ନୂଆବର୍ଷରେ କମିବ ପିଆଜ ଦର

ଭୁବନେଶ୍ୱର: ଡିସେମ୍ବର ଶେଷ କିମ୍ବା ଆସନ୍ତା ମାସ ପ୍ରଥମରୁ ପିଆଜ ଦର କମିବ | ଅର୍ଥାତ ନୂଆ ବର୍ଷରେ ପିଆଜ ଦର କମିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି | ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ମନ୍ତ୍ରୀ କହିଛନ୍ତି, ପ୍ରବଳ ବର୍ଷା ସାରା ଦେଶର ଚାଷୀଙ୍କ ଅଣ୍ଟା ଭାଙ୍ଗିଦେଇଛି । ୧୨ ଲକ୍ଷ ମେଟ୍ରିକ ଟନ ପିଆଜ ଦେଶରେ ଦୈନିକ ଆବଶ୍ୟକ । ୧ ଲକ୍ଷ ମେଟ୍ରିକ ଟନ ପିଆଜ କେନ୍ଦ୍ର ସରକାର ବିଦେଶରୁ ଆଣିଛନ୍ତି , ଯାହା ସମୂଦ୍ରକୁ ଶଙ୍ଖେ ବୋଲି ମନ୍ତ୍ରୀ କହିଛନ୍ତି । ଓଡ଼ିଶାରେ ଚଳିତ ବର୍ଷ ୨୬ ପ୍ରତିଶତ କମ ଚାଷ ହୋଇଛି । ଅଧିକ ପିଆଜ ଚାଷ ପାଇଁ କୃଷକଙ୍କୁ ପ୍ରୋତ୍ସାହନ ଦେବା ଉଚିତ । ଏହା ଜାତୀୟ ବିପର୍ଯ୍ୟୟ ବୋଲି ମନ୍ତ୍ରୀ କହିଛନ୍ତି । ସେପଟେ ଶସ୍ତାରେ ପିଆଜ ବିକିବା ପ୍ରସଙ୍ଗରେ କଂଗ୍ରେସକୁ କଟାକ୍ଷ କରିଛନ୍ତି ମନ୍ତ୍ରୀ | କଂଗ୍ରେସ ଶୂନ୍ୟରେ ପିଆଜ ଉତ୍ପାଦନ କଲେ ବି ସ୍ୱାଗତ କରିବୁ ବୋଲି ମନ୍ତ୍ରୀ କହିଛନ୍ତି । ଏଠାରେ ସୂଚନା ଥାଉ କି ପିଆଜ ଦର ୧୦୦ ଟପିବା ପରେ ଏହା ଖାଉଟିଙ୍କୁ କଲବଲ କରୁଛି । ହୁତୁହୁତ ହୋଇ ବେଲଗାମ ଭାବେ ରାଜ୍ୟରେ ପିଆଜ ଦର ବଢିଚାଲିଛି । ଦେଶର ତଥା ରାଜ୍ୟରେ ପିଆଜ ଦର ଅହେତୁକ ଭାବେ ବୃଦ୍ଧି ପାଉଛି। ଦେଶର ବିଭିନ୍ନ ସ୍ଥାନରେ ପିଆଜ ମୂଲ୍ୟ ୧୫୦ ଟଙ୍କାରେ ପହଞ୍ଚିଛି ।

Share Now:

Kalinga News Beuro

Leave a Reply

Next Post

ଲିଙ୍ଗରାଜ ମନ୍ଦିର ନିକଟରୁ ଜବରଦଖଲ ଉଚ୍ଛେଦକୁ ନେଇ ଅସନ୍ତୋଷ ବ୍ୟାପିବାପରେ ଉଚ୍ଛେଦ କାମ ବନ୍ଦ କଲା ପ୍ରଶାସନ

Tue Dec 10 , 2019
ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ନିକଟରୁ ଜବରଦଖଲ ଉଚ୍ଛେଦକୁ ଅସନ୍ତୋଷ ଦେଖା ଦେବାପରେ ଆଜି ପ୍ରଶାସନ ପକ୍ଷରୁ ଉଚ୍ଛେଦ ବନ୍ଦ କରାଯାଇଥିବା ଜଣାଯାଇଛି । ମନ୍ଦିରର ପ୍ରଶାସକଙ୍କ ଅନୁଯାୟୀ ଆସନ୍ତାକାଲି ପୂର୍ବାହ୍ନ ୧୧ଟା ବେଳେ ଭୁବନେଶ୍ୱର ମହାନଗର ନିଗମ କମିସନରଙ୍କ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରାଯିବ। ଏଥିରେ ଦୋକାନ ହରାଇଥିବା ବ୍ୟବସାୟୀମାନେ ନିଜର ମତ ରଖିପାରିବେ ଏବଂ ସେଥିରେ ଥଇଥାନ ନେଇ ନିଷ୍ପତ୍ତି କରାଯିବ । ସୂଚନାଯୋଗ୍ୟ, ଆଗେ ଥଇଥାନ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial