ଏମିତି କାର୍ଯ୍ୟନୁଷ୍ଠାନ ନିଅ, ଯେମିତି ମହିଳାଙ୍କ ଉପରେ ଖରାପ ନଜର ପକାଉଥିବା ବ୍ୟକ୍ତି ଭୟରେ କମ୍ପି ଉଠିବେ: ଉମାଭାରତୀ

ନୂଆଦିଲ୍ଲୀ: ନିଆଁରେ ପୋଡି ଗୁରୁତର ଆହତ ହୋଇଥିବା ଉନ୍ନାଓ ପୀଡିତାଙ୍କ ମୃତ୍ୟୁ ପରେ ବିଜେପିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଉମା ଭାରତୀ ଖପ୍ପା ହୋଇଛନ୍ତି | ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନର ଦାବି କରିବା ସହ କହିଛନ୍ତି ଯେ ଏଭଳି କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ଯେପରି ମହିଳାଙ୍କ ଉପରେ ଖରାପ ନଜର ପକାଉଥିବା ଲୋକ ଭୟରେ କମ୍ପି ଉଠିବେ | ଏଠାରେ ସୂଚନା ଥାଉ କି ନିଆଁରେ ପୋଡି ଗୁରୁତର ଆହତ ହୋଇଥିବା ଉନ୍ନାଓ ପୀଡିତାଙ୍କ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ମୃତ୍ୟୁ ହେବା ପରେ ଆଜି ତାଙ୍କର ପୋଷ୍ଟମର୍ଟମ କରାଯାଇଛି । ୩ଜଣିଆ ଡାକ୍ତରୀ ଦଳ ପୋଷ୍ଟମର୍ଟମ କରିଥିବା ବେଳେ ପୂରା ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଛି । ଏହାପରେ ମୃତଦେହକୁ ଉନ୍ନାଓ ଅଭିମୁଖେ ଏକ ଆମ୍ବୁଲାନ୍ସରେ ନିଆଯାଇଛି । ଗତକାଲି ରାତି ପ୍ରାୟ ୧୧ଟା ୪୦ମିନିଟ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ସେପଟେ ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କ ମୃତ୍ୟୁ ପରେ ଜୋରଦାର ହୋଇଛି ପ୍ରତିବାଦ । ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମଧ୍ୟ ଘଟଣାର ପ୍ରତିବାଦ କରିଛନ୍ତି ।
ୟୁପି ବିଧାନସଭା ସମ୍ମୁଖରେ ଧାରଣା ଦେଇଛନ୍ତି ଅଖିଳେଶ ଯାଦବ । ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ଅଖିଳେଶ । ବିଜେପି ସରକାର ଶାସନରେ ଏହା ପ୍ରଥମ ଘଟଣା ନୁହେଁ, ବାରମ୍ବାର ଏଭଳି ଘଟୁଛି ଓ ଏହା ଏକ କଳା ଦିନ ବୋଲି କହିବା ସହ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ । ଏହାସହ ମୁଖ୍ୟମନ୍ତ୍ରୀ, ଗୃହ ସଚିବ ଓ ପୁଲିସ ଡିଜିଙ୍କ ଇସ୍ତଫା ଦାବି କରିଛନ୍ତି ଅଖିଳେଶ ଯାଦବ ।

Share Now:

Kalinga News Beuro

Leave a Reply

Next Post

ଦିଲ୍ଲୀ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଘୋଷଣା କଲା ପିଏମଓ

Sun Dec 8 , 2019
ନୂଆଦିଲ୍ଲୀ: ଦିଲ୍ଲୀ ରାଣୀ ଝାନ୍‌ସୀ ମାର୍ଗ ଅଞ୍ଚଳରେ ଘଟିଥିବା ଅଗ୍ନିକାଣ୍ଡରେ ୪୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି | ଏହି ମୃତକମାନଙ୍କ ପରିବାର ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ଘୋଷଣା କରାଯାଇଛି | ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ପିଏମଓ ପକ୍ଷରୁ ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କାର ସହାୟତା ଦେବାକୁ ମଧ୍ୟ ଘୋଷଣା କରାଯାଇଛି | ଏହା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial