ପରିଚାଳନାଗତ ତ୍ରୁଟି ଯୋଗୁଁ ରାଜସ୍ୱ ହରାଇଛି ଓଏମ୍‌ସି

ଭୁବନେଶ୍ୱର: ପରିଚାଳନାଗତ ତ୍ରୁଟି ଯୋଗୁଁ ଓଡ଼ିଶା ଖଣି ନିଗମ (ସିଏମ୍‌ସି) ପ୍ରାୟ ୧,୮୩୯ କୋଟି ଟଙ୍କାର ରାଜସ୍ୱ ହରାଇଛି। ଆଜି ବିଧାନସଭାରେ ଉପସ୍ଥାପିତ ସିଏଜି ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ସରକାରୀ ଉଦ୍ୟୋଗ ସଂପର୍କିତ ସିଏଜି ରିପୋର୍ଟରେ ଦର୍ଶାଯାଇଛି ଯେ, ଓଏମସି ୨୦୧୨ ରୁ ୨୦୧୭ ମଧ୍ୟରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ୧୧୪ ଲକ୍ଷ ମେଟ୍ରିକ ଟନ୍ ଲୁହାପଥର କମ୍ ଉତ୍ପାଦନ କରିଥିଲା। ଖଣି ପଟ୍ଟାର ପରିଚାଳନା ସଠିକ ନଥିବା, ଭଡ଼ା ଓ ଜଗାରଖାରେ ୫୭.୨୬ କୋଟି ବେକାର ଖର୍ଚ୍ଚ ହୋଇଛି। ଯଥେଷ୍ଟ ଖଣିଜ ନଥିବା ୪ଟି ଖଣି ରଖି ଓଏମ୍‌ସି ୧୧୨ କୋଟି ଟଙ୍କା ଅଯଥା ଖର୍ଚ୍ଚ କରିଥିବା ରିପୋର୍ଟରେ ଦର୍ଶାଯାଇଛି।

ସିଏମ୍‌ଜି ରିପୋର୍ଟରେ ମନରେଗା ଗଫଲତି ନେଇ ମଧ୍ୟ ତଥ୍ୟ ରହିଛି। ୩୧୧୪ କୋଟି ଟଙ୍କାର ମଜୁରି ପ୍ରଦାନରେ ବିଳମ୍ବ ହୋଇଥିବା ସିଏଜି ନିଜ ରିପୋର୍ଟରେ ଦର୍ଶାଇଛନ୍ତି। ସେହିପରି ୫୩ କୋଟି ୧୯ଲକ୍ଷ ଟଙ୍କାର କ୍ଷତିପୂରଣ ସ୍ଥାନରେ ମାତ୍ର ୧୫ ଲକ୍ଷ ଟଙ୍କା ଦିଆଯାଇଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି।

ରାଜ୍ୟ ପୋଲିସ ଗୃହ ନିର୍ମାଣ ନିଗମର ଅନଧିକୃତ ନିର୍ମାଣ ଯୋଗୁଁ ୧ କୋଟି ୯୪ ଲକ୍ଷ ଅତିରିକ୍ତ ବ୍ୟୟ ହୋଇଛି। ଅନୁମୋଦିତ ନକ୍ସା ଅନୁସାରେ ନିର୍ମାଣ ନହେବାରୁ ୬୪ ଲକ୍ଷ ଟଙ୍କା ଅଯଥା ଖର୍ଚ୍ଚ ହୋଇଛି। ଷ୍ଟୋର ପରିଚାଳନାରେ ଅବହେଳା ଯୋଗୁଁ ୩୧ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

Share Now:

Kalinga News Beuro

Leave a Reply

Next Post

କପି ଧରା ପଡ଼ିବାରୁ ଉତ୍ତର ଖାତା ଚିରିଲେ ଅଧ୍ୟାପକଙ୍କୁ ପିଟିଲେ, ଥାନାରେ ଦୁଇ ଛାତ୍ର ଅଟକ

Tue Mar 27 , 2018
ଗୋପାଳପୁର : ପରୀକ୍ଷାରେ କପି ଧରା ପଡ଼ିଯିବାରୁ ଦୁଇ ଜଣ ଛାତ୍ର ପରୀକ୍ଷା ହଲ୍‌ରେ ଉନ୍ମତ୍ତକାଣ୍ଡ କରିଛନ୍ତି। ଅନ୍ୟ ଛାତ୍ରଛାତ୍ରୀଙ୍କ ଉତ୍ତର ଖାତା ଭିଡ଼ି ଆଣି ଚିରି ଦେବା ସହିତ ନିୟନ୍ତ୍ରକ ଦାୟିତ୍ୱରେ ଥିବା ଅଧ୍ୟାପକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ଡୁରା କନିଷ୍ଠ ମହାବିଦ୍ୟାଳୟରେ ଆଜି ପୂର୍ବାହ୍ନରେ ଘଟିଥିବା ଏଭଳି ଘଟଣାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ଘଟଣାସ୍ଥଳରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial