ପ୍ଲାଷ୍ଟିକ ବିରୁଦ୍ଧରେ କେରଳ ସରକାରଙ୍କ ବଡ଼ ଧରଣର ଅଭିଯାନ:ଉତ୍ପାଦନ,ବିକ୍ରି ଓ ବ୍ୟବହାର ଉପରେ ସଂପୂର୍ଣ୍ଣ କଟକଣା

ତିରୁଅନନ୍ତପୁରମ୍‌ : ପ୍ଲାଷ୍ଟିକ ବିରୋଧରେ ଏକ ବଡ଼ ଧରଣର ଅଭିଯାନ ଆରମ୍ଭ କରିଛନ୍ତି କେରଳ । ରାଜ୍ୟ ସରକାର କେବଳ ପ୍ଲାଷ୍ଟିକର ବ୍ୟବହାର ନୁହେଁ, ତାହାର ଉତ୍ପାଦନ, ବିତରଣ, ଖରିଦ ଓ ପ୍ରସାର ଉପରେ ସଂପୂର୍ଣ୍ଣ କଟକଣା ଲଗାଇଛନ୍ତି । ନିକଟରେ କେରଳ କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ରାଜ୍ୟରେ ସବୁପ୍ରକାରର ଥରେ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକର ଉତ୍ପାଦନ, ବିତରଣ, ଖରିଦ ଓ ବ୍ୟବହାର ଉପରେ ସଂପୂର୍ଣ୍ଣ ନିଷେଧାଜ୍ଞା ଲଗାଯାଇଛି । ତେବେ କେରଳର କେତେକ ସରକାରୀ ଉଦ୍ୟୋଗ ଯେପରି କେରଳ ରାଜ୍ୟ ପାନୀୟ ନିଗମ, କେରଳ ସମବାୟ ଦୁଗ୍ଧ ବିପଣନ ଫେଡେରେସନ ଆଦିକୁ ଏହି କଟକଣାରୁ ମୁକ୍ତ ରଖାଯାଇଛି । କେବଳ ପ୍ଲାଷ୍ଟିକ ଉପରେ ନିଷେଧାଜ୍ଞା ନୁହେଁ, ତାହା ବଦଳରେ କେଉଁ ବିକଳ୍ପ ସାମଗ୍ରୀ ବ୍ୟବହାର କରିହେବ ତାହା ସଂପର୍କରେ ମଧ୍ୟ ସରକାର ପରାମର୍ଶ ଦେଇଛନ୍ତି । ଉଦାହରଣସ୍ୱରୂପ ପ୍ଲାଷ୍ଟିକ କ୍ୟାରୀ ବ୍ୟାଗ ବଦଳରେ କପଡ଼ା ବା କାଗଜ ନିର୍ମିତ ବ୍ୟାଗ ବ୍ୟବହାର, ପ୍ଲାଷ୍ଟିକ ଓ ଥର୍ମୋକୁଲ ବାସନକୁସନ ବଦଳରେ ଚିନାମାଟି, ଧାତୁ ନିର୍ମିତ, କାଚ ବାସନକୁସନ ବ୍ୟବାହାର କରିବାକୁ ପ୍ରସ୍ତାବ ଦିଆଯାଇଛି । ଏହି ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ ପ୍ଲାଷ୍ଟିକ ସାମଗ୍ରୀ ଉତ୍ପାଦନ ଓ ବିକ୍ରି କରୁଥିବା ସଂସ୍ଥାମାନଙ୍କଠାରୁ ଜରିମାନା ଆଦାୟ କରାଯିବ । ପ୍ରଥମ ଥର ପାଇଁ ଉଲ୍ଲଙ୍ଘନ କଲେ ୧୦ ହଜାର, ୨ୟ ଥର ପାଇଁ ୨୫ ହଜାର ଟଙ୍କା ଓ ୩ୟ କିମ୍ବା ଅଧିକ ଥର ଉଲ୍ଲଙ୍ଘନ କଲେ ୫୦ ହଜାର ଟଙ୍କା ଜରିମାନା ଆଦାୟ ହେବ । ଏହା ସହିତି ସଂପୃକ୍ତ ସଂସ୍ଥାକୁ ବନ୍ଦ କରିଦିଆଯିବ ।

Share Now:

Kalinga News Beuro

Leave a Reply

Next Post

ମାର୍କେଟ୍‌ ବିଲ୍‌ଡିଂରେ ଆତଙ୍କରାଜ ଘଟଣା : ଅଭିଯୁକ୍ତଙ୍କ ମଧ୍ୟରେ ୧୨ ନାବାଳକ, ଲାଗିଲା ‘ଆତଙ୍କବାଦୀ’ ଦଫା

Sun Jan 12 , 2020
ଭୁବନେଶ୍ୱର : ଭୁବନେଶ୍ବର ମାର୍କେଟ ବିଲ୍‌ଡିଂରେ ଆତଙ୍କରାଜ ଘଟଣାରେ ୨୧ ଜଣଙ୍କୁ ଧରିଛି କ୍ୟାପିଟାଲ ଥାନା ପୁଲିସ। ପ୍ରଥମ ଦଫ‌ାରେ ୧୮ ଜଣଙ୍କୁ ଧରିଥିବା‌ ବେଳେ ଦ୍ବିତୀୟ ଦଫାରେ ଆଉ ୩ ଜଣଙ୍କୁ ଧରିଛି। ପ୍ରଥମେ ଧରାପଡ଼ିଥିବା ୧୮ ଜଣଙ୍କ ମଧ୍ୟରୁ ୧୨ ଜଣ ନାବାଳକ। ୬ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ୧୨ ଜଣଙ୍କୁ ଖୋର୍ଦ୍ଧା ସିଡବ୍ଲୁସିରେ ଉପସ୍ଥାପନ କରାଯିବା ପରେ ବ୍ରହ୍ମପୁର ଜୁଭେନାଇଲ ହୋମ୍‌କୁ ପଠାଯାଇଛି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial