କଂଗ୍ରେସରେ ଭାଇରାଲ ଚିଠି…

ଭୁବନେଶ୍ୱର: ଏକ ଚିଠିକୁ ନେଇ ରାଜ୍ୟ କଂଗ୍ରେସରେ ହେବାକୁ ଥିବା ପରିବର୍ତ୍ତନର ଆଭାସ ମିଳିଛି । ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିବା ଏହି ଚିଠି ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଲେଖିଥିବା ଦେଖାଯାଇଛି | ଏହି ଚିଠିରେ କଂଗ୍ରେସର ମିଡ଼ିଆ କମିଟିର ପୁର୍ନଗଠନ ପାଇଁ ଲେଖାଯାଇଛି | ଏଥିରେ ମିଡ଼ିଆ କମିଟିର ସାଙ୍ଗଠନିକ ସ୍ତରରେ ପରିବର୍ତ୍ତନ ପାଇଁ ପିସିସି ସଭାପତି କିଛି ନାମ ସୁପାରିଶ କରିଛନ୍ତି | ଏହି ଚିଠି ଜାନୁୟାରି ୧୭ ତାରିଖରେ ଲେଖାଯାଇଥିବା ବେଳେ ଚିଠି ତଳେ ପିସିସି ସଭାପତିଙ୍କ ଦସ୍ତଖତ ରହିଛି | ଏଥିରେ ଦଳର ମିଡିଆ ସେଲ ଅଧ୍ୟକ୍ଷ ପଦ ଲାଗି ବରିଷ୍ଠ ନେତା ପଞ୍ଚାନନ କାନୁନଗୋଙ୍କ ନାମ ସୁପାରିସ କରାଯାଇଛି । ଅନ୍ୟପଟେ ଦଳର ମିଡିଆ ସେଲ ଅଧ୍ୟକ୍ଷ ଥିବା ସତ୍ୟପ୍ରକାଶ ନାୟକଙ୍କୁ ମିଡ଼ିଆ ରିସୋର୍ସ ପର୍ସନ ତାଲିକାରେ ରଖାଯାଇଛି

This image has an empty alt attribute; its file name is Letter-Congress.jpeg

ସେପଟେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଭାଇରାଲ ହୋଇଥିବା ଚିଠି ସତ ନୁହେଁ ବୋଲି କହିଥିବା ବେଳେ ଦଳ ପକ୍ଷରୁ ଆଧିକାରୀକ ଭାବେ କୌଣସି ଘୋଷଣା ହୋଇନାହିଁ। ସୁପାରିଶ ଚିଠିରେ କଂଗ୍ରେସ ମିଡ଼ିଆ ବିଭାଗର ଅଧ୍ୟକ୍ଷ ପଦରେ ପଞ୍ଚାନନ କାନୁନଗୋଙ୍କ ନାମ ଲେଖାଯାଇଥିବାବେଳେ ସଂଯୋଜକ ଦାୟିତ୍ୱରେ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ନାମ ଲେଖାଯାଇଛି | ସେହିପରି ରିସୋର୍ସ ପର୍ସନ ତାଲିକାରେ ୨୦୧୯ ଲୋକସଭା ନିର୍ବାଚନରେ ପୁରୀ ଲୋକସଭାରୁ କଂଗ୍ରେସ ଟିକଟରେ ଲଢ଼ିଥିବା ସତ୍ୟ ପ୍ରକାଶ ନାୟକଙ୍କ ସହ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ସାହୁ, ଗଣେଶ୍ୱର ବେହେରା, ବିଧାୟକ ତାରାପ୍ରସାଦ ବାହିନୀପତି, ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକଙ୍କ ସହ ଅନ୍ୟ ଦୁଇ ଜଣଙ୍କ ନାମ ଲେଖାଯାଇଛି |

Share Now:

Kalinga News Beuro

Leave a Reply

Next Post

ଭୁବନେଶ୍ୱରରେ ସାଧାରଣତନ୍ତ୍ର ଦିବସ ପରେଡ୍‌ ପାଇଁ ଟ୍ରାଫିକ୍‌ କଟକଣା

Thu Jan 23 , 2020
ଭୁବନେଶ୍ୱର : ମହାତ୍ମାଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ଅନୁଷ୍ଠିତ ହେବ। ଏହାର ଶୃଙ୍ଖଳିତ ପରିଚାଳନା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ୍‌ ପରିଚାଳନା ମାର୍ଗଦର୍ଶିକା ଜାରି କରାଯାଇଛି। ୨୨ ତାରିଖ‌ ଅପରାହ୍‌ଣ ସାଢ଼େ ୨ଟାରୁ ୫ଟା ଓ ୨୪ ତାରିଖ ସକାଳ ୭ଟାରୁ ୧୦ଟା ୩୦ ମଧ୍ୟରେ ପରେଡ୍‌ ଅଭ୍ୟାସ ହେବ। ଏହି ସମୟରେ ମଧ୍ୟ ଜାରି ହୋଇଥିବା କଟକଣା ବଳବତ୍ତର ରହିବ। ଧାର୍ଯ୍ୟ ଜାଗାରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial