ଆରମ୍ଭ ହେଲା କୁକୁଡ଼ା ମରା ଅଭିଯାନ:୧୨ଟି ରାପିଡ୍‌ ରେସ୍‌ପନ୍ସ ଟିମ୍‌ ମାରୁଛନ୍ତି କୁକୁଡ଼ା

ଭୁବନେଶ୍ୱର: ବାର୍ଡ ଫ୍ଲୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ମଙ୍ଗଳବାରଠାରୁ ଓୟୁଏଟିରେ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଛି । କୁକୁଡ଼ା ମରା ଓ ରୋଗ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ୧୨ଟି ତ୍ୱରିତ କାର୍ଯ୍ୟକାରୀ ଦଳ(ରାପିଡ ରେସ୍‌ପନ୍ସ ଟିମ୍‌) ଗଠନ କରାଯାଇଛି। ସେଥିମଧ୍ୟରୁ ୭ଟି ଦଳ କୁକୁଡ଼ା ମରା କାର୍ଯ୍ୟରେ ନିୟୋଜିତ ହେବାକୁ ଥିବାବେଳେ ଅନ୍ୟ ୫ଟି ଦଳ ନିରୀକ୍ଷଣ ଅଞ୍ଚଳରେ ରୋଗ ନିୟନ୍ତ୍ରଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ସଂକ୍ରମିତ ସ୍ଥାନର ଏକ କିମି ବ୍ୟାସାର୍ଦ୍ଧ ଅଞ୍ଚଳରେ ରାପିଡ ରେସପନ୍ସ ଟିମ୍‌ ଓୟୁଏଟି କୁକୁଡ଼ା ଫାର୍ମର କୁକୁଡ଼ା ମାରିବା ସହ ମାଂସ ଦୋକାନ ଓ ଅନ୍ୟାନ୍ୟ ଫାର୍ମରେ ମହଜୁଦ ଥିବା କୁକୁଡ଼ାଙ୍କୁ ମାରି ଗଭୀର ଗାତରେ ପୋତିଛନ୍ତି । ଏହା ପରେ ଘରକୁ ଘର ବୁଲି ଯେଉଁମାନେ କୁକୁଡ଼ା ରଖିଛନ୍ତି ସେଗୁଡ଼ିକୁ ମାରିବାର ବ୍ୟବସ୍ଥା କରିବେ। ନିରୀକ୍ଷଣ ଅଞ୍ଚଳରେ ନି‌ୟୋଜିତ ଥିବା ତ୍ବରିତ କାର୍ଯ୍ୟକାରୀ ଦଳ ନିୟମିତ ବ୍ୟବଧାନରେ କୁକୁଡ଼ାଙ୍କ ରକ୍ତ, ଲାଳ ଓ ମଳ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବାର ବ୍ୟବସ୍ଥା ହୋଇଛି। ସେହିପରି ବାର୍ଡ଼ ଫ୍ଲୁକୁ ନଜରରେ ରଖି କିଛି ନିୟମାବଳୀ ଜାରି କରାଯାଇଛି | ଓୟୁଏଟିଠାରୁ ଗୋଟିଏ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରୁ ବାହାରକୁ କୌଣସି କୁକୁଡ଼ା ଓ କୁକ୍କୁଟଜାତୀୟ ପଦାର୍ଥ ଚାଲାଣ କରାଯାଇପାରିବ ନାହିଁ କି ପ୍ରବେଶ କରିବନି। ରାଜ୍ୟ ସରକାରଙ୍କ ପକ୍ଷରୁ ଜୀବାଣୁମୁକ୍ତ ପ୍ରମାଣପତ୍ର ପ୍ରଦାନର ୯୦ ଦିନ ପରେ ସଂକ୍ରମିତ ଅଞ୍ଚଳରେ କୁକୁଡ଼ା ଓ କୁକ୍କୁଟଜାତୀୟ ପଦାର୍ଥର ବ୍ୟବସାୟ କରାଯାଇପାରିବ। ସରକାରଙ୍କ ପକ୍ଷରୁ ଲୋକଙ୍କୁ ବାର୍ଡ ଫ୍ଲୁ ବାବଦରେ ସଚେତନ କରିବାକୁ ସଚେତନତା କାର୍ଯ୍ୟକ୍ରମ ହେବ। ଏହି ରୋଗ ମୁଖ୍ୟତଃ ଏଚ୍‌୫ ଏନ୍‌୧ ପ୍ରକାରର ଇନ୍‌ଫ୍ଲୁୟେଞ୍ଜା ଭୂତାଣୁ ଯୋଗୁ ହୋଇଥାଏ। ଏହାଦ୍ୱାରା କୁକୁଡ଼ା ଓ କୁକ୍କୁଟ ଜାତୀୟ ପକ୍ଷୀମାନେ ସାଧାରଣତଃ ଆକ୍ରାନ୍ତ ହୋଇଥାନ୍ତି। ମୁଖ୍ୟତଃ ବହିରାଗତ ପକ୍ଷୀମାନେ ଏହି ରୋଗର ବାହାକ ଭାବେ କାର୍ଯ୍ୟ କରନ୍ତି। ସେମାନଙ୍କ ଲାଳ ଓ ମଳରେ ଏହି ଭୂତାଣୁ ନିର୍ଗତ ହୋଇଥାଏ।

Share Now:

Kalinga News Beuro

Leave a Reply

Next Post

ଦୁର୍ଦ୍ଦିନରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିଳ୍ପୀ ରାମଚନ୍ଦ୍ର:ବିକୁଛନ୍ତି ବେଲପତ୍ର, ଫୁଲ

Wed Jan 29 , 2020
ପୁରୁଣା ଭୁବନେଶ୍ୱର: ଦୁର୍ଦ୍ଦିନରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ତାଳପତ୍ର ଶିଳ୍ପୀ। ତାଳପତ୍ର ଚିତ୍ରର ଚାହିଦା କମିବା ସହ ରୋଜଗାର ବାଟ ବନ୍ଦ ହୋଇଗଲା। ଅନ୍ୟ ଉପାୟ ନ ପାଇ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ବେଲପତ୍ର ଓ ଫୁଲ ବିକୁଥିବା ବେଳେ ଦଇବ ସହିଲାନି। ପ୍ରଶାସନ ଦୋକାନ ଭାଙ୍ଗିଦେଲା। ଏବେ ରାସ୍ତାକଡ଼ରେ ବେସାହାରା ଶିଳ୍ପୀ। ପୁରୀ ଜିଲ୍ଲା ନୟାହାଟ ନିକଟ ନରସିଂହପୁର ଗାଁର ରାମଚନ୍ଦ୍ର ସାହୁ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ତାଳପତ୍ର ଲେଖକ। ତାଳପତ୍ର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial