ମା’ ଦାଦନ ଶ୍ରମିକ, ବାପା ମାନସିକ ବିକୃତ, ଦିବ୍ୟାଙ୍ଗ ପୁଅ ପାଇଲେ ରାଜ୍ୟସ୍ତରୀୟ ପୁରସ୍କାର

ସାନ ଭଉଣୀର ବାହାଘର ପାଇଁ ଟଙ୍କା ରଖୁଛନ୍ତି ରବି

ନୂଆପଡ଼ା: ମା’ ହେଉଛନ୍ତି ଦାଦନ ଶ୍ରମିକ, ବାପା ମାନସିକ ବିକୃତ କିନ୍ତୁ ଦିବ୍ୟାଙ୍ଗ ପୁଅ ନୂଆପଡ଼ା ଜିଲ୍ଲାପାଇଁ ‌ଗୌରବ ଆଣିଛନ୍ତି। ଜଣେ ଦିବ୍ୟାଙ୍ଗ ସ୍କୁଲରେ ନିଷ୍ଠାପର ଭା‌ବେ ସେବା କରିଥିବା ବିଦ୍ୟାଙ୍ଗ ରବି ଶବରଙ୍କୁ ଭିନ୍ନକ୍ଷମ ଦିବସରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପୁରସ୍କାର ପ୍ରଦାନ କରିଛନ୍ତି।
ପ୍ରକାଶ ଯେ ନୂଆପଡ଼ା ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ବିଛିନ୍ନ ମାରାଗଡ଼ା ଗ୍ରାମର ଲକ୍ଷ୍ମଣ ଶବର କିଛି ବର୍ଷ ହେବ ମାନସିକ ବିକୃତ ହୋଇ ବିଭିନ୍ନ ଗାଁ ବୁଲୁଛନ୍ତି। ମା ବିରବାଇ ଶବର ପରିବର ପ୍ରତିପୋଷଣ ପାଇଁ ରାଜ୍ୟ ବାହାରେ ଦାଦନ ଶ୍ରମିକ ଭାବେ କାମ କରନ୍ତି। ତିନି ଝିଅ ଓ ଗୋଟିଏ ଦିବ୍ୟାଙ୍ଗ ପୁଅ ଦୁଇ ଝିଅଙ୍କ ବିବାହ କରିଥିବା ବେଳେ ସାନ ଝିଅ ଅବିବାହିତା। ୨୦୦୦ ମସିହାରେ ରବି ଶବର ନୂଆପଡ଼ା ବ୍ଳକ ଟାନୁୱାଡ ଛକଠାରେ ଥିବା ବିଜୁ ପଟ୍ଟନାୟକ ମାନସିକ ଅନଗ୍ରସର ସ୍ୱତନ୍ତ୍ର ବିଦ୍ୟାଳୟରେ ନାମ ଲେଖାଇଥିଲେ। ରବି ଶବର କଥା କହି ପାରୁ ନଥିଲେ ଏବଂ ଅନ୍ୟନ୍ତ ଦୟନୀୟ ଅବସ୍ଥାରେ ଥିଲେ। ବର୍ତ୍ତମାନ ୧୮ ବର୍ଷ ବିତିଗଲାଣି ସେ ଆଜି ୨୬ ବର୍ଷର ଯୁବକ ଅନ୍ୟ ସାଧାରଣ ଯୁବକଙ୍କ ଭଳି ସେ ନିଜ କାମ ନିଜେ କରିପାରୁଛନ୍ତି। ଧନ୍ଦାମୂଳକ କାମ ଯେପରି ମହମବତୀ, ଚକ ଆଦି ତିଆରି କରିପାରୁଛନ୍ତି। ବଗିଚା କାମ ମଧ୍ୟ ସୁନ୍ଦର ଭାବରେ କରୁଛନ୍ତି। ରବି ନିଜର କର୍ମକୁଶଳତା ପାଇଁ ୨୦୧୬ ମସିହାରୁ ବିଜୁ ପଟ୍ଟନାୟକ ମାନସିକ ସ୍ୱତନ୍ତ୍ର ବିଦ୍ୟାଳୟରେ ଘରୋନ୍ଦା ସ୍କିମରେ ଆଟେଡ଼େଣ୍ଟ ଭାବେ କାର୍ଯ୍ୟରତ ।ସେ ସମସ୍ତ ଦିବ୍ୟାଙ୍ଗ ଅନ୍ତେବାସୀଙ୍କର ନିଷ୍ଠାପର ଭାବେ ସେବା କରି ଆସୁଛନ୍ତି। ବିଦ୍ୟାଳୟ ପକ୍ଷରୁ ରବିଙ୍କୁ ୫ ହଜାର ଟଙ୍କା ଦିଆଯାଇଥିଲା। ବିଜୁ ପଟ୍ଟନାୟକ ମାନସିକ ଅନଗ୍ରସର ସ୍ୱତନ୍ତ୍ର ବିଦ୍ୟାଳୟରେ ରବି ଶବର ପ୍ରଥମ ସ୍ଥାନ ପାଇ ଭିନ୍ନକ୍ଷମ ଦିବସରେ ଭୁବନେଶ୍ୱର ଆଦିବାସୀ ପଡ଼ିଆଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ରାଜ୍ୟ ସ୍ତରୀୟ ପୁରସ୍କାର ଏବଂ ୨୫ ହଜାର ଟଙ୍କା ଚେକ ଗ୍ରହଣ କରିଛନ୍ତି।
ବିଦ୍ୟାଙ୍ଗ ରବି ଶବର ଓ ବିଦ୍ୟାଳୟ ଅଧକ୍ଷା ରାଜେଶ୍ୱରୀଙ୍କ କହିବା ଅନୁଯାୟୀ ଲକ୍ଷ୍ମଣ ଶବରଙ୍କ ଜମିବାଡି ଜଳମଗ୍ନ ହୋଇଥିଲା। ଲକ୍ଷ୍ମଣ ଶବର ଓ ସ୍ତ୍ରୀ ୨ ଝିଅଙ୍କୁ ବିବାହ କରି ନିଃସହାୟ ହୋଇ ଯାଇଥିଲେ। ପରେ ଲକ୍ଷ୍ମଣ ପାଗଳ ହୋଇଥିଲେ। ପରିବାର ପ୍ରତିପୋଷଣ ପାଇଁ ମା’ଙ୍କୁ ଦାଦନ ଶ୍ରମିକ ଭାବେ ରାଜ୍ୟ ବାହାରକୁ ଯାଇ କାମ କରୁଥିଲେ। ସାନ ଭଉଣୀଙ୍କୁ ବିବାହପାଇଁ ରବି ଶବର ଟଙ୍କା ସଂଗ୍ରହ କରୁଛନ୍ତି। ରବି ଶବର ଭଉଣୀଙ୍କୁ ଏକ ଭଲ ବର ଦେଖି ଖୁବ୍ ଶୀଘ୍ର ବାହା ଦେବି ବୋଲି କହୁଛନ୍ତି। ରବି ଶବରଙ୍କୁ ବିଦ୍ୟାଳୟ ଅଧକ୍ଷ, କର୍ମଚାରୀ ତଥା ଜିଲ୍ଲାବାସୀ ଶୁଭେଛା ଜଣାଇଛନ୍ତି।

Share Now:

Kalinga News Beuro

Leave a Reply

Next Post

ନିରବ ମୋଦୀ ପଳାତକ ଆର୍ଥିକ ଅପରାଧୀ ଘୋଷିତ

Thu Dec 5 , 2019
ମୁମ୍ବାଇ: ଫେରାର ବ୍ୟବସାୟୀ ନିରବ ମୋଦୀଙ୍କୁ ଆଜି ସ୍ପେସାଲ୍‌ ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡରିଙ୍ଗ୍‌ ଆକ୍ଟ୍‌ (ପିଏମ୍‌ଏଲ୍‌ଏ) କୋର୍ଟ ‘ଫଜିଟିଭ୍‌ ଇକୋନମିକ୍‌ ଅଫେଣ୍ଡର୍ସ ଆକ୍ଟ୍‌’ ଅଧୀନରେ ପଳାତକ ଆର୍ଥିକ ଅପରାଧୀ ବୋଲି ଘୋଷଣା କରିଛି। ସେ ଏବଂ ଅନ୍ୟ କେତେକ ୩, ୦୦୦ କୋଟି ଟଙ୍କା ପଞ୍ଜାବ ନ୍ୟାସ୍‌ନାଲ୍‌ ବ୍ୟାଙ୍କ୍‌ ଦୁର୍ନୀତି ମାମଲାରେ ଅଭିଯୁକ୍ତ ଅଟନ୍ତି। ପଳାତକ ଆର୍ଥିକ ଅପରାଧୀ ଘୋଷିତ ହେବାରେ ନିରବ ହେଉଛନ୍ତି ଦ୍ୱିତୀୟ। ପ୍ରଥମେ ମଦ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial