ଜାନୁଆରି ମାସରେ ହିନ୍ଦୁମାନଙ୍କ ପାଇଁ ପାକିସ୍ତାନ ଖୋଲିବ ପଞ୍ଜ ତୀର୍ଥ ମନ୍ଦିର

ଅମୃତସର: ଦେଶ ବିଭାଜନ ପରଠାରୁ ବନ୍ଦ ରହିଥିବା ଆଉ ଏକ ହିନ୍ଦୁ ମନ୍ଦିରକୁ ଭକ୍ତମାନଙ୍କ ଉଦ୍ଦେଶ୍ୟରେ ଜାନୁଆରି ମାସରେ ଖୋଲିବାକୁ ଯାଉଛି ପାକିସ୍ତାନ। ଏହା ହେଉଛି ପାକିସ୍ତାନ ଅନ୍ତର୍ଗତ ପେଶଓ୍ଵାର୍‌ର ପଞ୍ଜ ତୀର୍ଥ ମନ୍ଦିର। ଅଜ୍ଞାତବାସ କାଳରେ ପାଣ୍ଡବମାନେ ଯେଉଁ ସ୍ଥାନରେ କିଛି ସମୟ ପାଇଁ ବାସ କରିଥିଲେ ଠିକ୍‌ ସେହି ସ୍ଥାନରେ ଏହି ମନ୍ଦିରଟି ନିର୍ମାଣ ହୋଇଥିବା ବିଶ୍ୱାସ କରାଯାଏ। ଏହି ସ୍ଥାନକୁ ଖାଇବର ପଖ୍‌ତୁନ୍‌ଖ୍ଵା ପ୍ରଦେଶ ଜାତୀୟ ଐତିହ୍ୟସ୍ଥଳୀ ଭାବେ ଘୋଷଣା କରିସାରିଛି।
ପାକିସ୍ତାନର ଇଭାକ୍ୟୁଇ ଟ୍ରଷ୍ଟ୍‍ ପ୍ରପର୍ଟି ବୋର୍ଡର ଅଧ୍ୟକ୍ଷ ଆମିର୍‌ ଅହମଦ୍‌ କହିଛନ୍ତି ଯେ ମନ୍ଦିରଟିର ମରାମତି କାମ ଚାଲିଛି। ଜାନୁଆରି ମାସରେ ଆମେ ସେ ମନ୍ଦିର ଉଦ୍‌ଘାଟନ କରିବୁ। ଏହା ହେଉଛି ପାକିସ୍ତାନ ସରକାରଙ୍କ ଦ୍ୱାରା ଖୋଲା ହେବାକୁ ଥିବା ଦ୍ୱିତୀୟ ହିନ୍ଦୁ ମନ୍ଦିର। ଅକ୍ଟୋବର ମାସରେ ହିନ୍ଦୁ ଯାତ୍ରୀଙ୍କ ନିମନ୍ତେ ପାକିସ୍ତାନର ସିଆଲକୋଟରେ ୧୦୦୦ ବର୍ଷର ପୁରାତନ ‘ଶିବଲ ତେଜ ସିଂହ’ ମନ୍ଦିର ଖୋଲାଯାଇଥିଲା।

Share Now:

Kalinga News Beuro

Leave a Reply

Next Post

ରୁଷ୍‌ ମୁତୟନ କଲା ବିଶ୍ୱର ପ୍ରଥମ ହାଇପର୍‌ସୋନିକ୍‌ ନ୍ୟୁକ୍ଲିଅର୍‌ ମିସାଇଲ୍‌ ‘ଆଭନ୍‌ଗାର୍ଡ’:୧୫ ମିନିଟ୍‌ରେ ଯାଇ ଆମେରିକାରେ ପଡ଼ିବ

Sat Dec 28 , 2019
ମସ୍କୋ: ଶୁକ୍ରବାର ଦିନ ରୁଷ୍‌ର ଅନ୍ତର୍ମହାଦେଶୀୟ ହାଇପର୍‌ସୋନିକ୍‌ ମିସାଇଲ୍‌ ‘ଆଭନ୍‌ଗାର୍ଡ’ ଷ୍ଟ୍ରାଟେଜିକ୍‌ ସିଷ୍ଟମ୍‌ କାର୍ଯ୍ୟକ୍ଷମ ହୋଇଛି। ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଏହି କ୍ଷେପଣାସ୍ତ୍ର ୟୁନିଟ୍‌କୁ ‘ଭବିଷ୍ୟତର ଅସ୍ତ୍ର’ ବୋଲି ବର୍ଣ୍ଣନା କରି କହିଛନ୍ତି ବିକାଶଶୀଳ ଅସ୍ତ୍ରଶସ୍ତ୍ର କ୍ଷେତ୍ରରେ ଏହା ଦେଶକୁ ଯୁକ୍ତରାଷ୍ଟ୍ର ଆମେରିକା ଠାରୁ ଆଗକୁ ନେଇଯାଇଛି। ଏ ସପ୍ତାହ ପ୍ରାରମ୍ଭରେ ସେ କହିଥିଲେ: ଏହା ହେଉଛି ଉଭୟ କ୍ଷେପଣାତ୍ମକ ଏବଂ ରକ୍ଷାତ୍ମକ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀକୁ ଭେଦ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial