ଭାରତର ନାଗରିକତା ସଂଶୋଧନ ଆଇନ ଉପରେ ଜାତିସଂଘର ନଜର

ନୂଆଦିଲ୍ଲୀ : ସଂସଦରେ ନାଗରିକତା ସଂଶୋଧନ ବିଲ୍‌ ଗୃହୀତ ହେବାପରେ ଆଜି ରାଷ୍ଟ୍ରପତିଙ୍କ ମଂଜୁରୀ ମିଳିଛି । ଏହା ସହିତ ଏହି ବିଲ୍‌ଟି ଆଇନରେ ପରିଣତ ହୋଇଛି । ତେବେ ଏହି ଆଇନ ପ୍ରତିବାଦରେ ସମଗ୍ର ଉତ୍ତର-ପୂର୍ବାଞ୍ଚଳରେ ହିଂସା ଅବ୍ୟାହତ ରହିଛି । ସବୁଠାରୁ ଅଧିକ ହିଂସା ଆସାମରେ ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଏହି ଆଇନ ଉପରେ ମିଳିତ ଜାତିସଂଘ ପକ୍ଷରୁ ଅତ୍ୟନ୍ତ ସତର୍କତାର ସହ ପ୍ରତିକ୍ରିୟା ଦିଆଯାଇଛି । ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ କହିଛନ୍ତି ଯେ ଏହି ଆଇନ ଭାରତର ସଂସଦରେ ଗୃହୀତ ହେବା ଜାତିସଂଘ ନଜରକୁ ଆସିଛି । ଏହି ଆଇନକୁ ନେଇ ଦେଖାଦେଇଥିବା ଚିନ୍ତା ସଂପର୍କରେ ମଧ୍ୟ ଜାତିସଂଘ ଅବଗତ ଅଛି । ସ୍ଥିତି ଉପରେ ନଜର ରଖାଯାଇଛି ବୋଲି ଜାତିସଂଘ ମହାସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ତେବେ ଜାତିସଂଘ ମହାସଚିବଙ୍କ ମୁଖପାତ୍ର ସ୍ପଷ୍ଟ କରିଦେଇଛନ୍ତି ଯେ ମହାସଚିବ ଏହି ଆଇନ ସଂପର୍କରେ କୌଣସି ମନ୍ତବ୍ୟ ଦେବେ ନାହିଁ । କିନ୍ତୁ ସବୁ ଆଇନ ନିରପେକ୍ଷ ହେଉ ବୋଲି ସେ କହିଛନ୍ତି ।

Share Now:

Kalinga News Beuro

Leave a Reply

Next Post

କ୍ୟାପିଟାଲ ହସ୍ପିଟାଲରେ ମିଳୁନି କୁକୁର କାମୁଡ଼ା ଇଞ୍ଜେକସନ୍‌

Fri Dec 13 , 2019
ଭୁବନେଶ୍ୱର : ‘୫-ଟି’ରେ ସାମିଲ ହୋଇଛି ସ୍ୱାସ୍ଥ୍ୟ ବିଭାଗ। ରାଜଧାନୀର କ୍ୟାପିଟାଲ ହସ୍ପିଟାଲରୁ ଏହି ଯୋଜନାର ଶୁଭାରମ୍ଭ ହୋଇଥିଲା। ମାତ୍ର ଏହା କେତେ ଦୂର ଫଳପ୍ରଦ ହୋଇଛି, ତାହା ଜଳଜଳ ଦେଖାଯାଉଛି। ଖୋଦ୍‌ ରାଜଧାନୀର ପ୍ରମୁଖ ସରକାରୀ ଚିକିତ୍ସାଳୟ କ୍ୟାପିଟାଲ ହସ୍ପିଟାଲରେ କୁକୁର କାମୁଡ଼ା ଇଞ୍ଜେକ୍ସନ ମିଳୁ ନଥିବା ବେଳେ ଉପାନ୍ତ ଅଞ୍ଚଳରେ ଲୋକଙ୍କୁ କିଭଳି ସ୍ୱାସ୍ଥ୍ୟସେବା ମିଳୁଛି, ତାହା ସ୍ପଷ୍ଟ ଅନୁମେୟ। ଏନେଇ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial