ତଣ୍ଡ ଗଣିବା ପରେ ସଫେଇ ଦେଲେ ଓଲିଉଡର ସୁପରଷ୍ଟାର ବାବୁସାନ୍

ଭୁବନେଶ୍ୱର: ଓଲିଉଡର ସୁପରଷ୍ଟାର ବାବୁସାନଙ୍କ ନାଁରେ ନୂଆ ଟ୍ରାଫିକ୍ ନିୟମ ଉଲ୍ଲଂଘନର ଅଭିଯୋଗ ଆସିବା ପରେ ଏ ନେଇ ସଫେଇ ଦେଇଛନ୍ତି ନିଜେ ବାବୁସାନ୍। ବାବୁସାନ୍ କହିଛନ୍ତି ଯେ ଯେ ତାଙ୍କ ଘରର କଂପାଉଣ୍ଡ ଗେଟ ବାହାରେ ବାଇକ୍ ଚଳାଉଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ କୌଣସି ଟ୍ରାଫିକ୍ ଛକ ବା ଏନ୍ଏଚରେ ବାଇକ୍ ଚଳାଇନାହାନ୍ତି। ତେବେ ଏନେଇ ଆଗକୁ ଅଧିକ ସଚେତନ ହେବେ ବୋଲି ବାବୁସାନ୍ ନିଜ ସଫେଇରେ କହିଛନ୍ତି।
ସୂଚନାଯୋଗ୍ୟ, ତନ୍ମୟ ମହାନ୍ତି ଓରଫ ବାବୁସାନଙ୍କ ନାଆଁରେ ଟ୍ରାଫିକ୍ ନିୟମ ଉଲ୍ଲଂଘନର ଅଭିଯୋଗ ଆସିବା ପରେ ତାଙ୍କ ନାଁରେ ଗତକାଲି ଏକ ହଜାର ଟଙ୍କାର ଚାଲାଣ କଟିଥିଲା ବାବୁସାନ୍ ବିନା ହେଲମେଟରେ ବାଇକ୍ ଚଲାଉଥିବାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଗୋଟିଏ ମିନିଟରୁ ଅଧିକ ସମୟର ଏହି ଭିଡିଓ ଭାଇରାଲ ହେବାରେ ଲାଗିଥିଲା। ଭିଡିଓଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାପରେ କମିଶନରେଟ୍ ପୁଲିସ୍ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ବାବୁସାନ୍ ଓରଫ ତନ୍ମୟ ମହାନ୍ତିଙ୍କ ନାମରେ ୧୦୦୦ ଟଙ୍କାର ଚାଲାଣ କଟାଯିବା ସହ ଆଗାମୀ ଦିନରେ ଟ୍ରାଫିକ୍ ନିୟମକୁ ମାନିବାକୁ କମିଶନରେଟ୍ ପୁଲିସ୍ ପକ୍ଷରୁ ତାଙ୍କୁ ପରାମର୍ଶ ଦିଆଯାଇଥିଲା।
ଏ ନେଇ କମିଶନରେଟ୍ ପୁଲିସ୍ ପକ୍ଷରୁ ବି ଏକ ଟୁଇଟ୍ କରାଯାଇଛି। ଏଥିରେ ଲେଖା ହୋଇଛି, ‘ଆମେ ଆମ ଅଭିନେତାମାନଙ୍କୁ ସମ୍ମାନ କରୁ। କିନ୍ତୁ ଯେତେବେଳେ ବାବୁସାନ୍ ନାଁରେ ଜଣାଶୁଣା ତନ୍ମୟ ବିନା ହେଲମେଟରେ ବାଇକ୍ ଚଲାଇବା ଦେଖିବାକୁ ପାଇଲୁ, ଚାଲାଣ କଟା ହେଲା। ଏହା ଆମର କର୍ତ୍ତବ୍ୟ। ସବୁବେଳେ ଟ୍ରାଫିକ୍ ସୁରକ୍ଷା ନିୟମ ପାଳନ କରନ୍ତୁ।’

Share Now:

Kalinga News Beuro

Leave a Reply

Next Post

ପାକିସ୍ତାନକୁ ପୁଣି ପାନେ:ହାଇଦ୍ରାବାଦ ନିଜାମ ମାମଲାରେ ଭାରତ କରିଥିବା ଅଦାଲତ ଖର୍ଚ୍ଚର ୬୫% ଭରଣା କରିବ ପାକିସ୍ତାନ

Fri Dec 20 , 2019
ଲଣ୍ଡନ: ହାଇଦ୍ରାବାଦ ନିଜାମ ମାମଲାରେ ଭାରତ ଏବଂ ନିଜାମଙ୍କର ଦୁଇ ଉତ୍ତରାଧିକାରୀ ପକ୍ଷ ଅଦାଲତରେ କରିଥିବା ବ୍ୟୟ ଅର୍ଥର ୬୫% ଭରଣା କରିବାକୁ ଗୁରୁବାର ଦିନ ‘ଇଲଣ୍ଡ୍‌ ଆଣ୍ଡ୍‌ ୱେଲସ ’ ହାଇକୋର୍ଟ ପାକିସ୍ତାନକୁ ନିର୍ଦେଶ ଦେଇଛନ୍ତି। ଅକ୍ଟୋବର ମାସରେ ଅଦାଲତ ଏହି ମାମଲାରେ ଭାରତ ଏବଂ ହାଇଦ୍ରାବାର ୭ମ ନିଜାମଙ୍କର ଦୁଇ ଉତ୍ତରାଧିକାରୀଙ୍କ ସପକ୍ଷରେ ରାୟ ଶୁଣାଇଥିଲେ। ୧୯୪୮ ମସିହାରେ ନିଜାମ ଲଣ୍ଡନ୍‌ର ଗୋଟାଏ ବ୍ୟାଙ୍କ୍‌କୁ ୧ ନିୟୁତ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial