ଟ୍ରେନରେ ନିଆଁ ଲଗାଇବାକୁ ଉଦ୍ୟମ ବେଳେ ସେନା ବଂଚାଇଲା ଶହ ଶହ ଯାତ୍ରୀଙ୍କ ଜୀବନ

ଗୌହାଟୀ: ନାଗରିକତା ସଂଶୋଧନ ବିଲକୁ ନେଇ ଏବେ ଆସାମରେ ବିକ୍ଷୋଭକାରୀ ଲଗାତାର ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ଏହି ହିଂସାରୁ ବର୍ତ୍ତିପାରିନାହାନ୍ତି ସାଧାରଣ ଲୋକ | ବିକ୍ଷୋଭକାରୀ ଯାନବାହାନରେ ନିଆଁ ଲଗାଇବା ସହ ଆସାମରେ ଗମନାଗମନକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି | ତେବେ ବିକ୍ଷୋଭକାରୀ ଏକ ଏକ୍ସପ୍ରେସ ଟ୍ରେନରେ ନିଆଁ ଲଗାଇବାକୁ ଉଦ୍ୟମ କରୁଥିବାବେଳେ ସେନା ଏଭଳି ଏକ ଉଦ୍ୟମକୁ ପଣ୍ଡ କରିଦେଇଛି | ସେନା ପାଇଁ ଶହ ଶହ ଯାତ୍ରୀଙ୍କ ଜୀବନ ବଂଚିଯାଇଛି | ମିଳିଥିବା ସୂଚନା ମୁତାବକ ଗୁରୁବାର ଦିନ ବିକ୍ଷୋଭକାରୀମାନେ ନହରକାଟିଆ ରେଳ ଷ୍ଟେସନରେ ଛିଡା ହୋଇଥିବା ଏକ ଟ୍ରେନରେ ନିଆଁ ଲଗାଇବାକୁ ପହଂଚିଥିଲେ | ଶହ ଶହ ସଂଖ୍ୟାରେ ବିକ୍ଷୋଭକାରୀ ଟ୍ରେନରେ ନିଆଁ ଲଗାଇବାକୁ ଉଦ୍ୟମ କରୁଥିବାବେଳେ ଟ୍ରେନ ଭିତରେ ଫସିରହିଥିଲେ ବହୁ ଯାତ୍ରୀ | ତେବେ ରେଳ ଅଧିକାରୀଙ୍କ ଉପସ୍ଥିତ ବୁଦ୍ଧି ଓ ସେନାର ଯବାନଙ୍କ ପ୍ରୟାସ ଯୋଗୁଁ ଏହି ଟ୍ରେନର ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା | ସେନା ପକ୍ଷରୁ କୁହାଯାଇଛି ଯେ ନହରକାଟିଆ ରେଳ ଷ୍ଟେସନରେ ସୀଲଚର-ଦିବରୁଗଡ଼ ବ୍ରହ୍ମପୁତ୍ର ଏକ୍ସପ୍ରେସ ଛିଡା ହୋଇଥିଲା | ଏହି ସମୟରେ ବିକ୍ଷୋଭକାରୀ ଏହି ଟ୍ରେନରେ ନିଆଁ ଲଗାଇବାକୁ ଉଦ୍ୟମ ଆରମ୍ଭ କରିଦେଇଥିଲେ | ଏହି ସମୟରେ ରେଳ ଅଧିକାରୀମାନେ ତୁରନ୍ତ ସେନାକୁ ଏ ବାବଦରେ ଖବର ଦେଇଥିଲେ | ଏହି ସୂଚନା ପାଇବା ପରେ ତୁରନ୍ତ ଯବାନମାନେ ଷ୍ଟେସନରେ ପହଁଚିଯାଇଥିଲେ ଓ ବିକ୍ଷୋଭକାରୀଙ୍କୁ ଘଉଡାଇଦେଇଥିଲେ | ଏହା ପରେ ସେନା ଓ ଆସାମ ରାଇଫଲସର ଯବାନମାନେ ଟ୍ରେନରେ ଫସିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ |

Share Now:

Kalinga News Beuro

Leave a Reply

Next Post

ଭରତପୁର ନିକଟ ଜିଏ ପ୍ଲଟିଂ କଲୋନି ପଡ଼ିଆରେ ଆବର୍ଜନା ଗାଡ଼ି ଟର୍ମିନାଲ୍‌

Sat Dec 14 , 2019
ଖଣ୍ଡଗିରି : ଭରତପୁର ନିକଟ ଜିଏ ପ୍ଲଟିଂ କଲୋନି ପଡ଼ିଆକୁ ଆବର୍ଜନାବୁହା ଗାଡ଼ି କବ୍‌ଜା କରିଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହି ଆବର୍ଜନା ଗାଡ଼ିଗୁଡ଼ିକର ଅସ୍ଥାୟୀ ଟର୍ମିନାଲ୍‌କୁ ହଟାଇବା ପାଇଁ ସ୍ଥାନୀୟ ଲୋକେ ପୁଲିସ ପ୍ରଶାସନଠାରୁ ଆରମ୍ଭ କରି ବିଧାୟକଙ୍କୁ ଗୁହାରି କରିବା ପରେ ମଧ୍ୟ କିଛି ସୁଫଳ ମିଳିନାହିଁ। ତେଣୁ ଏହି ଜନଅସନ୍ତୋଷ ଏବେ ବଢ଼ିବା‌ରେ ଲାଗିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସା‌ରେ, ଏହି ପଡ଼ିଆରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial