ଶିବସେନା ଛାଡ଼ି ବିଜେପିରେ ଯୋଗ ଦେଲେ ୪୦୦ ଶିବସୈନିକ

ମୁମ୍ବାଇ: ମହାରାଷ୍ଟ୍ରରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବାର ସପ୍ତାହେ ନ ପୁରୁଣୁ ଦଳରେ ବିଦ୍ରୋହ ପରିଲକ୍ଷିତ ହୋଇଛି। ବିଜେପିକୁ ଛାଡ଼ି କଂଗ୍ରେସ ଓ ଏନସିପି ସହ ମିଶି ଶିବସେନାର ସରକାର ଗଠନକୁ ଅନେକ ଶିବସୈନିକ ନାପସନ୍ଦ କରିଛନ୍ତି । ପ୍ରଥମ ଦିନରୁ ହିଁ ଏଭଳି ବିରୋଧାଭାସ ଦେଖିବାକୁ ମିଳିଥିଲା । ହେଲେ ୪୦୦ ଶିବସୈନିକ ଦଳ ଛାଡି ବିଜେପିରେ ସାମିଲ ହେବା ପରେ ଏହା ସ୍ପଷ୍ଟ ହୋଇଛି ।
ଏହା ଦଳକୁ ଏକ ବଡ଼ ଝଟକା ବୋଲି କୁହାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ଧାରଭିଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୪୦୦ ଶିବସୈନିକ ଦଳ ଛାଡି ବିଜେପିରେ ଯୋଗ ଦେଇଛନ୍ତି।
ଶିବସେନା ଛାଡ଼ିଥିବା ଏହି ଶିବସୈନିକମାନେ କହିଛନ୍ତି ଯେ, ଶିବସେନା ସରକାର ଗଠନ ପାଇଁ ହିନ୍ଦୁ ବିରୋଧୀ ଏବଂ ଭ୍ରଷ୍ଟାଚାରରେ ଜଡ଼ିତ ଦଳ ସହ ହାତ ମିଳାଇଛି , ଯାହାକୁ ସେମାନେ ଗ୍ରହଣ କରିପାରୁନାହାନ୍ତି। ଯେଉଁମାନଙ୍କୁ ଶିବସେନା ବିରୋଧ କରିଆସିଥିଲା, ଏବେ ସେମାନଙ୍କ ସହ ମିଶି ସରକାର ଗଢ଼ିଥିବା ହେତୁ ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ବି ସେମାନେ କହିଛନ୍ତି।

Share Now:

Kalinga News Beuro

Leave a Reply

Next Post

‘ସିଂଘମ୍’ ସଜ୍ଜନାର ! ହାଇଦ୍ରାବାଦ ଡାକ୍ତରାଣୀ ଦୁଷ୍କର୍ମ ଅଭିଯୁକ୍ତଙ୍କ ଏନକାଉଣ୍ଟର ପଛର ଅସଲ ନାୟକ

Fri Dec 6 , 2019
ହାଇଦ୍ରାବାଦ: ହାଇଦ୍ରାବାଦ ମହିଳା ଡାକ୍ତରଙ୍କ ଗଣଦୁର୍ଷ୍କମରେ ସଂପୃକ୍ତ ୪ ଅଭିଯୁକ୍ତଙ୍କୁ ଆଜି ସକାଳେ ତେଲେଙ୍ଗାନା ପୁଲିସ ଏନକାଉଣ୍ଟର କରିଛି । ଦୁଷ୍କର୍ମକାରୀଙ୍କୁ ଘଟଣାର ରିକ୍ରିଏଟ୍ ପାଇଁ ଘଟଣାସ୍ଥଳକୁ ପୁଲିସ ନେଇ ପଚରାଉଚରା କରୁଥିବା ସମୟରେ ସେଠାରୁ ସେମାନେ ଫେରାର ହେବାକୁ ଉଦ୍ୟମ କରିଥିଲେ । ୪୪ ନମ୍ବର ଜାତୀୟ ରାଜପଥ ଯେଉଁଠି ଡାକ୍ତରାଣୀଙ୍କ ଅର୍ଦ୍ଧଦଗ୍ଧ ମୃତ ଶରୀର ମିଳିଥିଲା ଉକ୍ତ ସ୍ଥାନରେ ୪ ଅଭିଯୁକ୍ତଙ୍କୁ ପୁଲିସ ଏନକାଉଣ୍ଟର କରିଛି । […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial