ପାକିସ୍ତାନକୁ ପୁଣି ପାନେ:ହାଇଦ୍ରାବାଦ ନିଜାମ ମାମଲାରେ ଭାରତ କରିଥିବା ଅଦାଲତ ଖର୍ଚ୍ଚର ୬୫% ଭରଣା କରିବ ପାକିସ୍ତାନ

ଲଣ୍ଡନ: ହାଇଦ୍ରାବାଦ ନିଜାମ ମାମଲାରେ ଭାରତ ଏବଂ ନିଜାମଙ୍କର ଦୁଇ ଉତ୍ତରାଧିକାରୀ ପକ୍ଷ ଅଦାଲତରେ କରିଥିବା ବ୍ୟୟ ଅର୍ଥର ୬୫% ଭରଣା କରିବାକୁ ଗୁରୁବାର ଦିନ ‘ଇଲଣ୍ଡ୍‌ ଆଣ୍ଡ୍‌ ୱେଲସ ’ ହାଇକୋର୍ଟ ପାକିସ୍ତାନକୁ ନିର୍ଦେଶ ଦେଇଛନ୍ତି। ଅକ୍ଟୋବର ମାସରେ ଅଦାଲତ ଏହି ମାମଲାରେ ଭାରତ ଏବଂ ହାଇଦ୍ରାବାର ୭ମ ନିଜାମଙ୍କର ଦୁଇ ଉତ୍ତରାଧିକାରୀଙ୍କ ସପକ୍ଷରେ ରାୟ ଶୁଣାଇଥିଲେ। ୧୯୪୮ ମସିହାରେ ନିଜାମ ଲଣ୍ଡନ୍‌ର ଗୋଟାଏ ବ୍ୟାଙ୍କ୍‌କୁ ୧ ନିୟୁତ ପାଉଣ୍ଡ୍‌ ପଠାଇଥିଲେ। ଏବେ ସେ ଅର୍ଥର ସର୍ବନିମ୍ନ ମୂଲ୍ୟ ୩୪ ନିୟୁତ ପାଉଣ୍ଡ୍‌ ହେବ।ଏହି ଅର୍ଥର ସୁରକ୍ଷା ନିମେନ୍ତ ୭ମ ନିଜାମ ସେବେକାର ଲଣ୍ଡନସ୍ଥିତ ପାକିସ୍ତାନୀ ରାଷ୍ଟ୍ରଦୂତ ହବିବ୍‌ ଇବ୍ରାହିମ୍‌ ରହିମତୁଲାଙ୍କ ନିକଟକୁ ପଠାଇଥିଲେ। ସେ ଏହାକୁ ନିଜ ନାମରେ ବ୍ୟାଙ୍କ୍‌ରେ ଜମା କରିଥିଲେ। ସେ ଅର୍ଥ ସମୂଳସୁଧ ଲଣ୍ଡନର ନ୍ୟାସ୍‌ନାଲ୍‌ ୱେଷ୍ଟମିନ୍‌ଷ୍ଟର୍‌ ବ୍ୟାଙ୍କ୍‌ରେ ଗଚ୍ଛିତ ଅଛି। ସେ ଅର୍ଥ ଉପରେ ପାକିସ୍ତାନ ନିଜର ଅଧିକାର ସାବ୍ୟସ୍ତ କରି ଅଦାଲତର ଆଶ୍ରୟ ନେଇଥିଲା।
ଅଦାଲତ ଆଦେଶ ଦେଇଛନ୍ତି କି ମୋକଦ୍ଦମା ବାବଦରେ ହୋଇଥିବା ଖର୍ଚ୍ଚର ୬୫% ହିସାବରେ ପାକିସ୍ତାନ ରାଜପୁତ୍ର ମୁଫାକମ୍‌ ଝାଙ୍କୁ ୧, ୮୩୫, ୪୪୫. ୮୩ ପାଉଣ୍ଡ୍‌, ଭାରତ ସରକାରଙ୍କୁ ୨, ୮୦୨, ୧୯୨. ୨୨ ପାଉଣ୍ଡ୍‌ ଏବଂ ଅଷ୍ଟମ ନିଜାମ ମୁକରମ୍‌ ଝାଙ୍କୁ ୭୯୫, ୦୬୪. ୬୩ ପାଉଣ୍ଡ୍‌ ଦେବ।

Share Now:

Kalinga News Beuro

Leave a Reply

Next Post

ଓଡ଼ିଶାରେ କମୁନି ଆଳୁ ବଜାର ତାତି:କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି ବଙ୍ଗ ବେପାରୀ

Sat Dec 21 , 2019
ଭୁବନେଶ୍ୱର : ଚାରି ଦିନ ପୂର୍ବେ ହଠାତ୍ ବୃଦ୍ଧି ପାଇଥିବା ଆଳୁଦର ନିକଟ ଭବିଷ୍ୟତରେ ହ୍ରାସ ପାଇବା ସମ୍ଭାବନା ନାହିଁ। ପଶ୍ଚିମବଙ୍ଗରୁ ଆମଦାନି ହ୍ରାସ ପାଇନାହିଁ। ଅଥଚ ବର୍ଧିତ ଦର ତଳମୁହାଁ ହେବା ନା ଧରୁନାହିଁ। ପାଇକାରୀ ଦର କୁଇଣ୍ଟାଲ ପିଛା ୧୮ଶହରୁ ୧୯ଶହ ଟଙ୍କା ଥିବା ବେଳେ ଖୁଚୁରା ବଜାରରେ କିଲୋ ପିଛା ୨୫ଟଙ୍କାରେ ଆଳୁ ବିକ୍ରି ହେଉଛି। ଏହି ବର୍ଧିତ ଦର ଆହୁରି ୧୫ଦିନ ଲାଗି ରହିବ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial