ଲିଙ୍ଗରାଜ ମନ୍ଦିର ନିକଟରୁ ଜବରଦଖଲ ଉଚ୍ଛେଦକୁ ନେଇ ଅସନ୍ତୋଷ ବ୍ୟାପିବାପରେ ଉଚ୍ଛେଦ କାମ ବନ୍ଦ କଲା ପ୍ରଶାସନ

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ନିକଟରୁ ଜବରଦଖଲ ଉଚ୍ଛେଦକୁ ଅସନ୍ତୋଷ ଦେଖା ଦେବାପରେ ଆଜି ପ୍ରଶାସନ ପକ୍ଷରୁ ଉଚ୍ଛେଦ ବନ୍ଦ କରାଯାଇଥିବା ଜଣାଯାଇଛି । ମନ୍ଦିରର ପ୍ରଶାସକଙ୍କ ଅନୁଯାୟୀ ଆସନ୍ତାକାଲି ପୂର୍ବାହ୍ନ ୧୧ଟା ବେଳେ ଭୁବନେଶ୍ୱର ମହାନଗର ନିଗମ କମିସନରଙ୍କ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରାଯିବ। ଏଥିରେ ଦୋକାନ ହରାଇଥିବା ବ୍ୟବସାୟୀମାନେ ନିଜର ମତ ରଖିପାରିବେ ଏବଂ ସେଥିରେ ଥଇଥାନ ନେଇ ନିଷ୍ପତ୍ତି କରାଯିବ । ସୂଚନାଯୋଗ୍ୟ, ଆଗେ ଥଇଥାନ ପରେ ଉଚ୍ଛେଦ ଦାବି କରି ଉଚ୍ଛେଦ ବନ୍ଦ ରଖିବାକୁ ଦୋକାନ ହରାଇଥିବା ବ୍ୟବସାୟୀମାନେ ଦାବି କରିଛନ୍ତି । ଏଥିପାଇଁ ପ୍ରଶାସନ ଆଲୋଚନା କରୁ ବୋଲି ଦାବି ବି ହୋଇଛି । ଆଇନଶୃଙ୍ଖଳା ପରିସ୍ଥିତିକୁ ଆଖି ଆଗରେ ରଖି ଆଜି ବି ପ୍ରଶାସନ ପକ୍ଷରୁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା । ଦୋକାନୀମାନଙ୍କୁ ଥଇଥାନ ନ କରି ଉଚ୍ଛେଦ କରାଯାଉଥିବାରୁ ଏହାକୁ ସେମାନେ ବିରୋଧ କରୁଛନ୍ତି । ଏହାକୁ କେତେକ ରାଜନେତା ସମର୍ଥନ କରିଛନ୍ତି ।

Share Now:

Kalinga News Beuro

Leave a Reply

Next Post

ଲୋକସଭାରେ ନାଗରିକତା ବିଲ୍ ପାସ୍

Tue Dec 10 , 2019
ବିଲ୍ ସଂଖ୍ୟାଲଘୁ ବିରୋଧୀ ନୁହେଁ: ଅମିତ ଶାହ,ବିଲ୍‌ର କପି ଚିରିଲେ ଅୱେସି, ବିଲ୍‌କୁ ଉତ୍ତର ପୂର୍ବାଞ୍ଚଳ ରାଜ୍ୟମାନଙ୍କରେ ବିରୋଧ ଆଦିଲ୍ଲୀ :‌ ଲୋକସଭାରେ ଆଜି ବହୁଚର୍ଚ୍ଚିତ ନାଗରିକତା ସଂଶୋଧନ ବିଲ୍ ଗୃହୀତ ହୋଇଯାଇଛି। ଆଜି ଦିନରେ ଆଗତ ହୋଇଥିବା ଏହି ବିଲ୍ ଉପରେ ୧୨ ଘଣ୍ଟା ଧରି ଆଲୋଚନା ପରେ ମଧ୍ୟରାତିରେ ଅନୁମୋଦନ ଲାଭ କରିଛି। ବିଲ୍ ସପକ୍ଷରେ ୩୧୧ ଜଣ ମତଦାନ କରିଥିବା ବେଳେ ୮୦ ଜଣ ଏହାର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial