ଆସନ୍ତାକାଲିଠାରୁ ସାଇବାବାଙ୍କ ପୀଠ ମହାରାଷ୍ଟ୍ରର ଶିରିଡ଼ି ଅନିର୍ଦ୍ଧିଷ୍ଟ କାଳ ଲାଗି ବନ୍ଦ

ମୁମ୍ବାଇ: ଆସନ୍ତାକାଲିଠାରୁ ସାଇବାବାଙ୍କ ପୀଠ ମହାରାଷ୍ଟ୍ରର ଶିରିଡ଼ିରେ ଅନିର୍ଦ୍ଧିଷ୍ଟ କାଳ ଲାଗି ବନ୍ଦର ଡାକରା ଦିଆଯାଇଛି। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମରାଠାବାଡ଼ସ୍ଥିତ ପାଥରୀକୁ ସାଇବାବାଙ୍କ ଜନ୍ମଭୂମି କହିବା ସଙ୍ଗେ ସଙ୍ଗେ ଏହାର ବିକାଶ ପାଇଁ ୧୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିବାପରେ ରାଜ୍ୟରେ ଏହି ନୂଆ ବିବାଦ ଦେଖାଯାଇଛି । ଏହାକୁ ବିରୋଧ କରି ମନ୍ଦିର ଟ୍ରଷ୍ଟ୍ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି। ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ପାଥରୀକୁ ତୀର୍ଥସ୍ଥାନ ଭାବେ ଘୋଷଣା ହୋଇଛି। ଏଥିନେଇ କାହାରି କିଛି ଆପତ୍ତି ନାହିଁ, ହେଲେ ପାଥରୀକୁ ସାଇବାବାଙ୍କ ଜନ୍ମଭୂମି କହିବାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଏହି ନିଷ୍ପତ୍ତି ପରେ ମହାରାଷ୍ଟ୍ରର ଅହମଦନଗରର ବିଜେପି ସାଂସଦ ସୁଜୟ ଭିଖେ ପାଟିଲ ଏଥିନେଇ ଆଇନଗତ ଲଢ଼େଇ ପାଇଁ ଚେତାବନୀ ଦେଇଛନ୍ତି ।

ଖାଲି ସେତିକି ନୁହେଁ, ବିବାଦ ଯୋଗୁଁ ଏଇ ୧୯ ତାରିଖରେ ଶିରିଡ଼ି ବନ୍ଦ ଡାକରା ବି ଦେଇଛନ୍ତି। ଅହମଦନଗର ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ପ୍ରଶ୍ନ ଉଠାଇଛନ୍ତି ଯେ, ସାଇବାବାଙ୍କ ଜନ୍ମଭୂମିକୁ ନେଇ ଦାବି ସେତେବେଳ କାହିଁକି ଆସିଲା, ଯେତେବେଳେ ରାଜ୍ୟରେ ନୂତନ ସରକାର ଗଠନ ହୋଇଛି । ସେ କହିଛନ୍ତି, ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ଆଜି ପର୍ଯ୍ୟନ୍ତ କୌଣସି ମତଭେଦ ନ ଥିଲା । ଅଚାନକ ପାଥରୀକୁ ନେଇ ଏଭଳି ଦାବି କେଉଁଠାରୁ ସାମ୍ନାକୁ ଆସିଛି । ଯଦି ରାଜନୈତିକ ହସ୍ତକ୍ଷେପ ଜାରି ରହିବ, ତାହେଲେ ଶିରିଡ଼ିର ଲୋକେ ଏହି ପ୍ରସଙ୍ଗକୁ ନେଇ ଆଇନଗତ ଲଢ଼େଇ ଆରମ୍ଭ କରିପାରିବେ

Share Now:

Kalinga News Beuro

Leave a Reply

Next Post

ବିଶ୍ୱରେ ପ୍ରଥମ: ବାଘ ଗୋଡ଼ରେ କୃତ୍ରିମ ପାଦ

Sat Jan 18 , 2020
ନାଗପୁର: ଶନିବାର ଦିନ ଅସ୍ତ୍ରୋପଚାର କରାଯାଇ ନାଗପୁରର ୯ ବର୍ଷିୟ ବାଘ ସାହେବରାଓ ବାମ ପଟ ଆଗ ଗୋଡ଼ରେ କୃତ୍ରିମ ପାଦ ଲଗାଯିବ। ବିଶ୍ୱର ପ୍ରଥମ ବୋଲି କୁହାଯାଉଥିବା ଏହି ଅସ୍ତ୍ରୋପଚାରେ ଅସ୍ଥିଶଲ୍ୟ ସର୍ଜନ୍‌ ଶୁଶ୍ରୁତ ବାଭୁଲ୍‌କର, ପ୍ରାଣୀ ଚିକିତ୍ସକ ଶିରିଷ ଉପାଧ୍ୟାୟ, ମହାରାଷ୍ଟ୍ର ପ୍ରାଣୀ ଓ ମତ୍ସ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ଡାକ୍ତରୀ କର୍ମଚାରୀ, ଆଇଆଇଟି-ବମ୍ବେର ବନ୍ୟପ୍ରାଣୀ ଗବେଷଣା ଓ ତାଲିମ କେନ୍ଦ୍ରର ବିଶେଷଜ୍ଞ ଏବଂ ଲିଡ୍‌ସ୍‌ ବିଶ୍ୱବିଦ୍ୟାଳୟର ଡାକ୍ତର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial