ଗାଡ଼ି ଚାଳକ ସାବଧାନ ! ଆଜିଠାରୁ ଏହି ୧୦ ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ଦେବାକୁ ପଡ଼ିବ ଜରିମାନା

ଭୁବନେଶ୍ୱର:ଗାଡ଼ି ଚାଳକମାନେ ସାବଧାନ। ଡିସେମ୍ବର ପହିଲାରୁ ସାରା ରାଜ୍ୟରେ ନୂଆ ମୋଟରଯାନ ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ। କେବଳ ଗାଡ଼ି କାଗଜପତ୍ର ଓ ଡ୍ରାଇଭିଂ ଲାଇସେନ୍ସକୁ ଛାଡ଼ି ଅନ୍ୟ ସମସ୍ତ କ୍ଷେତ୍ରରେ ନୂଆ ନିୟମ ଲାଗୁ ହେବ। ୧୦ଟି ନିୟମ ଉଲ୍ଲଂଘନ କଲେ ଜରିମାନା ଦେବାକୁ ପଡ଼ିବ। ଆଉ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରିବା ସହ ଜରିମାନା ଆଦାୟ କରିବା ଲାଗି ଆଜି ସମସ୍ତ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଡିସିପିମାନଙ୍କୁ ନି‌ର୍ଦେଶ ଦିଆଯାଇଛି। ସେହି ନିୟମ ଗୁଡିକ ହେଲା :-
୧- ଧାର୍ଯ୍ୟ ବେଗଠାରୁ ଅଧିକ ଜୋରରେ ଗାଡ଼ି ଚଲାଉଥିଲେ
୨- ଟ୍ରାଫିକ ନିୟମ ତଥା ରେଡ୍ ଲାଇଟ୍ ଉଲ୍ଲଂଘନ କଲେ
୩- ମଦ୍ୟପାନ କରି ଗାଡ଼ି ଚଳାଉଥିଲେ
୪- ଟ୍ରାଫିକର ବିପରୀତ ଦିଗରେ ଗାଡ଼ି ନେଲେ
୫-ବେପରୁଆ ଗାଡ଼ି ଚାଳନା କଲେ
୬- ସିଟ୍ ବେଲ୍ଟ ନ ବାନ୍ଧିଲେ
୭- ବାଇକ୍‌ରେ ତିନି ଜଣ ଯାତ୍ରା କରୁଥିଲେ
୮- ହେଲମେଟ୍ ପିନ୍ଧି ନଥିଲେ
୯- ବସ୍ ଓ ଟ୍ରକଗୁଡ଼ିକରେ ଓଭରଲୋଡିଂ ନେଉଥିଲେ
୧୦-ଗାଡ଼ି କାଗଜପତ୍ର ଓ ଡ୍ରାଇଭିଂ ଲାଇସେନ୍ସକୁ ଛାଡି ଅନ୍ୟ କାଗଜପତ୍ର ନଥିଲେ

Share Now:

Kalinga News Beuro

Leave a Reply

Next Post

ବିଶ୍ୱ ଏଡ୍‌ସ ଦିବସ ଆଜି : ରାଜ୍ୟରେ ୫୦ ହଜାର ଏଚ୍‌ଆଇଭି ଆକ୍ରାନ୍ତ

Sun Dec 1 , 2019
୫ ବର୍ଷରେ ଚିହ୍ନଟ ହେଲେଣି ୧୬ ହଜାରରୁ ଅଧିକ ଭୁବନେଶ୍ୱର: ରାଜ୍ୟରେ ଏଚ୍‌ଆଇଭି ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୫୦ ହଜାର ଟପିଲାଣି। ଉଦ୍‌ବେଗର ବିଷୟ, ଗତ ୫ବର୍ଷରେ ରାଜ୍ୟରେ ୧୬ ହଜାରରୁ ଅଧିକ ଏଚ୍‌ଆଇଭି ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ପ୍ରତିବର୍ଷ ଏହି ସଂଖ୍ୟାରେ ବୃଦ୍ଧି ଘଟୁଛି। ବିଶେଷକରି ଗଞ୍ଜାମ ଜିଲ୍ଲାରେ ଏଚ୍‌ଆଇଭି ସଂକ୍ରମିତଙ୍କ ସଂଖ୍ୟା ଆଗରେ ରହିଛି। ଚଳିତବର୍ଷ ଅକ୍ଟୋବର ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ୧୫ହଜାର ୭୩୮ଜଣ ଏଚ୍‌ଆଇଭି ଆକ୍ରାନ୍ତ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial