ମିଥ୍ୟା ପ୍ରଚାର ,ଷଡଯନ୍ତ୍ର ଓ ହିଂସା କରିବାକୁ ପ୍ରୟାସ କରୁଛନ୍ତି ବିରୋଧୀ :ରାମ ମାଧବ

ଭୁବନେଶ୍ୱର:ନାଗରିକ ସଂଶୋଧନ ଆଇନ ହେଉଛି ନାଗରିକତା ଦେବାର ଆଇନ । ଏହା କାହାର ନାଗରିକତା ନେବା ନାହିଁ ।ଏହି ସଂଶୋଧନରେ କୌଣସି ବିବାଦ ନାହିଁ କିମ୍ବା କାହାପ୍ରତି କିଛି ବାଛ ବିଚାର ନାହିଁ । ବିରୋଧୀ ଜାଣିଶୁଣି ବିବାଦ ବଢାଇବା ସହିତ ହିଂସାକୁ ପ୍ରୋତ୍ସାହିତ କରୁଛନ୍ତି । ସେମାନଙ୍କ ଏହି ହୀନ ପ୍ରୟାସ ପାଇଁ ଭାରତ ବିଦେଶରେ ବଦନାମ ହେଉଛି ।ସାରା ଦେଶରେ ଏବେ ନାଗରିକତା ସଂଶୋଧନ ଆଇନ (ସିଏଏ) ପ୍ରସଙ୍ଗରେ ଆଲୋଚନା ଚାଲିଛି ଏବଂ ଏହି ଆଇନ ସମ୍ପର୍କରେ ଭୁଲ ଧାରଣାର ଶିକାର ଲୋକମାନେ ଆନ୍ଦୋଳନକୁ ଚଳାଉଛନ୍ତି । କିଛି ରାଜନୈତିକ ଦଳ ଏହି ସୁଯୋଗରେ ପରିସ୍ଥିତିକୁ ଆହୁରି ଉତ୍ତେଜନାପୂର୍ଣ୍ଣ କରିଦେଇଛନ୍ତି । ସେମାନେ ଯେମିତି ଜାଣିଶୁଣି ହିଂସାକୁ ଉସୁକାଉଛନ୍ତି ସେମାନଙ୍କ ବାସ୍ତବ ଉଦ୍ଦେଶ୍ୟ ଖୁବଶୀଘ୍ରସାମ୍ନାକୁ ଆସିବା । ସିଏଏ ନାଁରେ ମିଥ୍ୟା ଅପପ୍ରଚାର କରାଯାଉଛି ।
ଗତକାଲି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମମାଧବ । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା ,ରାଜ୍ୟ ଉପସଭାପତି ସମୀର ମହାନ୍ତି ,ନୟନ କିଶୋର ମହାନ୍ତି,ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ,ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର,ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

Share Now:

Kalinga News Beuro

Leave a Reply

Next Post

ବନ୍ଧ୍ୟାକରଣ ଯୋଜନା ପ୍ରହସନ: ରାଜଧାନୀରେ କୁକୁର ଉତ୍ପାତ

Wed Jan 15 , 2020
ଜନ୍ମ ହେଉଛନ୍ତି ୩୩୦୦, ବନ୍ଧ୍ୟାକରଣ ହେଉଛି ୨୦୦୦ ଭୁବନେଶ୍ୱର: ଦିଲ୍ଲୀର ଉତ୍ତମନଗରରେ ଏକ ବୁଲା କୁକୁର କିଛି ଲୋକଙ୍କୁ ଗୋଡ଼େଇ ଗୋଡ଼େଇ କାମୁଡ଼ିବା ସହ ଗୋଟିଏ ଛୋଟ ପିଲାକୁ ଯେପରି ଅସ୍ତବ୍ୟସ୍ତ କରି କାମୁଡ଼ିଲା ତା’ର ଭିଡ଼ିଓ ଭାଇରାଲ ହେବା ପରେ ତାହା ସାଧାରଣରେ ଉଦ୍‌ବେଗର କାରଣ ହୋଇଥିଲା। ଏହା ବି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ହେଲେ ଏବେ ଭୁବନେଶ୍ୱରରେ ଅନୁରୂପ ଅବସ୍ଥା। ଭୁବନେଶ୍ୱରରେ ଏବେ ପ୍ରାୟ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial