ବନ୍ଦ ବେଳେ ସାମ୍ନାକୁ ଆସିଲା ବେଧଡକ ବେପାର କରିବାର ଦୃଶ୍ୟ

ଭୁବନେଶ୍ୱର: ବନ୍ଦ ବେଳେ ବେପାର ! ଏପଟେ ଚାଲିଥାଏ ଜୋରଦାର ଆନ୍ଦୋଳନ ଆଉ ଅନ୍ୟପଟେ ଚାଲିଥାଏ ବେପାର । କଥାଟା ଆପଣଙ୍କୁ ଅଡୁଆ ଲାଗୁଥିଲେ ବି ନିରାଟ ସତ୍ୟ । ୧୨ ଦଫା ଦାବି ନେଇ ଆଜି ଦେଶବ୍ୟାପି ବନ୍ଦ ପାଳନ କରାଯାଉଥିବା ବେଳେ ଓଡିଶାରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ । ଭାରତ ବନ୍ଦ ପ୍ରଭାବରେ ଆଜି ଗାଡିମଟର ସେବା ବନ୍ଦ ରହିଥିବା ବେଳେ କିଛି ଯୁବକମାନେ କିନ୍ତୁ ଏହାର ଭରପୂର ମାତ୍ରାରେ ଫାଇଦା ଉଠାଇଛନ୍ତି । ବନ୍ଦ ବେଳେ ଆଜି ଭୁବନେଶ୍ୱରରେ ଦେଖିବାକୁ ମିଳିଥିଲା ବାଇକ୍ ସେବା । ବିମାନବନ୍ଦରରୁ କିଛି ପିଲା ନିଜ ବାଇକରେ ଲୋକଙ୍କୁ ନେବା ଆଣିବା କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ଆଉ ଅଟୋ ଟାକ୍ସି ଯାହା ଭଡା ନେଉଥିଲେ, ଏମାନେ ମଧ୍ୟ ସେତିକି ଟଙ୍କା ଯାତ୍ରୀଙ୍କଠାରୁ ନେଉଥିଲେ । ତେବେ ଖାଲି ରାଜଧାନୀ ଭୁବନେଶ୍ୱର ନୁହେଁ ରାଉରକେଲାରେ ମଧ୍ୟ ଦେଖିବାକୁ ମିଳିଥିଲା ସମାନ ଚିତ୍ର । ବାଇକ ଠେଲିବାକୁ ନେଉଥିଲେ ୨୦ ଟଙ୍କା ପାରିଶ୍ରମିକ । ରାଉରକେଲାରେ ଶ୍ରମିକ ସଂଗଠନ ଓ ବାମ ଦଳ ମୁଖ୍ୟ ଛକ ଓ ରାସ୍ତା ଗୁଡିକ ଅବରୋଧ କରି ପିକେଟିଂ କରୁଥିବା ବେଳେ ତାହାର ଫାଇଦା ଉଠାଇଛନ୍ତି କିଛି ଯୁବଗୋଷ୍ଠୀ । ଏକ ଉଠାଣିଆ ଛୋଟ ଗଳି ରାସ୍ତା ଦେଇ ଗାଡି ବାହାର କରିବା ପାଇଁ ଆରୋହୀମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ କିଛି ଯୁବକ | ହେଲେ ମାଗଣାରେ ନୁହେଁ ବରଂ ଗୋଟିଏ ବାଇକ ଠେଲି ଠେଲି ଉଠାଣି ପାର କରିବା ପାଇଁ ୨୦ ଟଙ୍କା ନେଉଥିବା ଖବର ସାମ୍ନାକୁ ଆସିଛି । ସେପଟେ ଯେଉଁ ଯୁବକ ମାନେ ନିଜସ୍ୱ ବାଇକରେ ନେଇ ଯାତ୍ରୀଙ୍କୁ ଛାଡୁଛନ୍ତି ଓ ଭଡା ନେଉଛନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି ।

Share Now:

Kalinga News Beuro

Leave a Reply

Next Post

ପରଲୋକରେ ପାରଳା ମହାରାଜ ଗୋପୀନାଥ ଗଜପତି

Fri Jan 10 , 2020
ଭୁବନେଶ୍ୱର: ଶୁକ୍ରବାର ସକାଳେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ପାରଳାଖେମୁଣ୍ଡିର ରାଜା ଗୋପୀନାଥ ଗଜପତି ନାରାୟଣ ଦେଓ ପରଲୋକ ଗମନ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ୧୯୪୩ ମସିହା ମାର୍ଚ ୬ ତାରିଖରେ ଜନ୍ମିତ ଗୋପୀନାଥ ଗଜପତି ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇ ନବମ ଓ ଦଶମ ଲୋକସଭାର ସାଂସଦ ହୋଇଥିଲେ। ପ୍ରଥମେ ସେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial