଜିତ୍‌ କୁମାର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial