ଅଳିଆଗଦାରେ ଲାଗିଲା ନିଆଁ:ଧୂଆଁରେ ଲୋକେ ହନ୍ତସନ୍ତ

ଚନ୍ଦ୍ରଶେଖରପୁର: ଆଜି ଭୋରରୁ ପଟିଆ କଲେଜ୍ ରାସ୍ତା ବଜରଙ୍ଗ ବିହାର ନିକଟରେ ଥିବା ପଥର ଖଣିରେ ପଡ଼ୁଥିବା ଅଳିଆଗଦାରେ ନିଆଁ ଲାଗିଯାଇ ପ୍ରବଳ ଧୂଆଁ ବାହାରିଥିଲା। ସୂଚନାପାଇ ଚନ୍ଦ୍ରଶେଖରପୁର ଅଗ୍ନିଶମ କାର୍ଯ୍ୟାଳୟରୁ ୩ଟି ଦମକଳ ପହଞ୍ଚି ନିଆଁ ପ୍ରାୟ ୪ଘଣ୍ଟାରୁ ଅଧିକ ସମୟ ଧରି ପାଣି ପକାଇବା ପରେ ନିଆଁକୁ ଆୟତ୍ତ କରାଯାଇ ପାରିଥିଲା। ନିଆଁ ଲାଗିବା ଫଳରେ ସ୍ଥାନୀୟ ପଟିଆ, ମାରୁତି ଭିଲ୍ଲା, ଆର୍ଯ୍ୟଭିଲ୍ଲା, ସାଇ ବିହାର, ମହାବୀର ବିହାର, ପ୍ରଗତି ନଗର ଓ ବଜରଙ୍ଗ ବିହାରର ପ୍ରାୟ ୧ହଜାର ପରିବାର ଲୋକ ଅଣନିଶ୍ଵାସୀ ହୋଇ ଧୂଆଁରେ ହନ୍ତସନ୍ତ ହୋଇଥିଲେ। ସୂଚନା ଅନୁଯାୟୀ ଫନି ବାତ୍ୟାରେ ରାଜଧାନୀର ଭାଙ୍ଗି ପଡ଼ିଥିବା ଗଛକୁ ବିଏମ୍‌ସି ଆଣି ପଟିଆ ପଥରଖଣି ଅଳିଆଗଦାରେ ପକାଇ ଦେଇଥିଲା। ଯାହାକୁ ଆଜି କିଛି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିଲେ। ଫଳରେ ଦୁଇ ଏକର ଜମିରେ ପଡ଼ିଥିବା ଅଳିଆ ହୁତୁହୁତୁ ହୋଇ ଜଳିବା ସହ ୧୦୦ ଫୁଟରୁ ଅଧିକ ଉଚ୍ଚରେ ଧୂଆଁ ବାହାରିଥିଲା। ଧୂଆଁ ଘରଭିତରେ ପଶିବାରୁ ଲୋକମାନେ ହନ୍ତସନ୍ତ ହୋଇ ଘର ବାହାରକୁ ଚାଲିଆସିଥିଲେ। ଏନେଇ ସ୍ଥାନୀୟ ବରିଷ୍ଠ ନାଗରିକ ବ୍ରଜବନ୍ଧୁ ନାୟକଙ୍କ କୁହନ୍ତି, ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ହନ୍ତସନ୍ତ କରିବାକୁ କିଛି ଯୁବକ ଏପରି କାଣ୍ଡ କରିଛନ୍ତି। ବିଏମସି ଅଳିଆ ବୁହା ଗାଡ଼ି ଚଳାଉଥିବା ଗୋପାଳ ନାଥଙ୍କ କହିବା ଅନୁଯାୟୀ ସେମାନଙ୍କୁ ସେଠାରେ ଅଳିଆ ନପକାଇବା ନେଇ କିଛି ଯୁବକ ବିରୋଧ କରୁଥିଲେ।

Share Now:

Kalinga News Beuro

Leave a Reply

Next Post

ରଣଜୀ ଟ୍ରଫି: ଉତ୍ତରାଖଣ୍ଡକୁ ୧୦ ୱିକେଟ୍‌ରେ ହରାଇଲା ଓଡ଼ିଶା

Sun Dec 29 , 2019
ଓଡ଼ିଶାକୁ ହ୍ୟାଟ୍ରିକ୍‌ ବୋନସ ପଏଣ୍ଟ, ଶାନ୍ତନୁ ଶ୍ରେଷ୍ଠ ଖେଳାଳି କଟକ: ଚଳିତ ରଣଜୀ ଋତୁରେ ଓଡ଼ିଶାର ବିଜୟ ଧାରା ଜାରି ରହିଛି। ଓଡ଼ିଶା ହ୍ୟାଟ୍ରିକ୍‌ (ଲଗାତର ତୃତୀୟ ମ୍ୟାଚ୍‌ରେ) ବୋନସ ପଏଣ୍ଟ ମଧ୍ୟ ହାସଲ କରିଛି। ଡ୍ରିମ୍ସରେ ଶେଷ ହୋଇଥିବା ମ୍ୟାଚ୍‌ରେ ଉତ୍ତରାଖଣ୍ଡକୁ ୧୦ ଵିକେଟରେ ପରାସ୍ତ କରି ଓଡ଼ିଶା ଏଲିଟ୍‌ ଗ୍ରୁପ୍‌ ସି’ର ଶୀର୍ଷସ୍ଥାନ ବଜାୟ ରଖିଛି। ବିଜୟ ପାଇଁ ଓଡ଼ିଶା ସମ୍ମୁଖରେ ୬୦ ରନ୍‌ ଧାର୍ଯ୍ୟ ହୋଇଥିଲା। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial