ଘରୁ ରାଗି ଭାଇକୁ ଭେଟିବାକୁ ଯାଉଥିବା ସମୟରେ ବସ ଭିତରେ ଦୁଷ୍କର୍ମର ଶିକାର ହେଲା ଭଉଣୀ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଘର ଲୋକଙ୍କ ଉପରେ ରାଗି ଘରୁ ବାହାରି ଆସିଥିବା ନାବାଳିକାଙ୍କୁ କିଛି ଦୁର୍ବୃତ୍ତ ବସ୍‌ ଭିତରେ ଦୁଷ୍କର୍ମ କରିଥିବା ପୁଲିସ ସୂତ୍ରରୁ ପ୍ରକାଶ। ପୁଲିସ ଏହି ଘଟଣାର ଯାଞ୍ଚ କରିବା ପରେ ଜଣେ ଦୁଷ୍କର୍ମକାରୀକୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ରାଜଗଡ଼ ଜିଲ୍ଲା ମୁଠାଲିଆରେ ବସବାସ କରୁଥିବା ନାବାଳିକା ସ୍ୱପ୍ନା (ଛଦ୍ମନାମ) ନିଖୋଜ ହୋଇଯାଇଥିବା ପରିବାର ଲୋକ ମୁଠାଲିଆ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ ନାବାଳିକାଙ୍କୁ ଖୋଜିବା ପାଇଁ ଯାଞ୍ଚ ଆରମ୍ଭ କରିଥିଲା। ଯାଞ୍ଚରୁ ଜଣାପଡ଼ିଥିଲା କି, ନାବାଳିକା ପରିବାର ଲୋକଙ୍କ ଉପରେ ରାଗି ଯାଇ ଘରୁ ଚାଲି ଆସି ଭାଇ ପାଖକୁ ଇନ୍ଦୋର ଯିବାକୁ ବାହାରିଥିଲେ। ମୁଠାଲିଆ ବସ୍‌ରେ ବସି ବାଇଓରା ଅଭିମୁଖେ ଯାଉଥିବା ବେଳେ ବିଳମ୍ବିତ ରାତିରେ ବସ୍‌ଟି ବାଇଓରା ବସ୍‌ ଷ୍ଟାଣ୍ଡରେ ଛିଡ଼ା ହୋଇଥିଲା। ଏହି ସମୟରେ ସ୍ୱପ୍ନାକୁ ଏକା ଥିବା ଦେଖି ବସ୍‌ ଭିତରେ ରାଜୀବ ଅହିରଓ୍ଵାର ଓ ତାର ସାଙ୍ଗ ମିିଶି ଦୁଷ୍କର୍ମ କରିଥିଲେ। ପୁଲିସ ପୀଡ଼ିତାଙ୍କ ଅଭିଯୋଗକୁ ଆଧାର କରି ଦୁଷ୍କର୍ମର ଧାରା ୩୭୬ ସହିତ ପୋକସୋ ଆକ୍ଟରେ ମାମଲା ରୁଜୁ କରିଛି। ଏଥିସହିତ ଦୁଷ୍କର୍ମକାରୀ ଅହିରଓ୍ଵାରକୁ ପୁଲିସ ଗିରଫ କରିଛି।

Share Now:

Kalinga News Beuro

Leave a Reply

Next Post

ନୂଆ ବର୍ଷରେ ଏକାମ୍ର କ୍ଷେତ୍ର ପ୍ୟାକେଜ୍ : ଜମି ଅଧିଗ୍ରହଣ ପ୍ୟାକେଜ୍‌ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ, ଆଜି ସରିବ ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ଵ ଉଚ୍ଛେଦ

Fri Dec 27 , 2019
ଭୁବନେଶ୍ୱର : ଏକାମ୍ର କ୍ଷେତ୍ରକୁ ଐତିହ୍ୟ ସହର ଭାବେ ଘୋଷଣା କରାଯାଇଥିବାବେଳେ ଏବେ ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ଵରେ ଜୋରଦାର୍ ଉଚ୍ଛେଦ ଚାଲିଛି। ଶ୍ରୀଲିଙ୍ଗରାଜ ଥାନା, ଭଜନ ମଣ୍ଡପ ଆଦି ଭଙ୍ଗା ଯାଇଥିବାବେଳେ ଆଜି ଠାରୁ ବ୍ୟାଖ୍ୟାନ କେନ୍ଦ୍ର ଏବଂ ଥାନା କର୍ମଚାରୀଙ୍କ କ୍ୱାଟର୍ସ ଭଙ୍ଗା କାମ ଆରମ୍ଭ ହୋଇଛି। ଶ୍ରୀ ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟ ବି ଭଙ୍ଗାଯିବ। ଶୁକ୍ରବାର ମନ୍ଦିର ଚତୁଃପାର୍ଶ୍ଵରୁ ଉଚ୍ଛେଦ ଶେଷ ହେବ ବୋଲି ଜଣାପଡ଼ିଛି। ତିନି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial