‘ଚଳଚ୍ଚିତ୍ର ଜଗତ’ର ପ୍ରତିଭା ସମ୍ମାନ ଉତ୍ସବ : ବାବୁସାନ ଶ୍ରେଷ୍ଠ ଅଭିନେତା, ବର୍ଷା ଶ୍ରେଷ୍ଠ ଅଭିନେତ୍ରୀ

ଭୁବନେଶ୍ୱର : ‘ଚଳଚ୍ଚିତ୍ର ଜଗତ’ର ୪୪ତମ ବାର୍ଷିକ ଉତ୍ସବ ଏବଂ ଚଳଚ୍ଚିତ୍ର ଜଗତ ପ୍ରତିଭା ସମ୍ମାନ ଉତ୍ସବ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ସୁଧୀର କୁମାର ଜୈନଙ୍କ ‘ବୈଶାଳୀ’ ଶ୍ରେଷ୍ଠ ଚଳଚ୍ଚିତ୍ର (କ୍ରିଟିକ୍‌) ପୁରସ୍କାର ପାଇଥିବା ବେଳେ ପପୁଲାର ବର୍ଗରେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛି ତରଙ୍ଗ ସିନେ ପ୍ରଡକ୍ସନ ପ୍ରଯୋଜିତ ‘ମିଷ୍ଟର ମଜ୍‌ନୁ’। ବବି ଇସ୍‌ଲାମ୍‌ଙ୍କୁ ‘ଛବିରାଣୀ’ ଏବଂ ଅଶୋକ ପତିଙ୍କୁ ‘ମିଷ୍ଟର ମଜ୍‌ନୁ’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ନିର୍ଦେଶକ ସମ୍ମାନ ପ୍ରଦାନ କରାଯାଇଛି। ‘ମିଷ୍ଟର ମଜ୍‌ନୁ’ରେ ଅଭିନୟ ପାଇଁ ବାବୁସାନ୍‌ଙ୍କୁ ଶ୍ରେଷ୍ଠ ନାୟକ ଓ ‘ନିମ୍‌କି’ରେ ଅଭିନୟ ପାଇଁ ବର୍ଷା ପ୍ରିୟଦର୍ଶିନୀଙ୍କୁ ଶ୍ରେଷ୍ଠ ନାୟିକା ପୁରସ୍କାର ପ୍ରଦାନ କରାଯାଇଥିଲା। ‘ପ୍ରେମରେ ରଖିଛି ଶହେରୁ ଶହେ’ ପାଇଁ ଦିଲ୍ଲୀପ ଦାଶଙ୍କୁ ଶ୍ରେଷ୍ଠ କାହାଣୀକାର, ‘ସେଲ୍‌ଫିସ୍‌ ଦିଲ୍‌’ରେ ଅଭିନୟ ପାଇଁ ଶ୍ରେୟାନ୍‌ଙ୍କୁ ନବାଗତ ନାୟକ, ‘ଚିର୍‌କୁଟ୍‌’ରେ ଅଭିନୟ ପାଇଁ ଅନନ୍ୟା ମହାନ୍ତିଙ୍କୁ ନବାଗତ ନାୟିକା ପୁରସ୍କାର ପ୍ରଦାନ କରାଯାଇଛି। ଏହା ବ୍ୟତୀତ ପ୍ରଫେସର ରବୀନ୍ଦ୍ର ନାଥ ସାହୁ (ଚିକିତ୍ସକ), ପ୍ରଫେସର ପବନ କମାର ଅଗ୍ରୱାଲ୍‌ (କୃଷି ବୈଜ୍ଞାନିକ), ସୁସ୍ମିତା ରଥଙ୍କୁ ସାହିତ୍ୟ ସମ୍ମାନ, ଅଭୟ କୁମାର ସ୍ୱାଇଁ (ପାଲା ଗାୟକ), ଅଭିନେତା ମିହିର ଦାସଙ୍କୁ ସ୍ୱତନ୍ତ୍ର ପୁରସ୍କାର ଦିଆଯାଇଥିଲା। ପୂର୍ବତନ ମୁଖ୍ୟ ଶାସନ ସଚିବ ଗୋକୁଳ ପତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ବରିଷ୍ଠ ପ୍ରଶାସକ ଦିଲ୍ଲୀପ ରାଉତରାୟ, ପ୍ରଫେସର ଡ. କୃପାସିନ୍ଧୁ ପଣ୍ଡା, କବି ଶରତ ଚନ୍ଦ୍ର ଦାଶ, ପ୍ରଫେସର ଶକ୍ତି ପ୍ରସାଦ ଦାସ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିବା ବେଳେ ‘ଚଳଚ୍ଚିତ୍ର ଜଗତ’ର ସମ୍ପାଦକ ଆଦିକନ୍ଦ ରାଉତ ଉପସ୍ଥିତ ଥିଲେ। ଏହାବ୍ୟତୀତ ଓଡ଼ିଆ ଚଳଚ୍ଚିତ୍ରକୁ ଅବଦାନ ପାଇଁ ସୁରେନ୍ଦ୍ର ସାହୁଙ୍କୁ ୨୫ ହଜାର ଟଙ୍କାର ଅର୍ଥରାଶି ସହ ଏ.କେ ପରିଜା ପ୍ରଡକ୍ସନ୍‌ସ ଓଡ଼ିଆ ଚଳଚ୍ଚିତ୍ର ଅବଦାନ ପୁରସ୍କାର ସମ୍ମାନ ସହ ‘ସନି ଦି ସନ୍‌ ଅଫ୍‌ ରିଭର ମହାନଦୀ’କୁ ଶ୍ରେଷ୍ଠ ପ୍ରାମାଣିକ ଚିତ୍ର, ସ୍ନେହାଶିଷ ଦାସଙ୍କ ‘କୋକଲି’କୁ ଶ୍ରେଷ୍ଠ କଳାତ୍ମକ ପୁରସ୍କାର ପ୍ରଦାନ କରାଯାଇଥିଲା। ଅଭିନେତା ଶ୍ରୀତମ ଦାସ, ସଂଗୀତ ନିର୍ଦେଶକ ପ୍ରେମ୍‌ ଆନନ୍ଦ, ଶୁଭାଶିଷ ନାଥ ଶର୍ମା, ବେବି ପ୍ରଧାନ, ପ୍ରତିଭା ପଣ୍ଡା, ସଂଳାପକାର ଦେବୀଦତ୍ତ ମହାନ୍ତି, ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ଅଭିନେତ୍ରୀ ନମ୍ରତା ଦାସ, ଗୀତିକାର ପଞ୍ଚାନନ ନାୟକ, ଅଭିନେତା ରାଇମୋହନ ପରିଡ଼ା, ସନ୍ଦୀପ ପାଣି, ନୃତ୍ୟଶିଳ୍ପୀ ଶାଶ୍ବତ ଯୋଶୀ, ସମାଜସେବୀ ଚିନ୍ମୟ ପାତ୍ର, ଜିତେନ୍ଦ୍ର ମୋହନ ଗୁପ୍ତା, କବି କୁଳମଣି ବିଶ୍ୱାଳ, ଯାତ୍ରା ପାଇଁ ମନୋଜ ନାୟକ, ପ୍ରେକ୍ଷାଳୟ ଭାବେ ଝାରସୁଗୁଡ଼ାର ଶିବା ମଲ୍‌ଟିପ୍ଲେକ୍ସ, ସାମ୍ବାଦିକ ପରୀକ୍ଷିତ ଜେନା, କଣ୍ଠଶିଳ୍ପୀ ଦେବାଶିଷ ମହାପାତ୍ର, ଭାରତ ଭଞ୍ଜଦେଓ, ଶିଶୁ ଅଭିନେତା ଐଶ୍ୱର୍ଯ୍ୟା ମିଶ୍ର, କଣ୍ଠଶିଳ୍ପୀ ସରୋଜ ପ୍ରଧାନ, ଗାୟିକା ନିବେଦିତା, ଚିତ୍ର ଉତ୍ତୋଳନକାରୀ ରବୀନ୍ଦ୍ର ବେହେରା, ଆଲୋକ ସମ୍ପାଦକ ପିତାମ୍ବର ସାହୁ, କଳା ନିର୍ଦେଶକ ନିବାରଣ ଷଡ଼ଙ୍ଗୀ, ହାସ୍ୟାଭିନେତା ଦୀପକ ତ୍ରିପାଠୀ, ଆଭୂଷଣକାରୀ ଶରତ କୁମାର ବେହେରା, ପ୍ରଡକ୍ସନ ବୟ ମାନସ ବେହେରା, ରୂପ ସଜ୍ଜାକାରୀ ଉତ୍ସବ ମହାରଣାଙ୍କୁ ସମ୍ମାନିତ କରାଯାଇଥିଲା। ‘ମା ନୁହେଁ ପତିତା’କୁ ଶ୍ରେଷ୍ଠ ସଂସ୍କାରଧର୍ମୀ ଚଳଚ୍ଚିତ୍ର ସହ ଧାରାବାହିକ କ୍ଷେତ୍ରରେ ଅଭିନେତା ଜଗଜିତ ପାଲ ଓ ଏମ୍‌ ସୁମନ କୁମାର, ଅଭିନେତ୍ରୀ ଶୁଭଶ୍ରୀ ନାୟକ ଓ ନିହାରିକା ଦାଶ, ପୃଥ୍ବୀରାଜ ନାୟକ, ଅଙ୍କିତା କର, ସୋମା ଭୌମିକ, ପ୍ରକାଶ ଜେନାଙ୍କୁ ପୁରସ୍କୃତ କରାଯାଇଥିଲା। ଉପସ୍ଥାପିକା ସୁଲଗ୍ନା ରାଉତରାୟ, କଣ୍ଠଶିଳ୍ପୀ ଚେଲ୍‌ସି ବେହୁରା, ବିଶ୍ୱଜିତ ରାଉତ ଓ ଆଲୋକ ପଶାୟତଙ୍କୁ ସ୍ୱତନ୍ତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା। ମିଛରେ କହିଦେ ଭଲ ପାଉ ବୋଲି…କୁ ଶ୍ରେଷ୍ଠ ଅଣ ଚଳଚ୍ଚିତ୍ର ସଂଗୀତ ଭାବେ ଏହାର ସମସ୍ତ ଶିଳ୍ପୀଙ୍କୁ ସମ୍ମାନିତ କରାଯାଇଥିଲା।

Share Now:

Kalinga News Beuro

Leave a Reply

Next Post

ଭାରତ ଇତିହାସରେ ପ୍ରଥମ : ୪ ଜଣଙ୍କୁ ଏକସଙ୍ଗରେ ଫାଶୀ

Wed Jan 8 , 2020
ଫାଶୀ ପୂର୍ବରୁ ଫିଲ୍ମ ଷ୍ଟାଇଲ୍‌ରେ ଶେଷ ଇଚ୍ଛା ପଚରାଯିବନି ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ୪ ଜଣ ଦୋଷୀଙ୍କୁ ଏକସଂଗରେ ଫାଶୀ ଦିଆଯିବ। ଭାରତ ଇତିହାସରେ ଏହା ପ୍ରଥମ ଘଟଣା ହେବ। ତିହାର ଜେଲ୍‌ରେ ଏନେଇ ସମସ୍ତ ପ୍ରସ୍ତୁତି ସରିଥିବା ଜଣାପଡ଼ିଛି। ତିହାର ଜେଲ୍‌ କର୍ତ୍ତୃପକ୍ଷ ୪ ଦୋଷୀଙ୍କୁ ଏକାବେ‌ଳେ ଫାଶୀ ଦେବାପାଇଁ ଏକ ନୂଆ ଫାଶୀଖୁଣ୍ଟ ପ୍ରସ୍ତୁତ କରିଛନ୍ତି। ଦେଶର ପ୍ରଥମ ଜେଲ୍‌ ଭାବେ ତିହାରରେ ଏକାବେଳେ ୪ ଜଣଙ୍କୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial