ହରିଭାଇ କମେଡି କ୍ଲବ୍‌ ପକ୍ଷରୁ ‘ଫନ୍‌ ଆଣ୍ଡ୍‌ ଫେଲିସେସନ୍‌’ କାର୍ଯ୍ୟକ୍ରମ, ହାସ୍ୟନାଟକ ‘ଲଙ୍କେଶ୍ୱର’ରେ କମ୍ପିଲା ଉତ୍କଳ ମଣ୍ଡପ

ଭୁବନେଶ୍ୱର: ରବିବାର ସଂଧ୍ୟାରେ ଭୁବନେଶ୍ୱରର ଉତ୍କଳ ମଣ୍ଡପଠାରେ ହରିଭାଇ କମେଡି କ୍ଲବ୍‌ ପକ୍ଷରୁ ‘ଫନ୍‌ ଆଣ୍ଡ୍‌ ଫେଲିସେସନ୍‌’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଜ୍ଞା ରଞ୍ଜନ ଖଟୁଆଙ୍କ ଦ୍ୱାରା ଲିଖିତ ହାସ୍ୟ ରସାତ୍ମକ ନାଟକ ‘ଲଙ୍କେଶ୍ୱର’ ପରିବେଷଣ କରାଯାଇଥିଲା। ଦୀର୍ଘ ୪ରୁ ୫ ବର୍ଷ ହେବ ହାସ୍ୟାଭିନେତା ହରିହର ମହାପାତ୍ରଙ୍କ ପ୍ରଚେଷ୍ଟାରେ ଏପରି ଏକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରାୟ ୬୦ ଜଣ କଳାକାର ମିଶି ଦର୍ଶକଙ୍କ ମନୋରଞ୍ଜନ ସକାଶେ ହାସ୍ୟ ନାଟକ ପରିବେଷଣ କରି ଆସୁଛନ୍ତି। ଏହି କ୍ଲବ୍‌ କେବଳ ମନୋରଞ୍ଜନ ନୁହେଁ ବରଂ ସାମାଜିକ କାର୍ଯ୍ୟ ସହ ବି ଜଡ଼ିତ। କ୍ଲବ ପକ୍ଷରୁ ସିନେମା, ରଂଗମଞ୍ଚ, ଯାତ୍ରା ଓ କଳାର ବିଭିନ୍ନ କ୍ଷେତ୍ରରେ ଯେଉଁ କଳାକାରମାନେ ହାସ୍ୟ ଅଭିନୟ କରି ଜୀବନବ୍ୟାପୀ ସାଧନା କରିଛନ୍ତି ସେମାନଙ୍କୁ ମାସିକ ୧୦୦୦ ଟଙ୍କା ଲେଖାଏ ଭତ୍ତା ପ୍ରଦାନ କରାଯାଉଛି। ଏବେ ସୁଦ୍ଧା ହରିଭାଇ କମେଡି କ୍ଲବ୍‌ ପକ୍ଷରୁ ୭ ଜଣ ହାସ୍ୟାଭିନେତା ଓ ହାସ୍ୟାଭିିନେତ୍ରୀଙ୍କୁ ମାସିକ ଭତ୍ତା ପ୍ରଦାନ କରାଯାଉଛି। ଚଳିତବର୍ଷ କ୍ଲବ ପକ୍ଷରୁ ଅଭିନେତ୍ରୀ ବିନୋଦିନୀ ଦେବୀ ଓ କୁନି ଦେବୀଙ୍କୁ ଏହି ଭତ୍ତା ପ୍ରଦାନ କରାଯିବାର ଯୋଜନା ହେଉଛି ବୋଲି ସୂଚନା ରହିଛି। କେବଳ ସେତିକି ନୁହେଁ, ଆସନ୍ତା ଜାନୁଆରିରୁ ହରିଭାଇ କ୍ଲବ୍‌ ଅଭିନୟ ପାଇଁ ଏକ ସ୍କୁଲ୍‌ ଖୋଲିବାର ଯୋଜନା କରିଛି। ଏହି ଆକ୍ଟିଂ ସ୍କୁଲ୍‌ରେ ପିଲାରୁ ନେଇ ବୟସ୍କ ପର୍ଯ୍ୟନ୍ତ ଅଭିନୟ ଶିକ୍ଷା ଲାଭ କରିପାରିବେ।

Share Now:

Kalinga News Beuro

Leave a Reply

Next Post

କୋଡ଼ିଏକୁ ବିପୁଳ ସ୍ୱାଗତ : ଜମିଲା ଜିରୋ ନାଇଟ୍‌

Wed Jan 1 , 2020
ଭୁବନେଶ୍ୱର: ସବୁ ଆଖି ଚାହିଁ ରହିଥିଲା ଘଣ୍ଟାକୁ। ସବୁରି ହୃଦ୍‌ସ୍ପନ୍ଦନ ତାଳ ଦେଉଥିଲା ଘଣ୍ଟା କଣ୍ଟାର ଟିକ୍‌ଟିକ୍‌ ଶବ୍ଦକୁ। ସନ୍ଧ୍ୟାରୁ ନାଚଗୀତରେ ମତୁଆଲା ମଣିଷଙ୍କୁ କ୍ଷଣେ ତା’ ସାମ୍ନାରେ ଅଟକାଇ ଦେଇଥିଲା ଅମାନିଆ ଘଡ଼ି। ଊଣେଇଶ ପୂରି ତାକୁ ୨୦ ଛୁଇଁବା ମାତ୍ରେ ହ‌‌ର୍ଷ ଉଲ୍ଲାସର ଫାଟି ପଡ଼ିଥିଲା ପଲ୍ଲୀରୁ ସହର। ନୂଆବର୍ଷକୁ ଟିକେ ନିଆରା ରୂପରେ ସ୍ୱାଗତ କରିବା ପାଇଁ କିଏ ଜିରୋ ନାଇଟ୍‌ରେ ମଜିଥିଲା ତ କିଏ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial