ଦିଲ୍ଲୀ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଘୋଷଣା କଲା ପିଏମଓ

ନୂଆଦିଲ୍ଲୀ: ଦିଲ୍ଲୀ ରାଣୀ ଝାନ୍‌ସୀ ମାର୍ଗ ଅଞ୍ଚଳରେ ଘଟିଥିବା ଅଗ୍ନିକାଣ୍ଡରେ ୪୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି | ଏହି ମୃତକମାନଙ୍କ ପରିବାର ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ଘୋଷଣା କରାଯାଇଛି | ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ପିଏମଓ ପକ୍ଷରୁ ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କାର ସହାୟତା ଦେବାକୁ ମଧ୍ୟ ଘୋଷଣା କରାଯାଇଛି | ଏହା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଥିଲେ |ସେହିପରି ଆହତ ବ୍ୟକ୍ତିମାନଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଥିଲେ | ଏହା ସହ ଆହତମାନଙ୍କର ଡାକ୍ତରୀ ଖର୍ଚ୍ଚ ସରକାର ବହନ କରିବେ ବୋଲି କହିଥିଲେ | ଏଠାରେ ସୂଚନା ଥାଉ କି ଦିଲ୍ଲୀ ଝାନସୀ ରୋଡରେ ଥିବା ଅନାଜ ମଣ୍ଡିରେ ସକାଳ ପ୍ରାୟ ୫ଟା ସମୟରେ ପ୍ରଥମେ ସର୍ଟସର୍କିଟରୁ ପାଉଁରୁଟି କାରଖାନାରେ ନିଆଁ ଲାଗିଥିଲା ।
ପରେ ଏହା ଅତି ଭୟଙ୍କର ଭାବରେ ପୁରା କୋଠାକୁ ବ୍ୟାପି ଯାଇଥିଲା । ଫଳରେ ଏଥିରେ କାମ କରୁଥିବା ଏବଂ ରାତିରେ ରହୁଥିବା ଲୋକେ ନିଆଁ ଭିତରେ ଫସି ରହିଥିଲେ । ଏହି ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୪୩ରେ ପହଁଚିଥିବାବେଳେ ୫୦ ରୁ ଅଧିକ ଆହତ ଦିଲ୍ଲୀର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

Share Now:

Kalinga News Beuro

Leave a Reply

Next Post

ପଗଡ଼ି ଚିହ୍ନାଇଲା ପୁରୁଣା ବନ୍ଧୁଙ୍କୁ, କୋଳେଇ ପକେଇଲେ, ଫଟୋ ଉଠାଇଲେ, ରାଷ୍ଟ୍ରପତି ଭବନକୁ ଯିବା ପାଇଁ ନିମନ୍ତ୍ରଣ କଲେ

Mon Dec 9 , 2019
ଭୁବନେଶ୍ୱର: ୧୩ ବର୍ଷ ହେଲା କେହି କାହାକୁ ଭେଟି ନଥିଲେ। ପରସ୍ପର ସହ କଥା ବି ହୋଇ ନଥିଲେ। ଆଉ କେବେ ଦେଖା ହେବ କି ନ ହେବ, ସେନେଇ ଆଶା ଆଶଙ୍କାରେ ଦିନ କାଟୁଥିଲେ। ତେବେ ଭିଡ଼ ଭିତରେ ଧଳା ପଗଡ଼ିଟିଏ ଚିହ୍ନାଇଦେଲା ପୁରୁଣା ବନ୍ଧୁଙ୍କୁ। ଆଉ ଶେଷରେ ଯାହା ହେଲା, ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ସମସ୍ତଙ୍କ ମୁହଁରୁ ଭାସି ଆସିଥିଲା ଗୋଟିଏ କଥା ‘ବନ୍ଧୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial