‘ସିଂଘମ୍’ ସଜ୍ଜନାର ! ହାଇଦ୍ରାବାଦ ଡାକ୍ତରାଣୀ ଦୁଷ୍କର୍ମ ଅଭିଯୁକ୍ତଙ୍କ ଏନକାଉଣ୍ଟର ପଛର ଅସଲ ନାୟକ

ହାଇଦ୍ରାବାଦ: ହାଇଦ୍ରାବାଦ ମହିଳା ଡାକ୍ତରଙ୍କ ଗଣଦୁର୍ଷ୍କମରେ ସଂପୃକ୍ତ ୪ ଅଭିଯୁକ୍ତଙ୍କୁ ଆଜି ସକାଳେ ତେଲେଙ୍ଗାନା ପୁଲିସ ଏନକାଉଣ୍ଟର କରିଛି । ଦୁଷ୍କର୍ମକାରୀଙ୍କୁ ଘଟଣାର ରିକ୍ରିଏଟ୍ ପାଇଁ ଘଟଣାସ୍ଥଳକୁ ପୁଲିସ ନେଇ ପଚରାଉଚରା କରୁଥିବା ସମୟରେ ସେଠାରୁ ସେମାନେ ଫେରାର ହେବାକୁ ଉଦ୍ୟମ କରିଥିଲେ । ୪୪ ନମ୍ବର ଜାତୀୟ ରାଜପଥ ଯେଉଁଠି ଡାକ୍ତରାଣୀଙ୍କ ଅର୍ଦ୍ଧଦଗ୍ଧ ମୃତ ଶରୀର ମିଳିଥିଲା ଉକ୍ତ ସ୍ଥାନରେ ୪ ଅଭିଯୁକ୍ତଙ୍କୁ ପୁଲିସ ଏନକାଉଣ୍ଟର କରିଛି । ଏହି ଏନକାଉଣ୍ଟରର ଶ୍ରେୟ ପୁଲିସ୍ କମିଶନର୍ ଭି.ସି.ସଜ୍ଜନାରଙ୍କୁ ଦିଆଯାଉଛି। ଗଣମାଧ୍ୟମ ତାଙ୍କୁ ଅସଲି ସିଂଘମ୍ ଆଖ୍ୟା ଦେଇଛି। ହାଇଦ୍ରାବାଦ୍ ପୁଲିସର ଏନକାଉଣ୍ଟର ସ୍ପେଶାଲିଷ୍ଟ୍ ଭାବେ ଜଣାଶୁଣା ଭି.ସି.ସଜ୍ଜନାର ଘଟଣାର ୧୦ ଦିନ ମଧ୍ୟରେ ହିଁ ପୀଡିତାଙ୍କୁ ନ୍ୟାୟ ଦେବାରେ ସଫଳ ହୋଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ସେ ଏନକାଉଣ୍ଟର ନିର୍ଦ୍ଦେଶ ଦେଇଥିବା କଥା କୁହାଯାଉଛି । ଯଦିଓ କିଛି ବୁଦ୍ଧିଜୀବୀ ଏହି ଘଟଣାକୁ ନିନ୍ଦା କରୁଛନ୍ତି, କିନ୍ତୁ ଜନତା, ଗଣମାଧ୍ୟମ ଏବଂ ଅନ୍ୟ ମହଲରୁ ପୁଲିସ୍ କମିଶନରଙ୍କ ନିଷ୍ପତ୍ତି ଏବଂ ହାଇଦ୍ରାବାଦ୍ ପୁଲିସକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି ।
୨୦୦୮ରେ ମଧ୍ୟ ଭି.ସି.ସଜ୍ଜନାର ଚର୍ଚ୍ଚାର ପରିସରକୁ ଆସିଥିଲେ । ତେଲେଙ୍ଗାନାରେ ଜଣେ କଲେଜ ଛାତ୍ରୀଙ୍କୁ ଏସିଡ ମାଡ ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରାଯାଇଥିଲା । ସେତେବେଳେ ମଧ୍ୟ ଏସିଡ ମାଡ ଘଟଣାଟି ତୀବ୍ର ଜନ ଅସନ୍ତୋଷ ସୃଷ୍ଟି କରିଥିଲା । ପୁଲିସ ରିମାଣ୍ଡରେ ଥିବା ୩ ଅଭିଯୁକ୍ତ ପୁଲିସ ସହ ଧସ୍ତାଧସ୍ତି ଆରମ୍ଭ କରିଥିବା ବେଳେ ପୁଲିସ ଏନକାଣ୍ଟର କରିଥିଲା । ସୂଚନା ଅନୁଯାୟୀ, ଭି.ସି.ସଜ୍ଜନାର ୨୦୧୮ ମସିହା ମାର୍ଚ୍ଚ ମାସରେ ହାଇଦ୍ରାବାଦ ପୁଲିସ କମିଶନର୍ ଭାବେ ଅବସ୍ଥାପିତ ହୋଇଥିଲେ।

Share Now:

Kalinga News Beuro

Leave a Reply

Next Post

ପିଇଟି ଶିକ୍ଷୟିତ୍ରୀଙ୍କ ନିର୍ଯାତନା ସହି ପାରିଲେନି, ସ୍କୁଲର ୩ ମହଲା ଛାତରୁ ଡେଇଁ ପଡ଼ିଲେ ଛାତ୍ରୀ

Sat Dec 7 , 2019
ଅବସ୍ଥା ସଂକଟାପନ୍ନ, ଆଇସିୟୁରେ ଭର୍ତ୍ତି, ଅଭିଭାବକମହଲରେ ତୀବ୍ର ପ୍ରତିକ୍ରିୟା, ଆଜି ସ୍କୁଲ୍ ଡିସି କାର୍ଯ୍ୟାଳୟ ଘେରାଉ ଚନ୍ଦ୍ରଶେଖରପୁର : ବିନା କାରଣରେ ସର୍ବ ସମ୍ମୁଖରେ ପିଇଟି ଶିକ୍ଷୟିତ୍ରୀଙ୍କଠାରୁ ମାଡ଼ ଖାଇଥିବା ଜଣେ ଛାତ୍ରୀ ଆଜି ସ୍କୁଲର ୩ ମହଲା କୋଠାରୁ ତଳକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମଞ୍ଚେଶ୍ୱରସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୩ ପରିସରରେ ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ସ୍ଥାନୀୟ ରେଳବାଇ ହସ୍ପିଟାଲରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial