ଲଦାଖର୧୭ ହଜାର ଫୁଟ ଉଚ୍ଚତାରେ ଯବାନ ଉଡ଼ାଇଲେ ତ୍ରିରଙ୍ଗା

ଲଦାଖ: ଦେଶପ୍ରେମ ସାମ୍ନାରେ ହାର ମାନିଲା ପ୍ରବଳ ଥଣ୍ଡା | ମାଇନସ ୨୦ ଡିଗ୍ରୀ ତାପମାତ୍ରାରେ ଲଦାଖରେ ଆଜି ଯବାନମାନେ ତ୍ରିରଙ୍ଗା ଉଡ଼ାଇ ସାଧାରଣତନ୍ତ୍ର ଦିବସକୁ ଧୂମଧାମରେ ପାଳନ କରିଛନ୍ତି । ଦେଶବ୍ୟାପୀ ଉତ୍ସାହ ଓ ଉଦ୍ଦୀପନାର ସହ ସାଧାରଣତନ୍ତ୍ର ଦିବସ ପାଳନ ହେଉଥିବା ବେଳେ ଭାରତୀୟ ସେନାର ଯବାନ ମାନେ ୧୭ ହଜାର ଫୁଟ ଉଚ୍ଚରେ ଲଦାଖରେ ତ୍ରିରଙ୍ଗା ଉଡ଼ାଇଛନ୍ତି ।
ଭାରତ-ତିବ୍ବତ ସୀମା ପୁଲିସ (ଆଇଟିବିପି)ର ଯବାନମାନେ ମାଇନସ୍ ୨୦ ଡ୍ରିଗି ସେଲସିୟସ ଠାରୁ ମଧ୍ୟ କମ୍ ତାପମାତ୍ରାରେ ଭାରତ ମାତା କି ଜୟ ଓ ବନ୍ଦେ ମାତରମ୍ ନାରାରେ ଲଦାଖରେ ତ୍ରିରଙ୍ଗା ଉଡ଼ାଇଛନ୍ତି । ଅନ୍ୟପଟେ କାଶ୍ମୀର ଘାଟିରେ ମଧ୍ୟ ୨୬ ଜାନୁୟାରୀ ଅବସରରେ ତ୍ରିରଙ୍ଗା ଫର ଫର ହୋଇ ଉଡ଼ୁଛି । ଏଲଓସି ନିକଟ କୁପୱାଡ଼ାଠାରେ ସ୍ଥାନୀୟ ଲୋକମାନେ ସେନା ଯବାନଙ୍କ ସହ ମିଶି ସାଧାରଣତନ୍ତ୍ର ଦିବସକୁ ଖୁବ ଧୁମଧାମରେ ପାଳନ କରୁଛନ୍ତି । ଏହି ରାଷ୍ଟ୍ରୀୟ ଦିବସ ପାଳନ ଅବସରରେ ଆବାଳବୃଦ୍ଧବନିତା ଯବାନଙ୍କ ସହ ମିଶି ତ୍ରିରଙ୍ଗା ପତାକାକୁ ସଲାମ କରିଛନ୍ତି । ଜମ୍ମୁ-କାଶ୍ମୀରରରେ ୩୭୦ ଧାରା ଉଚ୍ଛେଦ ପରେ ଘାଟିରେ ପ୍ରଥମ ଥର ପାଇଁ ସାଧାରଣତନ୍ତ୍ର ଦିବସ ପାଳନ ହେଉଛି ।

Share Now:

Kalinga News Beuro

Leave a Reply

Next Post

ପାଳିତ ହେଲା ସାଧାରଣତନ୍ତ୍ର ଦିବସ: କେଉଁଠି କୁକୁର ପଶିଲା ତ କେଉଁଛି ଛିଣ୍ଡିଲା ତ୍ରିରଙ୍ଗା

Sun Jan 26 , 2020
ଭୁବନେଶ୍ୱର/ଜଗତସିଂହପୁର: ସାଧାରଣତନ୍ତ୍ର ଦିବସକୁ ଆଜି ସାରା ଦେଶ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିଛି I ରାଜ୍ୟରେ ମଧ୍ୟ ଜିଲ୍ଲା, ସଦରମହକୁମାର ବିଭିନ୍ନ କାର୍ଯ୍ୟାଳୟ ସମେତ ବିଦ୍ୟାଳୟମାନଙ୍କରେ ତ୍ରିରଙ୍ଗା ଉଡ଼ିଛି I ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ରାଜ୍ୟ ସ୍ତରୀୟ ପରେଡ଼ କାର୍ଯ୍ୟକ୍ରମ ସମାପନ ହୋଇଛି I ତେବେ ଆଜି ରାଜ୍ୟସ୍ତରୀୟ ପରେଡ଼ କାର୍ଯ୍ୟକ୍ରମ ଚାଲିଥିବାବେଳେ ଏକ କୁକୁର ପରେଡ ସ୍ଥଳ ମଧ୍ୟକୁ ପଶିଆସିଥିଲା I ଏହି ସମୟରେ ପରେଡ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial