ପୈତୃକ ଗ୍ରାମରେ ଭାରତୀୟ ବଂଶୋଦ୍ଭବ ଆୟର୍ଲାଣ୍ଡ୍‌ ପ୍ରଧାନମନ୍ତ୍ରୀ

ମୁମ୍ବାଇ: ଭାରତୀୟ ବଂଶୋଦ୍ଭବ ଆୟର୍ଲାଣ୍ଡ ପ୍ରଧାନମନ୍ତ୍ରୀ ଲିଓ ବାରାଦ୍‌କର ନୂଆ ବର୍ଷ ଉପଲକ୍ଷେ ନିଜ ଭଉଣୀ ଏବଂ ବନ୍ଧୁମାନଙ୍କ ସହ ମହାରାଷ୍ଟ୍ରର ନିଜ ପୈତୃକ ଗାଁକୁ ବୁଲି ଆସିଛନ୍ତି। ଗତକାଲି ଲିଓ ଗାଁରେ ପହଞ୍ଚିବା ପରେ ସେ ନିଜର କୁଳଦେବତାଙ୍କୁ ପୂଜାର୍ଚ୍ଚନା କରିଥିଲେ। ଗ୍ରାମବାସୀଙ୍କ ପକ୍ଷରୁ ଲିଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଗାଁକୁ ଏହା ତାଙ୍କର ପ୍ରଥମ ଗସ୍ତ ଥିଲା। ବିନା ପ୍ରୋଟୋକଲ୍‌ ଓ ସୁରକ୍ଷାରେ ସେ ଆସିଥିଲେ। ଲିଓଙ୍କ ଭଉଣୀ ଶୁଭଦା ବାରାଦ୍‌କର ଜଣେ ଓଡ଼ିଶୀ ନୃତ୍ୟ ଶିଳ୍ପୀ। ଲିଓଙ୍କ ବାପା ଅଶୋକ ବାରାଦ୍‌କର ଜଣେ ଡାକ୍ତର ଅଟନ୍ତି ଏବଂ ସେ ୧୯୬୬ରେ ଭାରତ ଛାଡ଼ି ଆୟର୍ଲାଣ୍ଡ ଯାଇଥିଲେ। ୧୯୭୯ରେ ଲିଓ ଡବ୍‌ଲିନ୍‌ରେ ଜନ୍ମ ଗ୍ରହଣ କରିଥିଲେ।

Share Now:

Kalinga News Beuro

Leave a Reply

Next Post

ହରିଭାଇ କମେଡି କ୍ଲବ୍‌ ପକ୍ଷରୁ ‘ଫନ୍‌ ଆଣ୍ଡ୍‌ ଫେଲିସେସନ୍‌’ କାର୍ଯ୍ୟକ୍ରମ, ହାସ୍ୟନାଟକ ‘ଲଙ୍କେଶ୍ୱର’ରେ କମ୍ପିଲା ଉତ୍କଳ ମଣ୍ଡପ

Tue Dec 31 , 2019
ଭୁବନେଶ୍ୱର: ରବିବାର ସଂଧ୍ୟାରେ ଭୁବନେଶ୍ୱରର ଉତ୍କଳ ମଣ୍ଡପଠାରେ ହରିଭାଇ କମେଡି କ୍ଲବ୍‌ ପକ୍ଷରୁ ‘ଫନ୍‌ ଆଣ୍ଡ୍‌ ଫେଲିସେସନ୍‌’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଜ୍ଞା ରଞ୍ଜନ ଖଟୁଆଙ୍କ ଦ୍ୱାରା ଲିଖିତ ହାସ୍ୟ ରସାତ୍ମକ ନାଟକ ‘ଲଙ୍କେଶ୍ୱର’ ପରିବେଷଣ କରାଯାଇଥିଲା। ଦୀର୍ଘ ୪ରୁ ୫ ବର୍ଷ ହେବ ହାସ୍ୟାଭିନେତା ହରିହର ମହାପାତ୍ରଙ୍କ ପ୍ରଚେଷ୍ଟାରେ ଏପରି ଏକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରାୟ ୬୦ ଜଣ କଳାକାର ମିଶି ଦର୍ଶକଙ୍କ ମନୋରଞ୍ଜନ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial